Plane Crash: ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୭୪କୁ ବୃଦ୍ଧି
ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୭୪କୁ ବୃଦ୍ଧି । ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଯାଞ୍ଚ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ । ୩ମାସ ମଧ୍ୟରେ ଯାଞ୍ଚ କରି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ରିପୋର୍ଟ ଦେବ ଏହି କମିଟି । ଜୁନ୍ ୧୨ ତାରିଖରେ ଅହମଦାବାଦରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଗୃହ ମନ୍ତ୍ରଣାଳୟର ସଚିବଙ୍କ ନେତୃତ୍ବରେ ଗଠନ କରାଯାଇଥିବା କମିଟି ଦୁର୍ଘଟଣାର କାରଣ ଖୋଜିବ । ଏହି କମିଟି ଏୟାର ଇଣ୍ଡିଆ ବିମାନ AI-171 ଦୁର୍ଘଟଣାର କାରଣ ଖୋଜିବ ।
କମିଟିରେ ଗୃହ ସଚିବ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ, ଗୃହ ମନ୍ତ୍ରଣାଳୟର ଅତିରିକ୍ତ ସଚିବ/ ଯୁଗ୍ମ ସଚିବଙ୍କ ସମେତ ଗୁଜରାଟର ଗୃହ ବିଭାଗର ପ୍ରତିନିଧି ସାମିଲ ଅଛନ୍ତି ।

ବିମାନ ଦୁର୍ଘଟଣା ରୋକିବା ଏବଂ ପରିଚାଳନା କରିବା ପାଇଁ ଜାରି କରାଯାଇଥିବା ଏସଓପି ପାଳନ କରାଯାଇଥିଲା କି ନାହିଁ ଏହି କମିଟି ତାହାର ଯାଞ୍ଚ କରିବ । ଭବିଷ୍ୟତରେ ଏଭଳି ଘଟଣାର ମୁକାବିଲା କରିବା ପାଇଁ ବ୍ୟାପକ ନିର୍ଦ୍ଦେଶାବଳୀ ପରାମର୍ଶ ଦେବାସହ ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ଏବଂ ପରିଚାଳନା କରିବା ପାଇଁ SOP ପ୍ରସ୍ତୁତ କରିବା ଉପରେ ଧ୍ୟାନ ଦେବ ।
ସୂଚନାଯୋଗ୍ୟ, ଗୁରୁବାର ଅହମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତିକ ବିମାନବନ୍ଦରରୁ ଲଣ୍ଡନ ଗାଟଉଇକ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍ AI171 ଟେକ୍-ଅଫ୍ କରିବାର କିଛି ମିନିଟ ମଧ୍ୟରେ ମେଘାନୀ ନଗର ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ଜନବସତି ଏବଂ ମେଡିକାଲ କଲେଜର ଛାତ ଉପରେ ପଡିଥିଲା । ଦୁର୍ଘଟଣାରେ ୨୬୫ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ସମଗ୍ର ଭାରତୀୟ ଦୁଃଖରେ ଭାଙ୍ଗିପଡିଛନ୍ତି । ଅହମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବୋଇଂ 787-8 ଡ୍ରିମଲାଇନର ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ପରିବାରକୁ ଟାଟା ଗ୍ରୁପ୍ ୧ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛି ।
ଅହମ୍ମଦାବାଦର ବିମାନ ଦୁର୍ଘଟଣା ସମୟରେ ଆଖପାଖ ଅଞ୍ଚଳର ତାପମାତ୍ରା ୧୦୦୦ ଡିଗ୍ରୀ ସେଲସିୟସ ବଢି ଯାଇଥିଲା । ଏପରିକି କି ଏହି ତାପମାତ୍ରାରୁ ପକ୍ଷୀ ଏବଂ କୁକୁର ମଧ୍ୟ ବର୍ତ୍ତିପାରି ନଥିଲେ । ବିମାନରେ ପ୍ରାୟ ୧ ଲକ୍ଷ ୨୫ ହଜାର ଲିଟର ଇନ୍ଧନ ଥିଲା । ଦୁର୍ଘଟଣା ସମୟରେ ବିମାନରେ ଥିବା ଟ୍ୟାଙ୍କି ଫାଟିଯାଇଥିଲା । ଫଳରେ ଆଖପାଖର ତାପମାତ୍ରା ବଢ଼ିବାରେ ଲାଗିଥିଲା । ୧୦୦୦ ଡିଗ୍ରୀ ସେଲସିୟସ ଛୁଇଁଥିଲା ତାପମାତ୍ରା ।
ବିମାନଟି ଅହମ୍ମଦାବାଦରୁ ଇଂଲଣ୍ଡ ଅଭିମୁଖେ ଉଡ଼ାଣ ଭରିବାର ମାତ୍ର କେଇ ମିନିଟ୍ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମାତ୍ର ଜଣେ ଯାତ୍ରୀଙ୍କୁ ଛାଡ଼ି ସମସ୍ତ ଯାତ୍ରୀ ଓ କ୍ରିଉ ମେମ୍ବର ଏବଂ ମେଡ଼ିକାଲ କଲେଜର କିଛି ଛାତ୍ରଙ୍କ ମଧ୍ୟ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ NSG, NDRF, ଏୟାରଫୋର୍ସ, FSL, ଅଗ୍ନିଶନ ଅଧିକାରୀ, AAIB, DGCA ଏବଂ CISF ଟିମ୍ ପହଞ୍ଚି ବିମାନର ଭଗ୍ନାବଶେଷ ଯାଞ୍ଚ କରୁଛନ୍ତି ।
ଅନ୍ୟପଟେ ମୃତଦେହ ଚିହ୍ନଟ ପାଇଁ DNA ପରୀକ୍ଷଣ ଚାଲିଛି । ଏପର୍ଯ୍ୟନ୍ତ ୬ଟି ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି । କିନ୍ତୁ ଅନ୍ୟମାନଙ୍କ ପାଇଁ DNA ମ୍ୟାଚିଂ ପ୍ରକ୍ରିୟା ୭୨ ଘଣ୍ଟା ପର୍ଯ୍ୟନ୍ତ ଲାଗିପାରେ ।












Click it and Unblock the Notifications