ଉଡ଼ାଣ ଭରିବା ପରେ ବିମାନ ଇଂଜିନରେ ଲାଗିଯାଇଥିଲା ନିଆଁ ,ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ପୁଣି ଏକ ବୋଇଂ ବିମାନରେ ନିଆଁ । ମଝି ଆକାଶରେ ଜଳିଲା ବୋଇଂ ୭୬୭। ଲସ୍ ଏଞ୍ଜେଲସ୍ ରୁ ଆଟଲାଣ୍ଟା ଯାଉଥିଲା ବିମାନ । ଉଡାଣ ଭରିବାର କିଛି ସମୟ ପରେ ଇଞ୍ଜିନରେ ନିଆଁ ଲାଗି ଯାଇଥିଲା । ପରେ ଲସ୍ ଏଞ୍ଜେଲସ୍ ଏୟାରପୋର୍ଟରେ ଜରୁରୀ ଅବତରଣ କରିଥିଲା ଡେଲଟା ଏୟାରଲାଇନ୍ସର ବୋଇଂ ୭୬୭ ବିମାନ।

ଖବର ମୁତାବକ, ଡେଲଟା ଏୟାରଲାଇନ୍ସର ବୋଇଂ ୭୬୭ ବିମାନ ଉଡ଼ାଣ ଭରିବା ମାତ୍ରେ ଇଂଜିନରେ ନିଆଁ ଲାଗିଯାଇଥିଲା । ଉଡ଼ାଣ ପରେ କିଛି ମିନିଟ୍ ମଧ୍ୟରେ ପାଇଲଟ୍ ମାନେ ବାମ ଇଞ୍ଜିନରେ ଅସ୍ୱାଭାବିକ ସଙ୍କେତ ଦେଖିବା ପରେ ନିଆଁ ଜଳୁଥିବା ଦେଖିବାକୁ ପାଇଥିଲେ ।
ତୁରନ୍ତ ଜରୁରୀ ଅବସ୍ଥା ଘୋଷଣା କରି ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହ ସମ୍ପର୍କ ସ୍ଥାପନ କରି ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ। ଅବତରଣ ପରେଯ ଅଗ୍ନିଶମ ବାହିନୀ ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଆଣିଥିଲେ। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାରକୁ ଅଣାଯାଇଥିଲା। ଏହାପରେ ବିମାନବନ୍ଦରରେ ଥିବା ଅଗ୍ନିଶମ ଟିମ୍ ଇଂଜିନରେ ଲାଗିଥିବା ନଆଁକୁ ତୁରନ୍ତ ଲିଭାଇଥିଲେ । ତେବେ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିଲେ । ତେବେ ନିଆଁ ଲାଗିବାର ଭିଡିଓ କ୍ୟାମେରାରେ କଏଦ ହୋଇଛି ।
ବିମାନରେ ଥିଲେ ମୋଟ ୨୨୬ ଜଣ ଯାତ୍ରୀ । ଦୁଇ ପାଇଲଟ୍ ଏବଂ ୭ଜଣ କ୍ୟାବିନ କ୍ରିୟୁ ଥିଲେ । ଏହି ବିମାନଟି ୨୪ ବର୍ଷର ପୁରୁଣା ଏବଂ ଦୁଇଟି ଜେନେରାଲ୍ ଇଲେକ୍ଟ୍ରିକ୍ ସିଏଫ୍ ୬ ଇଞ୍ଜିନ୍ ଦ୍ୱାରା ଚାଳିତ । କାହିଁକି ନିଆଁ ଲାଗିଲା, ଫେଡେରାଲ୍ ଏଭିଏସନ୍ ଆଡ଼ମିନିଷ୍ଟ୍ରେସନ୍ ଏହାର ଯାଞ୍ଚ ଆରମ୍ଭ କରିଛି । ଏହା ଚଳିତ ବର୍ଷ ଡେଲଟା ଏୟାର ଲାଇନ୍ସର ବିମାନ ଇଂଜିନରେ ନିଆଁ ଲାଗିବା ଦ୍ୱିତୀୟ ଘଟଣା । ଏପ୍ରିଲ ମାସରେ ଓରଲାଣ୍ଡ ବିମାନବନ୍ଦରରୁ ଉଡ଼ାଣ ଭରିଥିବା ଏକ ବିମାନରେ ନିଆଁ ଲାଗିଯାଇଥିଲା । ଠିକ୍ ସମୟରେ ପାଇଲଟ ଜାଣିଥିବାରୁ ବିମାନ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଥିଲା । ବିମାନରେ ୨୮୨ ଯାତ୍ରୀ ରହିଥିଲେ ।












Click it and Unblock the Notifications