'ବିଗତ ୯ ବର୍ଷ ମଧ୍ୟରେ ଦେଶରେ ୩୦ଟି ନୂଆ କର୍କଟ ହସ୍ପିଟାଲ ବିକଶିତ ହୋଇଛି'

ପ୍ରଧାନମନ୍ତ୍ରୀ ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ଶ୍ରୀ ଖୋଦଲଧାମ ଟ୍ରଷ୍ଟ - କର୍କଟ ହସ୍ପିଟାଲର ଶିଳାନ୍ୟାସ ସମାରୋହକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଖୋଦଲଧାମର ପବିତ୍ର ଭୂମି ଏବଂ ଖୋଦଲ ମା'ଙ୍କ ଭକ୍ତଙ୍କ ସହ ଯୋଗାଯୋଗ କରିବା ନେଇ ଅତ୍ୟନ୍ତ ସୌଭାଗ୍ୟ ପ୍ରକାଶ କରିଥିଲେ । ମୋଦୀ କହିଥିଲେ ଯେ ଶ୍ରୀ ଖୋଦଲଧାମ ଟ୍ରଷ୍ଟ ଅମରେଲି ଠାରେ କର୍କଟ ଚିକିତ୍ସାଳୟ ଏବଂ ଗବେଷଣା କେନ୍ଦ୍ରର ଶିଳାନ୍ୟାସ ସହିତ ଜନକଲ୍ୟାଣ ଏବଂ ସେବା କ୍ଷେତ୍ରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଶ୍ରୀ ଖୋଦଲଧାମ ଟ୍ରଷ୍ଟ - କାଗୱାଡ ପ୍ରତିଷ୍ଠାର ୧୪ ବର୍ଷ ପୂରଣ କରିବ ଏବଂ ସେ ଉଲ୍ଲେଖ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଲେଉଭା ପଟିଦାର ସମ୍ପ୍ରଦାୟ ୧୪ ବର୍ଷ ପୂର୍ବେ ସେବା, ମୂଲ୍ୟବୋଧ ଏବଂ ସମର୍ପଣର ସଂକଳ୍ପ ନେଇ ଶ୍ରୀ ଖୋଦଲଧାମ ଟ୍ରଷ୍ଟ ପ୍ରତିଷ୍ଠା କରିଥିଲେ । ସେବେଠାରୁ ଟ୍ରଷ୍ଟ ନିଜର ସେବା ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ କାମ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଶିକ୍ଷା କ୍ଷେତ୍ର ହେଉ, କୃଷି ହେଉ କି ସ୍ୱାସ୍ଥ୍ୟ କ୍ଷେତ୍ର ହେଉ, ଏହି ଟ୍ରଷ୍ଟ ପ୍ରତ୍ୟେକ ଦିଗରେ ଉତ୍କୃଷ୍ଟ କାର୍ଯ୍ୟ କରିଛି", ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ବିଶ୍ୱାସ ବ୍ୟକ୍ତ କରି କହିଥିଲେ ଯେ ଅମରେଲିରେ ନିର୍ମାଣ କରାଯାଉଥିବା କର୍କଟ ଚିକିତ୍ସାଳୟ ସେବା ଭାବନାର ଆଉ ଏକ ଉଦାହରଣ ହେବ ଏବଂ ଅମରେଲି ସମେତ ସୌରାଷ୍ଟ୍ରର ଏକ ବିଶାଳ ଅଞ୍ଚଳକୁ ବହୁତ ଉପକୃତ କରିବ ।

narendra_modi

କର୍କଟ ଭଳି ଗମ୍ଭୀର ରୋଗର ଚିକିତ୍ସା ଯେ କୌଣସି ବ୍ୟକ୍ତି ଓ ପରିବାର ପାଇଁ ଏକ ବଡ଼ ଆହ୍ୱାନ ପାଲଟିଥାଏ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ କର୍କଟ ଚିକିତ୍ସାରେ ଯେପରି କୌଣସି ରୋଗୀ ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ସରକାର ପ୍ରୟାସ କରୁଛନ୍ତି । ଏହି ଦୃଷ୍ଟିକୋଣ ଅନୁଯାୟୀ, ଗତ ୯ ବର୍ଷ ମଧ୍ୟରେ ଦେଶରେ ପ୍ରାୟ ୩୦ଟି ନୂତନ କର୍କଟ ହସ୍ପିଟାଲ ବିକଶିତ ହୋଇଛି ଏବଂ ୧୦ଟି ନୂତନ କର୍କଟ ହସ୍ପିଟାଲର କାର୍ଯ୍ୟ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

