ଦିଲ୍ଲୀ ବଜେଟ୍ ଉପରେ ଲଗିଲା ରୋକ୍, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କେଜ୍ରିୱାଲ
ଆଜି ସଂସଦରେ ଦିଲ୍ଲୀର ୨୦୨୩-୨୪ ବଜେଟକୁ ଉପସ୍ଥାପନା ହେବାର ଥିଲା ହେଲେ ଏହା ଉପରେ ରୋକ ଲଗାଯାଇଛି । ଯାହା ପରେ ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ବଜେଡ୍ ବନ୍ଦ ନ କରିବା ପାଇଁ ଅନୁରୋଧ କରିଛନ୍ତି ।

Arvind Kejriwal Writes To PM Over Delhi Budget:ଆଜି ସଂସଦରେ ଦିଲ୍ଲୀର ୨୦୨୩-୨୪ ବଜେଟକୁ ଉପସ୍ଥାପନା ହେବାର ଥିଲା ହେଲେ ଏହା ଉପରେ ରୋକ ଲଗାଯାଇଛି । ଯାହା ପରେ ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ବଜେଟ ବନ୍ଦ ନ କରିବା ପାଇଁ ଅନୁରୋଧ କରିଛନ୍ତି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଚିଠିରେ ଲେଖିଛନ୍ତି, ୭୫ ବର୍ଷ ମଧ୍ୟରେ ଭାରତ ଇତିହାସରେ ଏପରି ଘଟଣା ପ୍ରଥମ ଥର ଦେଖିବା ପାଇଁ ମିଳୁଛି, ଯେଉଁଠି କୌଣସି ରାଜ୍ୟର ବଜେଟକୁ ରୋକାଯାଉଛି । ଆପଣ ଦିଲ୍ଲୀବାସୀଙ୍କ ଉପରେ କାହିଁକି ରାଗିଛ । ଦିଲ୍ଲୀବାସୀ ଆପଣଙ୍କୁ ହାତଯୋଡି ପ୍ରାର୍ଥନା କରୁଛନ୍ତି, ଦୟାକରି ବଜେଟ୍ ପାସ କରି ଦିଅନ୍ତୁ । ସୋମବାର ଦିନ କେଜ୍ରିୱାଲ୍ କହିଥିଲେ ଯେ, ଆସନ୍ତାକାଲି ଅର୍ଥାତ୍ ଆଜି ଦିଲ୍ଲୀ ସରକାର ବିଧାନସଭାରେ ନିଜର ବଜେଟ୍ ଉପସ୍ଥାପନ କରିପାରିବ ନାହିଁ ଏବଂ ଏଥିପାଇଁ କେନ୍ଦ୍ର ସରକାର ଦାୟୀ ।
ସୂଚନା ରହିଛି ଯେ,ଗୃହ ମନ୍ତ୍ରଣାଳୟ ଆପ ସରକାରଙ୍କୁ ସ୍ପଷ୍ଟିକରଣ ମାଗିଛନ୍ତି ଯେ ବଜେଟ୍ ପ୍ରସ୍ତାବରେ ବିଜ୍ଞାପନ ବାବଦକୁ ଏତେ ଟଙ୍କା କାହିଁକି ରଖାଯାଇଛି । ବିଜ୍ଞାପନ ତୁଳନାରେ ଭିତ୍ତିଭୂମି ଓ ବିକାଶ ପାଇଁ କମ ଟଙ୍କା ରଖାଯାଇଛି । ହେଲେ କେଜ୍ରିୱାଲ ସରକାର ଏପର୍ଯ୍ୟନ୍ତ ଏ ବାବଦରେ କୌଣସି ଉତ୍ତର ଦେଇ ନାହାନ୍ତି । ଯେଉଁଥି ପାଇଁ ବଜେଟ ଉପରେ ରୋକ ଲଗାଯାଇଛି ବୋଲି ଗୃହ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ପାଇଛି ।
ଅନ୍ୟପକ୍ଷରେ ଆପ୍ ସରକାର ପକ୍ଷରୁ କୁହାଯାଉଛି ଯେ ଏହା ସମ୍ପୁର୍ଣ୍ଣ ମିଥ୍ୟା ଅଭିଯୋଗ । ଦିଲ୍ଲୀ ଅର୍ଥମନ୍ତ୍ରୀଙ୍କ ସୂଚନା ଅନୁସାରେ, ଦିଲ୍ଲୀରେ ମୋଟ୍ ବଜେଟ ୭୮.୮୦୦ କୋଟି ଟଙ୍କାର । ସେଥି ମଧ୍ୟରୁ ୨୨.୦୦୦ କୋଟି ଟଙ୍କା ଭିତ୍ତିଭୂମି ବିକାଶ ପାଇଁ ଏବଂ ବିଜ୍ଞାପନ ପାଇଁ ମାତ୍ର ୫୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ଗତବର୍ଷ ମଧ୍ୟ ବିଜ୍ଞାପନ ପାଇଁ ସମାନ ଅର୍ଥ ବ୍ୟୟ ହୋଇଥିଲା । ତେଣୁ ବିଜ୍ଞାପନ ପାଇଁ ଅଧିକ ଟଙ୍କାର ବ୍ୟୟବରଦା କରାଯିବ ନାହିଁ ବୋଲି ଆପ୍ ସରକାର ସ୍ପଷ୍ଟୀକରଣ ରଖିସାରିଛି ।












Click it and Unblock the Notifications