ବିମାନରେ ଅଛି ବୋମା ଧମକ ପରେ, ମୁମ୍ବାଇରେ ଜରୁରୀ ଅବତରଣ
ପୁଣି ବିମାନରେ ବୋମା ଧମକ। ଚେନ୍ନାଇରୁ ମୁମ୍ବାଇ ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ଧମକ ମିଳିଛି। ଏହାପରେ ବିମାନଟିକୁ ଆଜି ସକାଳୁ ମୁମ୍ବାଇ ବିମାନ ବନ୍ଦରରେ ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଛି।

ଆଜି ସକାଳୁ ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଏକ ଇଣ୍ଡିଗୋ ବିମାନ ଉଡାଣ ଭରିଥିଲା। ତେବେ ବିମାନ ଭିତରେ ମଝି ଆକାଶରେ ଜଣେ କ୍ରୁ ସଦସ୍ୟଙ୍କୁ ଏକ ନୋଟ୍ ମିଳିଥିଲା। ଏଥିରେ ବିମାନରେ ବୋମା ରଖାଯାଇଥିବା ନେଇ ଧମକ ମିଳିଥିଲା। ଚିଠିରେ ଇଂରାଜୀରେ ଡୁ ନଟ୍ ଲ୍ୟାଣ୍ଡ ବମ୍ବେ, ୟୁ ଲ୍ୟାଣ୍ଡ ବମ୍ ବ୍ଲାଷ୍ଟ ଲେଖାଥିଲା।
ଏହାକୁ ନେଇ ବିମାନ ଭିତରେ ଆତଙ୍କ ଖେଳି ଯାଇତିଲା। ଉକ୍ତ କ୍ରୁ ସଦସ୍ୟ ତୁରନ୍ତ ଏନେଇ ପାଇଲଟଙ୍କୁ ସୂଚନା ଦେଇଥିଲେ। ଏହାପରେ ମୁମ୍ବାଇ ବିମାନ ବନ୍ଦରକୁ ସୂଚିତ କରାଯାଇଥିଲା। ପରେ ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନକୁ ମୁମ୍ବାଇ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଛି।
ବିମାନଟି ମୁମ୍ବାଇରେ ଅବତରଣ କରିବା ପରେ ବିମାନ କର୍ମଚାରୀମାନେ ପ୍ରୋଟୋକଲ ଅନୁସରଣ କରିଥିଲେ। ସୁରକ୍ଷା ଏଜେନ୍ସିର ନିର୍ଦ୍ଦେଶାବଳୀ ଅନୁଯାୟୀ ବିମାନକୁ ଏକ ପୃଥକ ସ୍ଥାନକୁ ନେଇ ଯାଇ ତା'ର ଯାଞ୍ଚ ଜାରି ରହିଛି। ତେବେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଅବତରଣ କରାଯାଇଥିବା ସୂଚନା ରହିଛି। ସମସ୍ତ ଯାଞ୍ଚ ସରିବା ପରେ ବିମାନଟିକୁ ପୁଣି ଥରେ ଟର୍ମିନାଲକୁ ଅଣାଯିବ।












Click it and Unblock the Notifications