Get Updates
Get notified of breaking news, exclusive insights, and must-see stories!

ପଶ୍ଚିମ ଏସିଆ ପରିସ୍ଥିତି ନେଇ ଏହି ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓମାନ୍‍ର ସୁଲ୍‍ତାନ ହାଇଥମ୍‍ ବିନ୍‍ ତାରିକ୍‍ଙ୍କ ସହ କଥାବାର୍ତ୍ତା କରିଛନ୍ତି । ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଏବଂ ଓମାନ୍‍ ଆଞ୍ଚଳିକ କ୍ଷେତ୍ରରେ ଉତ୍ତେଜନା ହ୍ରାସ, ଶାନ୍ତି ପ୍ରତିଷ୍ଠା ଏବଂ ସ୍ଥିରତାର ପୁନଃସ୍ଥାପନପାଇଁ ଆଲୋଚନା ଏବଂ କୂଟନୀତିକୁ ପ୍ରାଥମିକତା ଦେବା ଉପରେ ଉଭୟ ନେତା ସହମତ ପ୍ରକାଶ କରିଛନ୍ତି । ଶ୍ରୀ ମୋଦି ଓମାନ୍‍ର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାର ଉଲ୍ଲଙ୍ଘନ ଉପରେ ତୀବ୍ର ନିନ୍ଦା କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ଭାରତୀୟ ନାଗରିକଙ୍କ ସମେତ ହଜାର ହଜାର ପ୍ରବାସୀଙ୍କ ସୁରକ୍ଷିତ ସ୍ୱଦେଶ ପ୍ରତ୍ୟାବର୍ତ୍ତନକୁ ସହଜ ଓ ସୁଗମ କରିବାରେ ଓମାନ୍‍ର ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଛନ୍ତି ।

ଶ୍ରୀ ମୋଦି ତାଙ୍କର ମାଲେସିଆ ପ୍ରତିପକ୍ଷ ଅନ୍‍ୱାର ଇବ୍ରାହିମ୍‍ଙ୍କ ସହିତ ମଧ୍ୟ ଆଲୋଚନା କରିଥିବାବେଳେ ଆଗାମୀ 'ହରି ରାୟା ଐଦିଲ୍‍ଫିତ୍ରି' ପର୍ବ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ଆଲୋଚନା ସମୟରେ ଉଭୟ ନେତା ପଶ୍ଚିମ ଏସିଆର ଉଦ୍‍ବେଗଜନକ ପରିସ୍ଥିତି ଉପରେ ମତ ବିନିମୟ କରିଛନ୍ତି । ଉତ୍ତେଜନା ହ୍ରାସ, ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବାପାଇଁ କାର୍ଯ୍ୟକରିବା ଦିଗରେ ଉଭୟ ନେତା ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିବା ଶ୍ରୀ ମୋଦି କହିଛନ୍ତି ।

pm modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଫ୍ରାନ୍‍ସ ରାଷ୍ଟ୍ରପତି ଏମାନୁଏଲ୍‍ ମାକ୍ରନ୍‍ଙ୍କ ସହ କଥାବାର୍ତ୍ତା କରିଛନ୍ତି । ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସେ ପଶ୍ଚିମ ଏସିଆ ପରିସ୍ଥିତି ଉପରେ ଆଲୋଚନା କରିଥିଲେ । ତେବେ ଉତ୍ତେଜନା ହ୍ରାସର ଜରୁରୀ ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ତେବେ ଉଭୟ ନେତା ଏହି ଅଞ୍ଚଳ ଏବଂ ବାହାରେ ଶାନ୍ତି ଓ ସ୍ଥିରତାକୁ ବଜାୟ ରଖିବା ସହ ସମନ୍ୱୟ ରକ୍ଷା କରିବାକୁ ଆଶାପୋଷଣ କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+