ପିକେଙ୍କ ବଡ଼ ଘୋଷଣା, ଲଢ଼ିବେନି ନିର୍ବାଚନ
ସବୁ ଚର୍ଚ୍ଚାର ଅନ୍ତ ଘଟାଇଲେ ନିର୍ବାଚନ ରଣନୀତିଜ୍ଞରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋର। ପ୍ରଶାନ୍ତଙ୍କ ଦ୍ବାରା ଗଠିତ ଦଳ ଜନ ସୁରାଜ ଚଳିତ ବର୍ଷ ନିର୍ବାଚନରେ ଡେବ୍ୟୁ କରିବାକୁ ଯାଉଛି। ଏନେଇ ପ୍ରଶାନ୍ତ କିଶୋର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛନ୍ତି। ତେବେ ରାଜନୀତିରେ ପାଦ ଥାପିଥିବା ପ୍ରଶାନ୍ତ କିଶୋର ଚଳିତ ବର୍ଷ ବିହାର ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା। ସେ କେଉଁ ଆସନରୁ ଲଢ଼ିବେ ସେନେଇ ଅନେକ କଳ୍ପନାଜଳ୍ପନା ଚାଲିଥିଲା। ହେଲେ ଏବେ ସବୁ ଚର୍ଚ୍ଚାର ଅନ୍ତ ଘଟାଇଛନ୍ତି ପ୍ରଶାନ୍ତ କିଶୋର। 'ବିହାର ନିର୍ବାଚନରେ ଲଢ଼ିବି ନାହିଁ, ଦଳର ସାଂଗଠନିକ କାର୍ଯ୍ୟ ଜାରି ରଖିବି' ବୋଲି ସେ କହିଛନ୍ତି।

ନିଉଜ୍ ଏଜେନ୍ସି ପିଟିଆଇକୁ ସାକ୍ଷାତକାର ଦେଇ ପ୍ରଶାନ୍ତ କିଶୋର କହିଛନ୍ତି ଯେ, "ନା, ମୁଁ ନିର୍ବାଚନ ଲଢ଼ିବି ନାହିଁ। ଦଳ ଏ ନିଷ୍ପତ୍ତି ନେଇଛି। ମୁଁ ଦଳରେ ଯେଉଁ କାମ କରୁଛି ତାହା ଜାରି ରଖିବି। ଦଳର ବୃହତ୍ତର ସ୍ୱାର୍ଥ ପାଇଁ ମୁଁ ସାଂଗଠନିକ କାର୍ଯ୍ୟ ଜାରି ରଖିବି।" ପୂର୍ବରୁ, ପ୍ରଶାନ୍ତ କିଶୋର ତାଙ୍କ ଜନ୍ମସ୍ଥାନ କରଗହର କିମ୍ବା ରଘୋପୁରରୁ ନିର୍ବାଚନ ଲଢ଼ିବେ ବୋଲି ସଙ୍କେତ ଦେଇଥିଲେ।
ମଙ୍ଗଳବାର ଦିନ ଦଳ ରଘୋପୁର ବିଧାନସଭା ଆସନ ପାଇଁ ଚଞ୍ଚଲ ସିଂହଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ କିଶୋର ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ ହୋଇଥିଲା। ଏହା ପୂର୍ବରୁ ଜନ ସୁରାଜ ପ୍ରଥମ ତାଲିକାରେ ଲୋକପ୍ରିୟ ଭୋଜପୁରୀ ଗାୟକ ରିତେଶ ପାଣ୍ଡେଙ୍କୁ କରଗହରରୁ ପ୍ରାର୍ଥୀ ଭାବରେ ଘୋଷଣା କରିଥିଲେ।












Click it and Unblock the Notifications