କ୍ରାସ ହେଲା ବ୍ୟାଙ୍କ ନୋଟ ନେଇ ଯାଉଥିବା ବିମାନ; ୧୫ ମୃତ
ଅଶୁଭ ଶନିବାର । ବଲିଭିଆରେ ଭୟଙ୍କର ବିମାନ ଦୁର୍ଘଟଣା । କ୍ରାସ ହେଲା ବ୍ୟାଙ୍କ ନୋଟ ନେଇ ଯାଉଥିବା ବିମାନ । ଫଳରେ ୧୫ ଜଣଙ୍କ ମୃତ୍ୟୁ ହେବା ସହ ଏକାଧିକ ଆହତ ହୋଇଛନ୍ତି । ପାଗ ଖରାପ କାରଣରୁ ଏଲ ଅଲଟୋ ସହରରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା । ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଜନଗହଳିପୂର୍ଣ୍ଣ ସ୍ଥାନରେ ଖସିପଡ଼ିଥିଲା ହରକ୍ୟୁଲେସ ବିମାନ । ନୂତନ ଭାବେ ଛପା ଯାଇଥିବା ବ୍ୟାଙ୍କ ନୋଟ ଗୁଡିକ ବିମାନରେ ନିଆଯାଉଥିଲା । ପ୍ରାରମ୍ଭିକ ଖବର ଅନୁଯାୟୀ ୩୦ ଜଣ ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନା ଥାଉକି, ରାଜଧାନୀ ଲା ପାଜକୁ ଲାଗି ରହିଥିବା ଏଲ୍ ଆଲ୍ଟୋ ସହରରେ ଏହି ଦୁର୍ଘଟଣା ଘଟିଛି। ଅଗ୍ନିଶମ ମୁଖ୍ୟ ପାଭେଲ ଟୋଭରଙ୍କ ଅନୁଯାୟୀ, ଦୁର୍ଘଟଣାରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ତଥାପି, ସେ ସ୍ପଷ୍ଟ କରିନାହାଁନ୍ତି ଯେ ମୃତକମାନେ ବିମାନରେ ଥିଲେ କି ରାଜପଥରେ ପାର୍କିଂ ହୋଇଥିବା ଯାନବାହାନରେ ଥିଲେ।
ଭାଇରାଲ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଜୋର୍ରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବିମାନର ଭଗ୍ନାବଶେଷ, ଜଳିଯାଇଥିବା ଅଂଶବିଶେଷ ସହ ରାଜପଥରେ ବିଛାଡ଼ି ହୋଇ ପଡିଛି ମୃତଦେହ । ସେପଟେ ଦୁର୍ଘଟଣା ପରେ, ବିମାନବନ୍ଦରରୁ ସମସ୍ତ ଉଡ଼ାଣକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି।ରିପୋର୍ଟ ଅନୁସାରେ, ଏହା କେନ୍ଦ୍ରୀୟ ବ୍ୟାଙ୍କରୁ ଅନ୍ୟ ସହରକୁ ନୂତନ ଟଙ୍କା ନେଇ ଯାଉଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଧକ୍କା ହେବା ମାତ୍ରେ ନୋଟର ଗଣ୍ଠିଗୁଡ଼ିକ ପବନରେ ବିଛାଡ଼ି ହୋଇଯାଇଥିଲା ।
ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଫଟୋଗୁଡ଼ିକରେ ଆଉ ଏକ ଭିନ୍ନ ଦୃଶ୍ୟ ନଜର ଆସିଥିଲା । ଉଦ୍ଧାର କାର୍ଯ୍ୟ ଚାଲିଥିବା ସମୟରେ, ଲୋକମାନେ ବିଛାଡ଼ି ହୋଇ ପଡିଥିବା ଟଙ୍କା ଧରିବାକୁ ଧାଇଁ ଆସିଥିଲେ । ସ୍ଥିତି ଏମିତି ହୋଇଥିଲା ଯେ, ଭିଡ଼କୁ ଘଉଡ଼ାଇବା ପାଇଁ ପୋଲିସକୁ ବଳ ପ୍ରୟୋଗ କରିବାକୁ ପଡିଲା ।
-
ଆନ୍ଧ୍ରପ୍ରଦେଶରେ ୧୩ ବର୍ଷରୁ କମ୍ ବୟଷ୍କ ପିଲାମାନେ ଚଳାଇ ପାରିବେ ନାହିଁ ସୋସିଆଲ ମିଡିଆ -
ଏବେ ବି ନମ୍ବର-୧ କୋଟିପତି ମୁକେଶ -
ଇରାନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ, ରିକ୍ଟର ସ୍କେଲରେ ତୀବ୍ରତା… -
TRP ବନ୍ଦ ପାଇଁ ବାର୍କକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ଭିତରେ ଭାରତ ପାଇଁ ବଡ଼ ଆଶ୍ୱସ୍ତି, କେବଳ ଏହି ସବୁ ଦେଶ ପାଇଁ ବନ୍ଦ ରହିବ ହର୍ମୁଜ ଜଳପଥ -
ସୁଖୋଇ- 30MKI ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ଗତକାଲି ଆସାମ ଆକାଶ ରାଡାରରୁ ନିଖୋଜ ହୋଇଯାଇଥିଲା ବିମାନ -
ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଚିନ୍ତା ପ୍ରକଟ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥନୈତିକ ପ୍ରଭାବ ପଡ଼ିବା ନେଇ ଦେଲେ ଚେତା -
ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉପସ୍ଥିତ ରହିବେ ଗୃହମନ୍ତ୍ରୀ ଅମିତ ଶାହ ! -
ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ନୀତିଶ କୁମାରଙ୍କ ,ଉପସ୍ଥିତ ଥିଲେ ଗୃହମନ୍ତ୍ରୀ ଅମିତ ଶାହ -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡର, ଘରୋଇ LPG ଗ୍ୟାସ୍ ସିଲିଣ୍ଡର ଦର ୬୦ ଟଙ୍କା ବଢ଼ିଲା












Click it and Unblock the Notifications