ଭାରତ ରତ୍ନ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କ ୯୮ତମ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
ଭାରତ ରତ୍ନ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କ ୯୮ତମ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୮ ତମ ଜନ୍ମଜୟନ୍ତୀ । ଭାରତୀୟ ଜନତା ପାର୍ଟି ଆଜିର ଦିନକୁ Good Governance Day ଭାବେ ପାଳନ କରିଥାଏ । ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଟଳଜୀଙ୍କ ସାମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ ଟ୍ୱିଟ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଭିଡିଓ ସେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, 'ଅଟଳଜୀଙ୍କୁ ଜନ୍ମ ବାର୍ଷିକୀରେ ଶତ ନମନ, ଭାରତ ପାଇଁ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କର ନେତୃତ୍ୱ ଏବଂ ଦୂରଦୃଷ୍ଟି ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଉଛି।" ଏହି ଭିଡିଓରେ ସେୟାର କରି ପିଏମ ମୋଦୀ ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
Tributes to Atal Ji on his Jayanti. His contribution to India is indelible. His leadership and vision motivate millions of people. pic.twitter.com/tDYNKiGXxj
— Narendra Modi (@narendramodi) December 25, 2022
ଭିଡିଓରେ ପିଏମ ମୋଦୀ କହିଛନ୍ତି ...
ଏହି ଭିଡିଓରେ ପିଏମ ମୋଦୀ କୁହନ୍ତି ... "ଅଟଳ ଜୀ ଜଣେ ପ୍ରକୃତ ଦେଶପ୍ରେମୀ ଥିଲେ। ତାଙ୍କ କିଶୋର ବର୍ଷରୁ ଜୀବନ ଶେଷ ପର୍ଯ୍ୟନ୍ତ ସେ ଦେଶ, ଦେଶବାସୀଙ୍କ ପାଇଁ ବଞ୍ଚିଥିଲେ । ତାଙ୍କ ସମୃଦ୍ଧ ଏବଂ ବିକଶିତକୁ ପୁନାରବୃତ୍ତି କରିବା ଭାରତର ସଂକଳ୍ପ, ମୁଁ ଆମ ସମସ୍ତଙ୍କ ତରଫରୁ ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। "
୧୯୨୪ ମସିହା ଡିସେମ୍ବର ୨୫ ତାରିଖରେ ମଧ୍ୟପ୍ରଦେଶର ଗ୍ୱାଲିୟରରେ ଜନ୍ମିତ ବାଜପେୟୀ ୧୮ ବର୍ଷ ବୟସରୁ ହିଁ ରାଜନୀତିରେ ପାଦ ଦେଇଥିଲେ । ସେ ସ୍ନାତକ ଡିଗ୍ରୀ ଗ୍ୱାଲିୟରର ଭିକ୍ଟୋରିଆ କଲେଜରୁ ପ୍ରାପ୍ତ କରିଥିଲେ ଏବଂ କାନପୁରର ଡିଏଭି କଲେଜରୁ ରାଜନୀତି ବିଜ୍ଞାନରେ ଏମଏ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ସେ କାନପୁରରେ ହିଁ ଏଲଏଲବି ପଠାପଢା ଆରମ୍ଭ କରିଥିଲେ । ଛାତ୍ର ଜୀବନରୁ ହିଁ ଆରଏସଏସରେ ଯୋଗ ଦେଇଥିଲେ । ୧୯୭୫ ଏବଂ ୨୦୦୯ ମଧ୍ୟରେ ସେ ୧୦ ଥର ପାର୍ଲାମେଣ୍ଚରେ ନିର୍ବାଚିତ ହୋଇଥିଲେ । ୨୦୧୫ରେ ପୂର୍ବତନ ରାଷ୍ଟ୍ରିପତି ପ୍ରଣବ ମୁଖାର୍ଜୀ ତାଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମନୀତ ହୋଇଥିଲେ । ବାଜପେୟୀଙ୍କ ଜନ୍ମଦିବସ ଡିସେମ୍ବର ୨୫ ତାରିଖକୁ 'ଗୁଡ୍ ଗଭର୍ଣ୍ଣନାନସ୍ ଡେ' ଭାବେ ପାଳନ କରାଯାଏ ।












Click it and Unblock the Notifications