ମନୋଜ କୁମାରଙ୍କ ପରଲୋକରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, କହିଲେ ତାଙ୍କ କାର୍ଯ୍ୟ ଜାତୀୟ ଭାବନାକୁ ସର୍ବଦା ପ୍ରେରଣା ଦେବ’

ମନୋଜ କୁମାରଙ୍କ ପରଲୋକରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ମନୋଜଙ୍କ ଦେହାନ୍ତରେ ଦୁଃଖିତ' । ଭାରତୀୟ ସିନେମାର ଆଇକନ, ଦେଶାତ୍ମକ ଚିନ୍ତାଧାରା ପାଇଁ ପରିଚିତ' ଥିଲେ ସେ । ତାଙ୍କ କାର୍ଯ୍ୟ ଜାତୀୟ ଭାବନାକୁ ପ୍ରଜ୍ବଳିତ କରିଥିଲା, ସର୍ବଦା ପ୍ରେରଣା ଦେବ' । ପରିବାର ବର୍ଗଙ୍କୁ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ ।

NARENDRA MODI

ସୂଚନା ଯୋଗ୍ୟ ଯେ, ଆଜି ବଲିଉଡରୁ ବରିଷ୍ଠ ଅଭିନେତା ମନୋଜ କୁମାରଙ୍କ ଦେହାନ୍ତ ହୋଇଛି । ସେ ୮୭ ବର୍ଷ ବୟସରେ ମୁମ୍ବାଇର କୋକିଲାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ଦେଶପ୍ରେମପୂର୍ଣ୍ଣ ସିନେମା କରିଥିଲେ । ସେଥିପାଇଁ ତାଙ୍କ ପ୍ରଶଂସକମାନେ ତାଙ୍କୁ ଭଲପାଇ 'ଭାରତ କୁମାର' ବୋଲି ଡାକୁଥିଲେ । ଖାସ୍ କରି, ସେ କ୍ରାନ୍ତି ଏବଂ ଉପକାର ଭଳି ଦେଶପ୍ରେମପୂର୍ଣ୍ଣ ଚଳଚ୍ଚିତ୍ର ପାଇଁ ପ୍ରସିଦ୍ଧ ଥିଲେ ।

ମନୋଜଙ୍କ ମୃତ୍ୟୁ ଖବର ତାଙ୍କ ଫ୍ୟାନ୍ସଙ୍କୁ ଦୁଃଖିତ କରିଛି । ସୋସିଆଲ ମିଡିଆରେ ସମସ୍ତେ ନିଜ ପ୍ରିୟ କଳାକାରଙ୍କୁ ନୀରବ ଆଖିରେ ବିଦାୟ ଦେଉଛନ୍ତି। ବରିଷ୍ଠ ଅଭିନେତାଙ୍କ ନିଧନରେ ସେଲିବ୍ରିଟିମାନେ ମଧ୍ୟ ଶୋକପ୍ରକାଶ କରିଛନ୍ତି । ମନୋଜ କୁମାର ସାହାରା, ଚାନ୍ଦ, ହନିମୁନ୍, ପୁରବ୍ ଔର ପଶ୍ଚିମ, ନସିବ, ମେରୀ ଆୱାଜ୍ ସୁନୋ, ନୀଲ କମଲ, ଉପକାର ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି । ତାଙ୍କୁ ଜାତୀୟ ପୁରସ୍କାର, ପଦ୍ମଶ୍ରୀ ଏବଂ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+