ମାସ ଶେଷ ପର୍ଯ୍ୟନ୍ତ 3 ଗୁଣା ମହଙ୍ଗା ଦରରେ ମିଳିବ ପ୍ଲାଟଫର୍ମ ଟିକେଟ୍

ମାସ ଶେଷ ପର୍ଯ୍ୟନ୍ତ 3 ଗୁଣା ମହଙ୍ଗା ଦରରେ ମିଳିବ ପ୍ଲାଟଫର୍ମ ଟିକେଟ୍ । ପାର୍ବଣ ପାଇଁ ଏଭଳି କରାଯାଇଥିବା ସୂଚନା ।

ନୂଆଦିଲ୍ଲୀ: ଶେଷ ହୋଇଛି ଦୁର୍ଗା ପୂଜା । ହେଲେ ଆଗକୁ କାଳୀ ପୂଜା. ଦୀପାବଳୀ ଆଦି ପର୍ବ ବାକି ରହିଛି । ପାର୍ବଣକୁ ଆଖିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ଜାରି କରାଯାଇଛି ଏକ ନୂଆ ନିୟମ। ପ୍ଲାଟଫର୍ମକୁ ଯିବାକୁ ଚାହୁଁଥିଲେ ସାଧାରଣତଃ ଟିକେଟ କରିବା ପାଇଁ ପଡିଥାଏ । ହେଲେ ବର୍ତ୍ତମାନ ଏହାକୁ ତିନି ଗୁଣା ବଢାଇ ଦିଆଯାଇଛି । ପାର୍ବଣ ସିଜିନ ପାଇଁ ମହଙ୍ଗା ହୋଇଛି ରେଳ ଷ୍ଟେସନ ପ୍ଲାର୍ଟଫର୍ମ ଟିକେଟ୍‌ । 10 ଟଙ୍କାରେ ମିଳୁଥିବା ପ୍ଲାଟଫର୍ମ 3ଗୁଣା ଅଧିକ ହୋଇଛି । ଦିଲ୍ଲୀ ମଣ୍ଡଳ ରେଳ ପ୍ରବଦ୍ଧକ ପାର୍ବଣ ସିଜନରେ ଷ୍ଟେସନରେ ଗହଳିକୁ ଦୃଷ୍ଟିରେ ରଖି ଏହି ଆଦେଶ ଜାରି କରିଛନ୍ତି ।

Indian Railway
ନୂଆଦିଲ୍ଲୀ, ପୁରୁଣା ଦିଲ୍ଲୀ ସମେତ ଅନେକ ରେଳ ଷ୍ଟେସନରେ ଦୀପାବଳୀ ଓ ଛଟ ପୂଜାରେ ପାଇଁ ଘରକୁ ଯିବାକୁ ଲୋକଙ୍କ ଭିଡ ହୋଇଥାଏ । ବିଶେଷ କରି ପ୍ଲାଟଫର୍ମ ଟିକଟ କିଣିବାକୁ ଲୋକଙ୍କ ଲମ୍ବା ଲାଇନ ଲାଗିଥାଏ । ତେଣୁ ଆସନ୍ତା ଅକ୍ଟୋବର 31 ଯାଏଁ 30 ଟଙ୍କାରେ ମିଳିବ ପ୍ଲାଟଫର୍ମ ଟିକେଟ୍‌ । ଏହାପରେ ପୁଣି ଡିସେମ୍ବର ପହିଲାରୁ 10 ଟଙ୍କାରେ ମିଳିବ ପ୍ଲାଟଫର୍ମ ଟିକେଟ୍‌ ।

ନୂଆଦିଲ୍ଲୀ, ପୁରୁଣା ଦିଲ୍ଲୀ, ଆନନ୍ଦ ବିହାର ଟର୍ମିନାଲ, ହଜରତ ନିଜାମୁଦିନ, ଦିଲ୍ଲୀ ରୋହିଲ୍ଲା ଏବଂ ଗାଜିଆବାଦ ଆଦି ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍‌ ବଢାଇ ଦିଆଯାଇଛି । ନବରାତ୍ରୀ ଏବଂ ଦଶହରା ପରେ ଦିପାବଳୀ, ଛଟ ପୂଜା ଏବଂ ଅନ୍ୟାନ୍ୟ ପର୍ବ ଆସୁଛି । ଏହି କାରଣରୁ ଷ୍ଟେସନରେ ଲୋକଙ୍କ ଭିଡ ଲାଗିବାର ଅଧିକ ସମ୍ଭାବନା ରହିଛି । ତେଣୁ ଭିଡ କମ କରିବାକୁ ଟିକଟ ଦର ବଢାଇବା ଭଳି ନିଷ୍ପତ୍ତି ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+