କର୍କଟ ରୋଗର ଚିକିତ୍ସା ପାଇଁ ସଠିକ୍ ପର୍ଯ୍ୟାୟରେ ଚିହ୍ନଟ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ ଦର୍ଶାଇଛନ୍ତି ଯେ ଗ୍ରାମର ଲୋକମାନଙ୍କ କ୍ଷେତ୍ରରେ ରୋଗ ଚିହ୍ନଟ ହେବା ବେଳକୁ କର୍କଟ ବ୍ୟାପିବା ଆରମ୍ଭ ହୋଇଯାଏ । ଏଭଳି ପରିସ୍ଥିତିକୁ ଏଡ଼ାଇବା ପାଇଁ କେନ୍ଦ୍ର ସରକାର ଗ୍ରାମ ସ୍ତରରେ ୧.୫ ଲକ୍ଷରୁ ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନିର୍ମାଣ କରିଛନ୍ତି ଯେଉଁଠାରେ କର୍କଟ ସମେତ ଅନେକ ଗମ୍ଭୀର ରୋଗର ଆଗୁଆ ଚିହ୍ନଟ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । "ଯେତେବେଳେ କର୍କଟ ରୋଗ ଶୀଘ୍ର ଚିହ୍ନଟ ହୁଏ, ଡାକ୍ତରମାନେ ମଧ୍ୟ ଏହାର ଚିକିତ୍ସାରେ ବହୁତ ସାହାଯ୍ୟ କରିଥାନ୍ତି", ବୋଲି ସେ ଆହୁରି ମଧ୍ୟ କହିଥିଲେ । ଗର୍ଭାଶୟ କର୍କଟ ବା ସ୍ତନ କର୍କଟ ଭଳି ରୋଗର ପ୍ରାରମ୍ଭିକ ଚିହ୍ନଟରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ସେ ଉଲ୍ଲେଖ କରିବା ସହିତ କେନ୍ଦ୍ର ସରକାରଙ୍କ ପ୍ରୟାସରୁ ମହିଳାମାନେ ମଧ୍ୟ ବହୁତ ଉପକୃତ ହୋଇଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ ।

