ଚାଷୀଙ୍କୁ ବଡ଼ ଉପହାର ଦେଲେ ମୋଦୀ ସରକାର, ଏହି ଯୋଜନାରେ ପ୍ରତିବର୍ଷ.....
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୁଧବାର (୧୬ ଜୁଲାଇ ୨୦୨୫) ତିନୋଟି ପ୍ରମୁଖ ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛି । କୃଷି ଅର୍ଥନୀତି ଏବଂ ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ରରେ ଦେଶକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର କ୍ୟାବିନେଟ ଏହି ପଦକ୍ଷେପ ନେଇଛି । ଏଥିରେ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା (PMDDKY), NTPC ଏବଂ NLC ଇଣ୍ଡିଆ ଲିମିଟେଡ୍ ଅନ୍ତର୍ଭୁକ୍ତ । ଏଥିରେ ସରକାର ବଡ଼ ନିବେଶ କରିବାକୁ ଘୋଷଣା କରିଛନ୍ତି । ଚାଷୀଙ୍କ ଜୀବନରେ ପରିବର୍ତ୍ତନ ଆଣିବା ହିଁ ଧନଧାନ୍ୟ କୃଷି ଯୋଜନାର ଲକ୍ଷ୍ୟ । ସରକାର କୃଷି ଜିଲ୍ଲାଗୁଡ଼ିକର ସାମଗ୍ରିକ ବିକାଶ ପାଇଁ ୩୬ଟି କେନ୍ଦ୍ରୀୟ ଯୋଜନାର ସମନ୍ୱୟ ମାଧ୍ୟମରେ ପ୍ରତିବର୍ଷ ୨୪,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଏଥିପାଇଁ ୧୦୦ଟି ଜିଲ୍ଲାକୁ ଚୟନ କରାଯାଇଛି ।
ବୁଧବାର ଛଅ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଧନ-ଧନ୍ୟ କୃଷି ଯୋଜନାକୁ ଅନୁମୋଦନ କରିଛି। ଏହା ଅଧୀନରେ ପ୍ରତିବର୍ଷ ୨୪,୦୦୦କୋଟି ଟଙ୍କା ଖର୍ଚ୍ଚ କରାଯିବ ଏବଂ ଏହା ୧୦୦ଟି ଜିଲ୍ଲାକୁ କଭର କରିବ। କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିବା ଏହି କାର୍ଯ୍ୟକ୍ରମ ୩୬ଟି ବିଦ୍ୟମାନ ଯୋଜନାକୁ ଏକାଠି କରିବ, ଫସଲ ବିବିଧତା ଏବଂ ସ୍ଥାୟୀ କୃଷି ପଦ୍ଧତି ଗ୍ରହଣ କରିବାରେ ସାହାଯ୍ୟ କରିବ।

କେନ୍ଦ୍ର କ୍ୟାବିନେଟ୍ରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ସୂଚନା ପ୍ରଦାନ କରି ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଅମଳ ପରବର୍ତ୍ତୀ ସଂରକ୍ଷଣ ବୃଦ୍ଧି କରିବ, ଜଳସେଚନ ସୁବିଧା ଉନ୍ନତ କରିବ ଏବଂ କୃଷି ଉତ୍ପାଦକତା ବୃଦ୍ଧି କରିବ। ଏହି କାର୍ଯ୍ୟକ୍ରମରୁ ୧.୭ କୋଟି ଚାଷୀ ଉପକୃତ ହେବେ ବୋଲି ଆଶା କରାଯାଉଛି।
ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା
୧୦୦ଟି ଜିଲ୍ଲାକୁ କୃଷି ଜିଲ୍ଲା ଭାବରେ ବିକଶିତ କରାଯିବ । କୃଷି କ୍ଷେତ୍ରରେ ପଛରେ ଥିବା ୧୦୦ଟି ଜିଲ୍ଲା (ପ୍ରତ୍ୟେକ ରାଜ୍ୟରୁ ଅତି କମରେ ଗୋଟିଏ ଜିଲ୍ଲା) ବିକଶିତ କରାଯିବ । ୧୧ଟି ମନ୍ତ୍ରଣାଳୟର ୩୬ଟି ଯୋଜନା ଏଠାରେ ସମନ୍ୱିତ ଭାବରେ କାର୍ଯ୍ୟକାରୀ ହେବ । ଏହା ଏକ ୬ ବର୍ଷର କାର୍ଯ୍ୟକ୍ରମ । ପ୍ରତିବର୍ଷ ୨୪୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଜଳସେଚନ ସୁବିଧା ବିକଶିତ କରିବା ଏବଂ କୃଷି ଉତ୍ପାଦକତା ବୃଦ୍ଧି କରିବା ପାଇଁ ଏହି ଯୋଜନା । ଫସଲ ଅମଳ ପରେ ସଂରକ୍ଷଣ ଏବଂ ଋଣର ଉପଲବ୍ଧତା ବୃଦ୍ଧି କରିବାକୁ ସରକାରଙ୍କ ପ୍ରୟାସ ।












Click it and Unblock the Notifications