ଦିଲ୍ଲୀରେ ପିଏମ୍ ସ୍ୱନିଧି ହିତାଧିକାରୀମାନଙ୍କୁ ସମ୍ବୋଧିତ କଲେ ମୋଦୀ, ୧ ଲକ୍ଷ ବୁଲା ବିକାଳିଙ୍କୁ ଋଣ ବଣ୍ଟନ
ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦିଲ୍ଲୀର ଜେଏଲ୍ଏନ୍ ଷ୍ଟାଡିୟମରେ ପିଏମ ସ୍ୱନିଧି ଯୋଜନାର ହିତାଧିକାରୀମାନଙ୍କୁ ସମ୍ବୋଧିତ କରିଥିଲେ ଏବଂ ଏହି ଯୋଜନାର ଅଂଶ ଭାବରେ ଦିଲ୍ଲୀର ୫,୦୦୦ ବୁଲା ବିକାଳିଙ୍କ ସମେତ ୧ ଲକ୍ଷ ବୁଲା ବିକାଳି (ଏସଭି)ଙ୍କୁ ଋଣ ବଣ୍ଟନ କରିଥିଲେ । ସେ ୫ ଜଣ ହିତାଧିକାରୀଙ୍କୁ ପିଏମ୍ ସ୍ୱନିଧି ଋଣ ଚେକ୍ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ଦିଲ୍ଲୀ ମେଟ୍ରୋର ଚତୁର୍ଥ ପର୍ଯ୍ୟାୟର ଦୁଇଟି ଅତିରିକ୍ତ କରିଡରର ଶିଳାନ୍ୟାସ କରିଛନ୍ତି ।
ସଭାକୁ ସମ୍ବୋଧିତ କରି , ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ସହ ଜଡ଼ିତ ୧୦୦ଟି ସହରର ଲକ୍ଷ ଲକ୍ଷ ବୁଲା ବିକାଳିଙ୍କ ଉପସ୍ଥିତିକୁ ସ୍ୱୀକାର କରିଥିଲେ । ମହାମାରୀ ସମୟରେ ବୁଲା ବିକାଳି ମାନଙ୍କର ଶକ୍ତିକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଦୈନନ୍ଦିନ ଜୀବନରେ ସେମାନଙ୍କ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମଗ୍ର ଦେଶରେ ୧ ଲକ୍ଷ ବୁଲା ବିକାଳିଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ହସ୍ତାନ୍ତର କରାଯାଇଛି ଏବଂ ସବୁଠାରୁ ବଡ଼ କଥା ହେଉଛି ଆଜି ଦିଲ୍ଲୀ ମେଟ୍ରୋର ଦୁଇଟି ଅତିରିକ୍ତ କରିଡର ଲାଜପତ ନଗର - ସାକେତ - ଜି ବ୍ଲକ୍ ଏବଂ ଇନ୍ଦ୍ରଲୋକ - ଇନ୍ଦ୍ରପ୍ରସ୍ଥ କରିଡରର ଶୁଭାରମ୍ଭ କରାଯାଇଛି ।

ଦେଶର ଲକ୍ଷ ଲକ୍ଷ ବୁଲା ବିକାଳିଙ୍କୁ ପ୍ରଧାନମନ୍ତ୍ରୀ ସ୍ୱୀକୃତି ଦେଇଥିଲେ , ଯେଉଁମାନେ ନିଜ କଠିନ ପରିଶ୍ରମ ଏବଂ ସ୍ୱାଭିମାନ ଦ୍ୱାରା ନିଜ ପରିବାରର ଆବଶ୍ୟକତା ପୂରଣ କରନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ , ସେମାନଙ୍କର ଭେଣ୍ଡିଂ ଗାଡି ଏବଂ ଦୋକାନ ଛୋଟ ହୋଇପାରେ, ତଥାପି ସେମାନଙ୍କର ସ୍ୱପ୍ନ ବହୁତ ବଡ । ସେ ଦର୍ଶାଇଥିଲେ ଯେ ଅତୀତର ସରକାରମାନେ ବୁଲା ବିକାଳି ମାନଙ୍କର କଲ୍ୟାଣ ପାଇଁ କୌଣସି ଆଗ୍ରହ ପ୍ରକାଶ କରିନଥିଲେ , ଯାହା ଫଳରେ ସେମାନେ ଅସମ୍ମାନ ଏବଂ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସେମାନଙ୍କ ପାଣ୍ଠିର ଆବଶ୍ୟକତା ଉଚ୍ଚ ସୁଧ ହାରର ଋଣ ଦ୍ୱାରା ପୂରଣ ହେଉଥିଲା, କିନ୍ତୁ ଅସମୟ ଦେୟ ଆହୁରି ଅସମ୍ମାନ ଏବଂ ଅଧିକ ସୁଧ ସୃଷ୍ଟି କରୁଥିଲା ବୋଲି ସେ କହିଛନ୍ତି ।
ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ , ସେମାନଙ୍କ ପାଖରେ କୌଣସି ଋଣ ଗ୍ୟାରେଣ୍ଟି ନଥିବାରୁ ସେମାନେ ବ୍ୟାଙ୍କକୁ ଯାଇ ପାରୁନଥିଲେ । ଏଭଳି ପରିସ୍ଥିତିରେ ବ୍ୟାଙ୍କ ଆକାଉଣ୍ଟ ନଥିବାରୁ ଏବଂ ବ୍ୟବସାୟ ରେକର୍ଡ ନଥିବାରୁ ସେମାନଙ୍କ ନାଇଁ ବ୍ୟାଙ୍କ ଋଣ ପାଇବା ଅସମ୍ଭବ ହୋଇ ପଡ଼ିଥିଲା । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ପୂର୍ବ ସରକାରମାନେ ବୁଲା ବିକାଳି ମାନଙ୍କର ଆବଶ୍ୟକତା ପ୍ରତି କୌଣସି ଧ୍ୟାନ ଦେଇନଥିଲେ କିମ୍ବା ସେମାନଙ୍କ ସମସ୍ୟାର ସମାଧାନ ପାଇଁ କୌଣସି ପ୍ରୟାସ କରିନଥିଲେ ।












Click it and Unblock the Notifications