ହରିୟାଣାର ୨୦ ଆସନରେ ପୁନଃ ନିର୍ବାଚନ ଦାବି, ସୁପ୍ରିମକୋର୍ଟରେ ଦାଖଲ ହେଲା ଆବେଦନ

ନୂଆଦିଲ୍ଲୀ: ହରିୟାଣାର ୨୦ ବିଧାନସଭା ଆସନରେ ପୁଣି ଥରେ ନିର୍ବାଚନ କରାଇବା ଦାବି କରି ବୁଧବାର ସୁପ୍ରିମକୋର୍ଟରେ ଆବେଦନ ହୋଇଛି । ସର୍ବୋଚ୍ଚ ଅଦାଲତରେ ଦାଖଲ ଯାଚିକାରେ ଇଭିଏମ୍ ରେଜଲ୍ଟ ସନ୍ଦିଗ୍ଧ ଥିବା ଅଭିଯୋଗ କରାଯାଇଛି । ପ୍ରିୟା ମିଶ୍ର ଏବଂ ବିକାଶ ବଂଶଲ ଓକିଲ ନରେନ୍ଦ୍ର ମିଶ୍ରଙ୍କ ଜରିଆରେ ସୁପ୍ରିମକୋର୍ଟରେ ଏହି ଆବେଦନ କରିଛନ୍ତି । କଂଗ୍ରେସ ପକ୍ଷରୁ ଇସିଆଇଙ୍କୁ ଦିଆଯାଇଥିବା ଅଭିଯୋଗକୁ ନେଇ ଆବେଦନରେ ଦର୍ଶାଯାଇଛି ଯେ, ନିର୍ବାଚନ ଦିନ କିଛି ଇଭିଏମ୍‌ ୯୯ ପ୍ରତିଶତ ବ୍ୟାଟେରି କ୍ଷମତାରେ କାର୍ଯ୍ୟ କରିଥିଲା । ଆଉ କେତେକ ଇଭିଏମ୍‌ରେ ୮୦ ପ୍ରତିଶତରୁ କମ୍‌ ଚାର୍ଜ ଥିଲା ।

କିନ୍ତୁ ଅକ୍ଟୋବର ୮ରେ ସେଥିମଧ୍ୟରୁ ବ୍ୟବହୃତ କେତେକ ଇଭିଏମର ବ୍ୟାଟେରି ୯୯ ପ୍ରତିଶତ ଥିବା ବେଳେ ଅନ୍ୟ ଇଭିଏମଗୁଡ଼ିକର ବ୍ୟାଟେରି କ୍ଷମତା ୬୦-୭୦ ପ୍ରତିଶତକୁ ଖସିଆସିଥିଲା । ଗୋଟିଏ ମତଦାନ କେନ୍ଦ୍ରରେ ହିଁ ଏଭଳି ଅସମାନତା ଦେଖିବାକୁ ମିଳିଥିଲା । ଏନେଇ ଜଣାପଡ଼ିବା ପରେ କଂଗ୍ରେସର ପ୍ରତିନିଧି ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇଥିଲେ କିନ୍ତୁ କୌଣସି ଜବାବ ମିଳିନଥିଲା । ଆବେଦନକାରୀ ଆହୁରି ଦାବି କରିଛନ୍ତି ଯେ, କିଛି ଇଭିଏମ ୯୯ ପ୍ରତିଶତ ତ ଆଉ କିଛି ୭୦ ପ୍ରତିଶତ ବ୍ୟାଟେରି କ୍ଷମତାରେ କାର୍ଯ୍ୟ କରୁଥିଲା । ଯାହାକି ଗଣତି ଦିନର ଚାର୍ଜିଂ ପଏଣ୍ଟ ଠାରୁ ଖୁବ ଅଧିକ ।

vote

ଆବେଦନରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ମତଦାନ ଦିନ ଜାରି ଡାଟା ଉପରେ ମଧ୍ୟ ପ୍ରଶ୍ନ ଉଠାଯାଇଛି । ଏଥିରେ କୁହାଯାଇଛି ଯେ ନିର୍ବାଚନ ଆୟୋଗ ଭୋଟିଂ ଦିନ ସଂଧ୍ୟା ୭.୨୫ ମିନିଟରେ ଡାଟା ଜାରି କରିଥିଲେ ଯେ ୬୧.୧୯ ପ୍ରତିଶତ ମତଦାନ ହୋଇଛି, ଏହାପରେ ରାତି ୧୧.୪୫ ଏକ ନୂଆ ଡାଟା ଜାରି କରି ୬୫.୬୫ ପ୍ରତିଶତ ମତଦାନ ହୋଇଛି ବୋଲି ଉଲ୍ଲେଖ କରାଗଲା । ଆଇନଜୀବୀ ମିଶ୍ର କହିଛନ୍ତି ଯେ ଯେଉଁ ୨୦ ବିଧାନସଭା ଆସନରେ ପୁଣି ଥରେ ନିର୍ବାଚନ ପାଇଁ ଦାବି ହେଉଛି, ସେଠାରେ କଂଗ୍ରେସ ପରାସ୍ତ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+