ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ବିମାନ, ଓହ୍ଲାଇ ପଡ଼ିଲେ ସମସ୍ତ ଯାତ୍ରୀ

ଅଳ୍ପକେ ବର୍ତ୍ତିଲା ପୁଣି ଏକ ବିମାନ ଦୁର୍ଘଟଣା । ସାଉଦି ଆରବ ଜେଦ୍ଦାରୁ ଆସିଥିବା ବିମାନ SV 3112 ଅବତରଣ ସମୟରେ ବିମାନ ଚକାରୁ ନିଆଁ ଏବଂ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଏହି ବିମାନରେ ଅତିକମରେ ୨୫୦ ହଜ ଯାତ୍ରୀ ଥିଲେ ।

major acciden

ଖବର ମୁତାବକ, ଲକ୍ଷ୍ନୌ ଏୟାରପୋର୍ଟରେ ଏହି ବିମାନ ସକାଳ ୬.୩୦ ରେ ଅବତରଣ କରିଥିଲା । ଏହି ସମୟରେ ବିମାନ ଚକାରୁ ନିଆଁ ବାହାରୁଥିବା ଦେଖିବାକୁ ପାଇଥିଲେ କର୍ମଚାରୀ । ହାଇଡ୍ରୋଲିକ୍ ଲିକ୍ ହେବାରୁ ଧୂଆଁ ବାହାରୁଥିବାର ଦେଖିବାକୁ ମିଳିଥିଲା । ଏୟାରପୋର୍ଟ ଷ୍ଟାଫ ତୁରନ୍ତ ସତର୍କତା ଅବଲମ୍ବନ କରି ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରିଥିଲେ । ଯାତ୍ରୀଙ୍କୁ ଏହି ଘଟଣା ବିଷୟରେ ସୂଚନା ମିଳିବା ପରେ ଭୟଭୀତ ହୋଇଯାଇଥିଲେ । ତୁରନ୍ତ ଯାତ୍ରୀମାନଙ୍କୁ ବିମାନରୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା ।

ସେହିପରି ଫ୍ରାଙ୍କଫର୍ଟରୁ ହାଇଦ୍ରାବାଦ ଆସୁଥିବା ବିମାନରେ ବୋମା ଥିବା ଗୁଜବ । ଉଡ଼ାଣ ଭରିବାର ଦୁଇ ଘଣ୍ଟା ପରେ ଫେରି ଆସିଲା ବିମାନ । ଜର୍ମାନୀର ଫ୍ରାଙ୍କଫର୍ଟରୁ ହାଇଦ୍ରାବାଦ ଆସୁଥିବା ଏକ ବିମାନରେ ବୋମା ଥିବା ଖବର ମିଳିବା ପରେ ଫେରାଇ ଦିଆଯାଇଥିଲା । LH 752 ଉଡ଼ାଣ କରିବା ପରେ ଏଥିରେ ବୋମା ଥିବା ସୂଚନା ମିଳିଥିଲା । ତେଣୁ ବିମାନକୁ ଫେରାଇ ନେବାକୁ ନିଷ୍ପତ୍ତି ନିଆଯାଇଥିଲା ।

ସୂଚନାଯୋଗ୍ୟ, ଗୁରୁବାର ଜୁନ୍ ୧୨ ତାରିଖରେ ଅହମଦାବାରୁ ଲଣ୍ଡନ ଗଟାୱିକ ଯାଉଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ଟେକଅଫର କିଛି ସମୟ ମଧ୍ୟରେ ବିମାନ ଅହମଦାବାଦର ଏକ ମେଡିକାଲ କଲେଜରେ ଖସିପଡିଥିଲା ।

ବିମାନରେ ୨୪୨ ଲୋକ ଥିଲେ, ଯେଉଁଥିରେ ୨୪୧ ଜଣଙ୍କର ଜୀବନ ଚାଲିଯାଇଥିଲା । ଏହି ଦୁର୍ଘଟଣାରେ କେବଳ ଜଣେ ବ୍ୟକ୍ତି ବଞ୍ଚିଯାଇଥିଲେ । ବିମାନ ପଡିଥିବା ସ୍ଥାନରେ ମଧ୍ୟରେ ଅନେକ ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ବିମାନ ଦୁର୍ଘଟଣାରେ ସମସ୍ତଙ୍କୁ ମିଶାଇ ୨୭୦ରୁ ଅଧିକ ଜଣଙ୍କ ମ୍ତ୍ୟୁ ହୋଇଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+