ଗତ ୨୦ ବର୍ଷ ମଧ୍ୟରେ ଗୁଜରାଟ ରାଜ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଭୂତପୂର୍ବ ଅଗ୍ରଗତି କରିଛି ଏବଂ ଏହା ଭାରତର ଏକ ବିଶାଳ ଚିକିତ୍ସା କେନ୍ଦ୍ରରେ ପରିଣତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ । ୨୦୦୨ ସୁଦ୍ଧା ଗୁଜରାଟରେ ମାତ୍ର ୧୧ଟି ମେଡିକାଲ କଲେଜ ଥିବା ବେଳେ ଆଜି ଏହି ସଂଖ୍ୟା ୪୦ କୁ ବୃଦ୍ଧି ପାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦ ବର୍ଷ ମଧ୍ୟରେ ଏଠାରେ ଏମବିବିଏସ୍ ସିଟ୍ ସଂଖ୍ୟା ପାଖାପାଖି ୫ ଗୁଣ ବୃଦ୍ଧି ପାଇଛି ଏବଂ ପିଜି ସିଟ୍ ସଂଖ୍ୟା ମଧ୍ୟ ପ୍ରାୟ ୩ ଗୁଣ ବୃଦ୍ଧି ପାଇଛି । "ବର୍ତ୍ତମାନ ରାଜକୋଟରେ ଆମର ଏମ୍ସ ମଧ୍ୟ ଅଛି", ବୋଲି ସେ ଉଲ୍ଲେଖ କରିଥିଲେ । ୨୦୦୨ ମସିହା ସୁଦ୍ଧା ଗୁଜରାଟରେ ମାତ୍ର ୧୩ଟି ଫାର୍ମାସି କଲେଜ ଥିବା ବେଳେ ଆଜି ସେଗୁଡିକର ସଂଖ୍ୟା ୧୦୦କୁ ବୃଦ୍ଧି ପାଇଛି ଏବଂ ଡିପ୍ଲୋମା ଫାର୍ମାସି କଲେଜ ସଂଖ୍ୟା ମଧ୍ୟ ଗତ ୨୦ ବର୍ଷ ମଧ୍ୟରେ ୬ ରୁ ୩୦କୁ ବୃଦ୍ଧି ପାଇଛି । ପ୍ରତ୍ୟେକ ଗ୍ରାମରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା ସହିତ ଗୁଜରାଟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ସଂସ୍କାରର ମଡେଲ ଉପସ୍ଥାପନ କରିଛି, ଯାହା ଦ୍ୱାରା ଆଦିବାସୀ ଏବଂ ଗରିବ ଅଂଚଳରେ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ଗୁଜରାଟରେ ୧୦୮ ଆମ୍ବୁଲାନ୍ସ ସୁବିଧା ଉପରେ ଲୋକଙ୍କ ବିଶ୍ୱାସ କ୍ରମାଗତ ଭାବେ ଦୃଢ଼ ହୋଇଛି ।

ଯେ କୌଣସି ଦେଶର ବିକାଶ ପାଇଁ ଏକ ସୁସ୍ଥ ଓ ଦୃଢ଼ ସମୁଦାୟର ଆବଶ୍ୟକତା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । "ଖୋଦଲ ମାତାଙ୍କ ଆଶୀର୍ବାଦରେ, ଆମ ସରକାର ଆଜି ଏହି ଚିନ୍ତାଧାରାକୁ ଅନୁସରଣ କରୁଛନ୍ତି", ଆୟୁଷ୍ମାନ ଭାରତ ଯୋଜନା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯାହା ଆଜି ବହୁ ସଂଖ୍ୟକ କର୍କଟ ରୋଗୀଙ୍କ ସମେତ ୬ କୋଟିରୁ ଅଧିକ ଲୋକଙ୍କ ଚିକିତ୍ସାରେ ସାହାଯ୍ୟ କରିଛି ଏବଂ ସେମାନଙ୍କୁ ଏକ ଲକ୍ଷ କୋଟି ଟଙ୍କା ସଞ୍ଚୟ କରିବାରେ ସାହାଯ୍ୟ କରିଛି । ୧୦,୦୦୦ ଜନ ଔଷଧି କେନ୍ଦ୍ର ଖୋଲିବା ବିଷୟରେ ମଧ୍ୟ ସେ କହିଥିଲେ , ଯେଉଁଠାରେ ୮୦ ପ୍ରତିଶତ ରିହାତିରେ ଔଷଧ ଉପଲବ୍ଧ କରାଯାଏ । ପିଏମ୍ ଜନ ଔଷଧି କେନ୍ଦ୍ର ସଂଖ୍ୟା ୨୫,୦୦୦ କୁ ବୃଦ୍ଧି କରିବା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ୩୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାରୁ ରୋଗୀଙ୍କୁ ରକ୍ଷା କରାଯାଇଛି ବୋଲି ସେ ମଧ୍ୟ କହିଛନ୍ତି । କ୍ୟାନସର ଔଷଧର ମୂଲ୍ୟକୁ ମଧ୍ୟ ସରକାର ନିୟନ୍ତ୍ରଣ କରିଛନ୍ତି , ଯାହା ଅନେକ କର୍କଟ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଛି ବୋଲି ସେ ଉଲ୍ଲେଖ କରିଛନ୍ତି ।

