୪ ଖେଳାଳିଙ୍କୁ ଖେଳରତ୍ନ:ଜାଣନ୍ତୁ କେତେ ମିଳିବ ପୁରଷ୍କାର ରାଶି

Khel Ratna Award: କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର-2024 ତାଲିକା ପ୍ରକାଶ ପାଇଛି । ଏଥର କ୍ରୀଡା ଜଗତରେ ଇତିହାସ ରଚିଥିବା 4 ଖେଳାଳିଙ୍କୁ ଦେଶର ସର୍ବ ବୃହତ କ୍ରୀଡ଼ା ପୁରସ୍କାର ଖେଳ ରତ୍ନ ପୁରଷ୍କାର ପ୍ରଦାନ କରାଯିବ । ଗୁକେଶ , ହରମନପ୍ରୀତ ସିଂ, ପ୍ରବୀଣ କୁମାର, ମନୁ ଭାକରଙ୍କୁ ଖେଳ ରତ୍ନ ପୁରସ୍କାର ପ୍ରଦାନ କରାଯିବ । ଜାନୁଆରୀ ୧୭ ତାରିଖରେ ରାଷ୍ଟ୍ରପତି ଭବନରେ ସମସ୍ତଙ୍କୁ ସମ୍ମାନିତ କରାଯିବ ।

ଖେଳ ରତ୍ନ ପୁରସ୍କାର ପ୍ରଦାନ କରାଯାଉଥିବା ଖେଳାଳୀଙ୍କୁ ନଗଦ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ । ଏହା ବ୍ୟତୀତ ସେମାନଙ୍କୁ ପଦକ ଏବଂ ପ୍ରମାଣପତ୍ର ମଧ୍ୟ ଦିଆଯାଏ । ୨୦୨୦ ପର୍ଯ୍ୟନ୍ତ, ଖେଳ ରତ୍ନ ଗ୍ରହଣ କରିଥିବା ଜଣେ ଖେଳାଳି କେବଳ ୭.୫ ଲକ୍ଷ ଟଙ୍କା ପୁରସ୍କାର ରାଶି ପାଇଥିଲେ, କିନ୍ତୁ ମୋଦି ସରକାର ଏହାକୁ ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି।

Khel Ratna Award

ଜାନୁଆରୀ ୧୭ ତାରିଖରେ ରାଷ୍ଟ୍ରପତି ଭବନରେ ସମସ୍ତଙ୍କୁ ସମ୍ମାନିତ କରାଯିବ । ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତି ଇତିହାସ ରଚିଥିବା ମନୁ ଭାକରଙ୍କୁ ପୂର୍ବରୁ ଖେଲ ରତ୍ନ ପୁରସ୍କାର ପାଇଁ ମନୋନୀତ କରାଯାଇ ନଥିଲା। ଯାହା ପରେ ଅନେକ ବିବାଦ ସୃଷ୍ଟି ହୋଇଥିଲା । ହେଲେ ଏଥିରେ ମୁଦ୍ରଣରେ ତ୍ରୁଟି ଥିବା କ୍ରୀଡ଼ା ମନ୍ତ୍ରଣାଳୟ ସ୍ପଷ୍ଟ କରିଥିଲା ।

ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପାଇଁ ହକି ଦଳର ନେତୃତ୍ୱ ନେଇଥିବା ହରମନପ୍ରୀତ ସିଂ ମଧ୍ୟ ଖେଳ ରତ୍ନ ପାଇଛନ୍ତି। ଚେସରେ ଇତିହାସ ରଚିଥିବା ଡି ଗୁକେଶ ମଧ୍ୟ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହା ବ୍ୟତୀତ ପ୍ରବୀଣ କୁମାରଙ୍କୁ ମେଜର ଧାନ ଚାନ୍ଦ ଖେଳ ରତ୍ନା ପୁରସ୍କାରରେ ସମ୍ମାନିତ କରାଯାଇଛି। ଜାନୁଆରୀ ୧୭ ତାରିଖରେ ରାଷ୍ଟ୍ରପତି ଭବନରେ ଦିନ ୧୧ ଟାରେ ସମସ୍ତଙ୍କୁ ସମ୍ମାନିତ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+