ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା କଣ? ଯାହାକୁ ପୁରିଲା ୩ ବର୍ଷ
ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନାକୁ ତିନି ବର୍ଷ ପୂରଣ ହୋଇଛି । ଏହି ଜାତୀୟ ମାଷ୍ଟର ପ୍ଲାନର ତିନି ବର୍ଷ ପୂରିକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଏହି ପଦକ୍ଷେପ ଭାରତର ଭିତ୍ତିଭୂମିରେ ବିପ୍ଳବ ଆଣିବାରେ ଏକ ପରିବର୍ତ୍ତନକାରୀ ଭାବରେ ଉଭା ହୋଇଛି । ସାମାଜିକ ଗଣମାଧ୍ଯମ ପୋଷ୍ଟରେ ମୋଦୀ କହିଛନ୍ତି, ଗତିଶକ୍ତି ବହୁମୁଖୀ ସଂଯୋଗ ସ୍ଥାପନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି, ଯାହାଫଳରେ ବିଭିନ୍ନ କ୍ଷେତ୍ରରେ ଦ୍ରୁତ ଏବଂ ଅଧିକ ଦକ୍ଷ ବିକାଶକୁ ପ୍ରୋତ୍ସାହନ ମିଳିପାରିଛି ।
ସେ କହିଛନ୍ତି, ବିଭିନ୍ନ ଅଂଶୀଦାରଙ୍କ ନିରବଚ୍ଛିନ୍ନ ସମନ୍ବୟ ଯୋଗୁଁ ଏ କ୍ଷେତ୍ରରେ ଦ୍ରବ୍ୟ ପରିବହନ ପରିସୀମା ବୃଦ୍ଧି ପାଇବା ସହ ଅନେକ ଲୋକଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଛି । ଶ୍ରୀ ମୋଦୀ କହିଛନ୍ତି, ଗତିଶକ୍ତି ସହିତ ଦେଶ ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଅଗ୍ରସର ହେଉଛି ଯାହା ପ୍ରଗତି, ଉଦ୍ୟୋଗ ଏବଂ ଉଦ୍ଭାବନକୁ ପ୍ରୋତ୍ସାହିତ କରିବ ।

୨୦୨୧ ମସିହା ଆଜିର ଦିନରେ ନିରବଚ୍ଛିନ୍ନ ଦ୍ରବ୍ୟ ଏବଂ ସେବା ପରିବହନ ପାଇଁ ପ୍ରଧାନମନ୍ତ୍ରୀ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଆରମ୍ଭ କରାଯାଇଥିଲା । ଏଥିରେ ଭିଭିଭୂମି ପ୍ରକଳ୍ପର ଯୋଜନା ଓ କାର୍ଯ୍ୟକାରିତାରେ ୪୪ଟି କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରାଯାଇଛି । ବିଭିନ୍ନ ମନ୍ତ୍ରଣାଳୟର ୧୫ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୨୦୮ଟି ବୃହତ ଭିତ୍ତିଭୂମି ପ୍ରକଳ୍ପର ଆକଳନ କରି ଏହି ପଦକ୍ଷେପ ଏକ ମାଇଲଖୁଣ୍ଟ ହାସଲ କରିଛି।
ଏହି ଯୋଜନା ଅଧୀନରେ ଜାତୀୟ ଲଜିଷ୍ଟିକ୍ସ ନୀତିର ଲକ୍ଷ୍ୟ ହେଉଛି ଦ୍ରବ୍ୟ ଓ ସେବା ପରିବହନ ଖର୍ଚ୍ଚ ହ୍ରାସ କରିବା, ୨୦୩୦ ସୁଦ୍ଧା ଶ୍ରେଷ୍ଠ ୨୫ ଟି ଦେଶ ମଧ୍ୟରେ ଥିବା ଭାରତର ଲଜିଷ୍ଟିକ୍ ପ୍ରଦର୍ଶନ ସୂଚକାଙ୍କ ଗ୍ୟାଙ୍କିଙ୍ଗରେ ଉନ୍ନତି ଆଣିବା ଏବଂ ଡାଟା ଆଧାରିତ ନିଷ୍ପତି ନେବାକୁ ପ୍ରୋତ୍ସାହିତ କରିବା ।












Click it and Unblock the Notifications