ଟ୍ରଷ୍ଟ ସହ ତାଙ୍କର ଦୀର୍ଘକାଳୀନ ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ ୯ଟି ଅନୁରୋଧ କରିଥିଲେ । ପ୍ରଥମତଃ, ପ୍ରତି ବୁନ୍ଦା ଜଳକୁ ସଂରକ୍ଷଣ କରିବା ଏବଂ ଜଳ ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି କରିବା । ଦ୍ୱିତୀୟ - ଗ୍ରାମ ସ୍ତରରେ ଡିଜିଟାଲ କାରବାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା । ତୃତୀୟ - ନିଜ ଗ୍ରାମ, ଅଞ୍ଚଳ ଓ ସହରକୁ ସ୍ୱଚ୍ଛତା କ୍ଷେତ୍ରରେ ଏକ ନମ୍ବର କରିବା ପାଇଁ କାମ କରିବା । ଚତୁର୍ଥ - ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହନ ଦେବା ଏବଂ ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦକୁ ଯଥାସମ୍ଭବ ବ୍ୟବହାର କରିବା । ପଞ୍ଚମ - ଦେଶ ଭିତରେ ଭ୍ରମଣ କରିବା ଏବଂ ଘରୋଇ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା । ଷଷ୍ଠ - ପ୍ରାକୃତିକ ଚାଷ ସମ୍ପର୍କରେ ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା । ସପ୍ତମ - ଦୈନନ୍ଦିନ ଖାଦ୍ୟରେ ଶ୍ରୀ ଅନ୍ନକୁ ସାମିଲ କରିବା । ଅଷ୍ଟମ - ଫିଟନେସ୍‌, ଯୋଗ କିମ୍ବା କ୍ରୀଡ଼ାରେ ଲିପ୍ତ ରହି ଏହାକୁ ଜୀବନର ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ କରିବା ଏବଂ ଶେଷରେ - କୌଣସି ପ୍ରକାର ଡ୍ରଗ୍ସ ଏବଂ ନିଶା ଠାରୁ ଦୂରେଇ ରହିବା ।

ଏହି ଟ୍ରଷ୍ଟ ପୂର୍ଣ୍ଣ ନିଷ୍ଠା ଓ ସାମର୍ଥ୍ୟ ସହିତ ନିଜର ଦାୟିତ୍ୱ ନିର୍ବାହ ଜାରି ରଖିବ ଏବଂ ଅମରେଲିରେ ନିର୍ମାଣ କରାଯାଉଥିବା କର୍କଟ ଚିକିତ୍ସାଳୟ ସମଗ୍ର ସମାଜର କଲ୍ୟାଣ ପାଇଁ ଉଦାହରଣ ପାଲଟିବ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ । ସେ ଲେଉଭା ପଟିଦାର ସମାଜ ଏବଂ ଶ୍ରୀ ଖୋଦଲଧାମ ଟ୍ରଷ୍ଟକୁ ଶୁଭେଚ୍ଛା ଜଣାଇଛନ୍ତି । "ମା' ଖୋଦଲଙ୍କ କୃପାରୁ ଆପଣମାନେ ସମାଜସେବାରେ ନିୟୋଜିତ ହେବା ଉଚିତ" ବୋଲି ସେ ଆହୁରି ମଧ୍ୟ କହିଥିଲେ ।

ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ଦେଶରେ ବିବାହ ସମାରୋହ କରିବା ଏବଂ ବିଦେଶୀ ଡେଷ୍ଟିନେସନ୍ ୱେଡିଂରୁ ଦୂରେଇ ରହିବାକୁ ଶୁଭେଚ୍ଛୁ ବର୍ଗଙ୍କୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ଶେଷରେ "ମେଡ୍ ଇନ୍ ଇଣ୍ଡିଆ ଭଳି ଏବେ ୱେଡ୍ ଇନ୍ ଇଣ୍ଡିଆ" (ଭାରତରେ ତିଆରି ଭଳି ଭାରତରେ ବିବାହ) ପ୍ରସଙ୍ଗ ଉପରେ ମତ ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+