Plane crash: ଅହମ୍ମଦାବାଦ ସିଭିଲ୍ ହସ୍ପିଟାଲ୍ରେ ୨୬୫ ମୃତଦେହ
ଅହମ୍ମଦାବାଦ ସିଭିଲ୍ ହସ୍ପିଟାଲ୍ରେ ୨୬୫ ମୃତଦେହ । ବିମାନ ଦୁର୍ଘଟଣାରେ ୨୪୧ ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇସାରିଛି। ଅବଶିଷ୍ଟ ମୃତକ ବିମାନ ଖସିଥିବା ମେଡିକାଲ୍ ଛାତ୍ରାବାସ ଅନ୍ତେବାସୀ। ବିମାନ ଖସିଥିବା ରମଣୀନଗର ଅଞ୍ଚଳର ଆଉ କିଛି ଲୋକ ମଧ୍ୟ ମୃତ ।

ଜରାଟର ଅହମ୍ମଦାବାଦରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣା କେବଳ ସମଗ୍ର ଦେଶକୁ ନୁହେଁ, ବିଦେଶର ଲୋକଙ୍କୁ ମଧ୍ୟ ଝଟକା ଦେଇଛି। ଅତ୍ୟଧିକ ଗତିରେ ଟେକଅଫ କରୁଥିବା ବିମାନଟି ସିଧାସଳଖ ଏକ ହସ୍ପିଟାଲର ହଷ୍ଟେଲ ବିଲ୍ଡିଂରେ ପଶି ଯାଇଥିଲା। ତୀବ୍ର ବିସ୍ଫୋରଣ, ନିଆଁ, ଧୂଆଁ ଏବଂ ଚିତ୍କାର ମଧ୍ୟରେ ସମସ୍ତେ ଆତଙ୍କିତ ହୋଇ ପଡ଼ିଥିଲେ। ଏହି ଦୁର୍ଘଟଣାରେ ଯେଉଁଠାରେ ୨୬୫ ଜଣଙ୍କ ଜୀବନ ଚାଲିଯାଇଥିଲା, ସେଠାରେ ଚମତ୍କାର ଭାବେ ବଞ୍ଚିଥିବା ବିମାନରେ ଯାତ୍ରା କରୁଥିବା ରମେଶ ବିଶ୍ୱାସ କୁମାରଙ୍କୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରିଥିଲେ।
ହସ୍ପିଟାଲ ବେଡ୍ରେ ଶୋଇଥିବା ବିଶ୍ୱାସ କୁମାର ଏକ ନ୍ୟୁଜ୍ ଚ୍ୟାନେଲକୁ ନିଜର ଅନୁଭବ ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ବିମାନଟି ରନୱେରେ ଗତି ବଢ଼ାଇବା ଆରମ୍ଭ କରିବା ମାତ୍ରେ କିଛି ଅଜଣା ଅନୁଭବ ହୋଇଥିଲା। ହଠାତ୍ ୫-୧୦ ସେକେଣ୍ଡ ପାଇଁ ସବୁକିଛି ଯେପରି ଅଟକି ଯାଇଥିଲା। କେବଳ ନୀରବତା..., ତା'ପରେ ହଠାତ୍ ସବୁଜ ଏବଂ ଧଳା ଲାଇଟ୍ଗୁଡ଼ିକ ଜଳି ଉଠିଥିଲା। ଲାଗୁଥିଲା ଯେପରି ପାଇଲଟ ଟେକଅଫ ପାଇଁ ପୂରା ଶକ୍ତି ଲଗାଇଥିଲେ। ତା'ପରେ କ'ଣ ହେଲା, ସେହି ଗତି ସହିତ ବିମାନଟି ସିଧାସଳଖ ହଷ୍ଟେଲ ବିଲ୍ଡିଂରେ ପଶି ଯାଇଥିଲା।
ବିଶ୍ୱାସ କହିଥିଲେ ଯେ, ମୋର ସିଟ୍ ବିମାନର ଯେଉଁ ଭାଗରେ ଥିଲା, ତାହା ବିଲ୍ଡିଂର ନିମ୍ନ ଭାଗ ସହ ଧକ୍କା ଖାଇଥିବ। ଉପର ଭାଗରେ ନିଆଁ ଲାଗି ଯାଇଥିଲା, ଅନେକ ଲୋକ ସେଠାରେ ଫସି ରହିଥିଲେ। ସମ୍ଭବତଃ ମୁଁ ସିଟ୍ ସହିତ ତଳକୁ ଖସି ପଡ଼ିଥିଲି। ମୁଁ କୌଣସି ପ୍ରକାରେ ବାହାରି ପାରିଥିଲି। ଦ୍ୱାରଟି ଭାଙ୍ଗି ଯାଇଥିଲା, ଆଗରେ କିଛି ଖାଲି ଜାଗାରେ ଦେଖା ଯାଇଥିଲା, ତେଣୁ ବାହାରିବାକୁ ଚେଷ୍ଟା କରିଥିଲି। ସେ କହିଛନ୍ତି ଯେ ଅନ୍ୟ ପାର୍ଶ୍ୱରେ ଏକ କାନ୍ଥ ଥିଲା, ସେଠାରୁ ବୋଧହୁଏ କେହି ବାହାରି ପାରିନଥିଲେ। ରମେଶ ବିଶ୍ୱାସ କହିଥିଲେ ଯେ ତାଙ୍କ ଆଖି ଆଗରେ ଦୁଇଜଣ ଏୟାର ହୋଷ୍ଟେସ, ଜଣେ ମାମୁଁ-ମାଉସୀ ଏବଂ ସବୁକିଛି ଜଳୁଥିବା ଦେଖିଥିଲେ। ଏହି ଦୁର୍ଘଟଣାରେ ବିଶ୍ୱାସଙ୍କର ବାମ ହାତ ପୋଡ଼ି ଯାଇଥିଲା, କିନ୍ତୁ ଜୀବନ ବଞ୍ଚି ଯାଇଥିଲା। ସେ କହିଛନ୍ତି ଯେ ବାହାରକୁ ଆସିବା ମାତ୍ରେ ନିଆଁ ବ୍ୟାପି ଯାଇଥିଲା। ଯଦି କିଛି ସେକେଣ୍ଡ ବିଳମ୍ବ ହୋଇଥାନ୍ତା, ତେବେ ବୋଧହୁଏ... ବଂଚି ପାରି ନଥାନ୍ତେ।"












Click it and Unblock the Notifications