ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶିକ୍ଷା ବ୍ୟବସ୍ଥାର ଆଧୁନିକୀକରଣ କରୁଛନ୍ତି ସରକାର : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଦେଶର ଶିକ୍ଷା ବ୍ୟବସ୍ଥାର ଆଧୁନିକୀକରଣ କରୁଛନ୍ତି । ସେ କହିଛନ୍ତି ଦେଶର ପ୍ରତ୍ୟେକ ଛାତ୍ରଛାତ୍ରୀ ଯେଭଳି ବିଶ୍ୱସ୍ତରୀୟ ଜ୍ଞାନ ଆହରଣ କରିପାରିବେ ସେ ନେଇ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଯୁଗ୍ମ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଗୋଟିଏ ମଞ୍ଚରେ ସରକାର, ଶିକ୍ଷାବିତ୍‍, ଶିଳ୍ପ ଏବଂ ଉଦ୍ଭାବକମାନଙ୍କୁ ଏକତ୍ର କରାଯାଇଛି ।

ଦେଶର ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ କ୍ଷେତ୍ରରେ ଯୁବପିଢ଼ୀର ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ସେମାନଙ୍କୁ ପ୍ରସ୍ତୁତ କରିବା ଲାଗି ନୂଆ ଶିକ୍ଷାନୀତି ଦିଗ୍‍ଦର୍ଶନ ଦେବ । ଭାରତର ଭବିଷ୍ୟତକୁ ଜ୍ଞାନ, ସଦିଚ୍ଛା ଏବଂ ପ୍ରଯୁକ୍ତିବିଦ୍ୟା ଶୀର୍ଷସ୍ତରକୁ ନେବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

narendra modi

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଭାରତର ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଅତ୍ୟାଧୁନିକୁ କେନ୍ଦ୍ରଗୁଡ଼ିକ ସ୍ଥାପନ କରାଯାଇ ଯୁବପୀଢ଼ିଙ୍କ ମଧ୍ୟରେ ନବସୃଜନାତ୍ମକ ଭାବନା ଉଦ୍ରେକ କରାଯାଉଛି । ଚଳିତବର୍ଷ ବଜେଟ୍‍ରେ ଆଇଆଇଟି ଗୁଡ଼ିକରେ ଆସନ ବୃଦ୍ଧି ନିମନ୍ତେ ସୁପାରିଶ କରାଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ଏମ୍‍ସ ସମେତ ଆଇଆଇଟି ଗୁଡ଼ିକରେ ଔଷଧ ସମ୍ବନ୍ଧୀୟ ଅନେକ ଗୁଡ଼ିଏ ପାଠ୍ୟକ୍ରମ ପ୍ରଚଳନ କରାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+