ଶିଲୋଙ୍ଗରେ ପ୍ରଧାନମନ୍ତ୍ରୀ: ସୀମାରେ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି, ଲୋକମାନେ ଗାଁକୁ ଫେରିବେ ବୋଲି କହିଲେ ମୋଦି
ଶିଲୋଙ୍ଗରେ ପ୍ରଧାନମନ୍ତ୍ରୀ: ସୀମାରେ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି, ଲୋକମାନେ ଗାଁକୁ ଫେରିବେ ବୋଲି କହିଲେ ମୋଦି
ଶିଲୋଙ୍ଗ: ପ୍ରଧାନମନ୍ତ୍ରୀ ଆଜି ଉତ୍ତର ପୂର୍ବ ଭାରତ ଗସ୍ତରେ ଅଛନ୍ତି । ମେଘାଳୟର ଶିଲୋଙ୍ଗରେ ଆୟୋଜିତ ନର୍ଥଇଷ୍ଟର୍ଣ୍ଣ କାଉନସିଲର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ଶିଲୋଙ୍ଗର ପାରମ୍ପାରିକ ପୋଷାକରେ ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ମିଳିଛି । ରାଜଧାନୀ ଶିଲୋଙ୍ଗରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଉତ୍ତର-ପୂର୍ବର ବିକାଶ ସହ ଜଡିତ ସମସ୍ୟାକୁ ଆମେ ରେଡ କାର୍ଡ ଦେଖାଇଛୁ । ବିଜେପି ସରକାର ହିଂସା, ଦୁର୍ନୀତି ଏବଂ ଭୋଟ୍ ବ୍ୟାଙ୍କ ରାଜନୈତିକ ପକ୍ଷପାତ ଭଳି ବାଧାକୁ ରେର୍ଡ କାର୍ଡ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, କେନ୍ଦ୍ର ସରକାର କ୍ରୀଡ଼ା ସମ୍ବନ୍ଧରେ ନିରନ୍ତର ଅଗ୍ରଗତି କରୁଛନ୍ତି । ଦେଶର ପ୍ରଥମ କ୍ରୀଡା ବିଶ୍ୱବିଦ୍ୟାଳୟ ଉତ୍ତର ପୂର୍ବରେ ଅଛି । ଏହିପରି ୧୯ଟି ପ୍ରକଳ୍ପ ଉପରେ କାର୍ଯ୍ୟ ଚାଲିଛି । ଆଜି ଫୁଟବଲ ବିଶ୍ୱକପ ଫାଇନାଲ ଏବଂ ମୁଁ ଫୁଟବଲ ମୈଇଦାନରେ ଅଛି । କତାରରେ ଫୁଟବଲ୍ ଖେଳ ଚହଳ ସୃଷ୍ଟି କରିଥିବା ବେଳେ ଏଠାରେ ଆମେ ବିକାଶ କ୍ଷେତ୍ରରେ ଚହଳ ସୃଷ୍ଟି କରିଛୁ ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଉତ୍ତର ପୂର୍ବର ଯୁବକମାନଙ୍କ ପାଇଁ ବିକାଶର ରାସ୍ତା ଖୋଲା ଅଛି । ଆମେ କାର୍ଯ୍ୟ ସଂସ୍କୃତିର ପରିବର୍ତ୍ତନ କରିଛୁ । ଡିଜିଟାଲ ସଂଯୋଗ ମାଧ୍ୟମରେ ଉତ୍ତର ପୂର୍ବର ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରାଯାଉଛି । ଶାନ୍ତି ଏବଂ ବିକାଶ ରାଜନୀତିରୁ ଆଦିବାସୀ ସମ୍ପ୍ରଦାୟ ସର୍ବାଧିକ ଉପକୃତ ହୋଇଛନ୍ତି । ସେହିପରି ଉତ୍ତରପୂର୍ବରେ ୬ ହଜାର ମୋବାଇଲ୍ ଟାୱାର୍ ନିର୍ମାଣ କରାଯିବ । ଏଥିପାଇଁ କେନ୍ଦ୍ର ସରକାର ୫ ହଜାର କୋଟି ଟଙ୍କା ବ୍ୟୟ କରିବେ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।
ରବିବାର ଦିନ ମେଘାଳୟର ରାଜଧାନୀ ଶିଲୋଙ୍ଗରେ ଉତ୍ତର ପୂର୍ବାଞ୍ଚଳ ପରିଷଦର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ମଧ୍ୟ ଆୟୋଜିତ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତିତ ଗୃହମନ୍ତ୍ରୀ ଅମିତ ଶାହା ଏବଂ ସାତୋଟି ଉତ୍ତର-ପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଶିଲୋଙ୍ଗରେ ଏହି ଉତ୍ସବରେ ଯୋଗ ଦେଇଥିଲେ। ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଉତ୍ତର-ପୂର୍ବ ବିକାଶ ପଥରେ ଆଗକୁ ବଢୁଛି ।












Click it and Unblock the Notifications