ଅଟୋ ମୋବାଇଲ୍‍ କ୍ଷେତ୍ରରେ ଭାରତ ଅଭୂତପୂର୍ବ ପରିବର୍ତ୍ତନ ଆଣିବା କ୍ଷେତ୍ରରେ ସଫଳତା ଲାଭ କରିଛି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଅଟୋ ମୋବାଇଲ୍‍ କ୍ଷେତ୍ରରେ ଭାରତ ଅଭୂତପୂର୍ବ ପରିବର୍ତ୍ତନ ଆଣିବା କ୍ଷେତ୍ରରେ ସଫଳତା ଲାଭ କରିଛି । ଆଜି ନୂଆଦିଲ୍ଲୀରେ ଭାରତ ମୋବିଲିଟି ଗ୍ଲୋବାଲ୍‍ ଏକ୍ସପୋ-୨୦୨୫ ଉଦ୍‍ଘାଟନ କରିବା ଅବସରରେ ଶ୍ରୀମୋଦୀ କହିଛନ୍ତି, ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ମୋବିଲିଟି କ୍ଷେତ୍ର ସହଯୋଗ ଦେଇଛି ଏବଂ ଆଗାମୀ ଦିନରେ ଏହି କ୍ଷେତ୍ରର ବିକାଶ ଲାଗି ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସମୟରେ ଭାରତ ଗମନାଗମନର ସହଜତାକୁ ପ୍ରାଥମିକତା ଦେଇଆସୁଛି । ଶିଳ୍ପ ବିକାଶ କ୍ଷେତ୍ରରେ ଦେଖାଦେଉଥିବା ସମ୍ଭାବନା ଗୁଡ଼ିକୁ କାର୍ଯ୍ୟରେ ପରିଣତ କରିବା ଲାଗି ମେକ୍‍ ଇନ୍‍ ଇଣ୍ଡିଆ ଅଭିଯାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

pm modi

ଏହି ଅବସରରେ ଶ୍ରୀ ମୋଦୀ ଭାରତୀୟ ମୋବିଲିଟି ସମାଧାନ କ୍ଷେତ୍ରରେ ୭ଟି 'ସି' ସଂପର୍କରେ କହିଛନ୍ତି । ପୁଞ୍ଜି ନିବେଶ କ୍ଷେତ୍ରରେ ଭାରତର ମୋବିଲିଟି କ୍ଷେତ୍ର ସର୍ବାଧିକ ପୁଞ୍ଜି ନିବେଶକୁ ଆକୃଷ୍ଟ କରିପାରିଛି ବୋଲି ସେ କହିଛନ୍ତି । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଏହି ଏକ୍ସପୋ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‍ ଏବଂ ଜଶଭୂମି ତଥା ଗ୍ରେଟର ନୋଇଡାର ଇଣ୍ଡିଆ ଏକ୍ସପୋ ଆଣ୍ଡ ମାର୍ଟ୍‍ରେ ଆୟୋଜିତ ହେଉଛି ।

ଏହି ଏକ୍ସପୋରେ ୯ଟି କାର୍ଯ୍ୟକ୍ରମ ଓ ୨୦ଟିରୁ ଅଧିକ ସମ୍ମିଳନୀ ଆୟୋଜିତ ହେବା ସହିତ ପ୍ରଦର୍ଶନୀ ମଣ୍ଡପ ଖୋଲାଯାଇଛି । ଶିଳ୍ପ ଏବଂ ଆଞ୍ଚଳିକ ସ୍ତରରେ ସହଯୋଗକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ ଏହି ଅବସରରେ ବିଭିନ୍ନ ଅଧିବେଶନର ଆୟୋଜନ କରାଯାଇଛି । ଏହି ସମ୍ମିଳନୀରେ ବିଶ୍ୱର ବିଭିନ୍ନ ପ୍ରନ୍ତରୁ ୫ ହଜାରରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ତଥା ବିଶେଷଜ୍ଞ ଅଂଶଗ୍ରହଣ କରୁଛନ୍ତ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+