Get Updates
Get notified of breaking news, exclusive insights, and must-see stories!

'୨୦୪୭ ସୁଦ୍ଧା ୩୨ ଟ୍ରିଲିୟନ୍‍ ଡଲାର ଅର୍ଥନୀତିରେ ପରିଣତ ହେବ ଭାରତ '

ଭାରତରେ ପ୍ରଣୟନ ହେଉଥିବା ରଣନୈତିକ ନୀତିଗୁଡ଼ିକ ଆସନ୍ତା ୨୦୪୭ ସୁଦ୍ଧା ଦେଶକୁ ୪ ଟ୍ରିଲିୟନ୍‍ ଡଲାରରୁ ୩୨ ଟ୍ରିଲିୟନ୍‍ ଡଲାର ଅର୍ଥନୀତିରେ ପରିଣତ କରିବ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି । ବେଙ୍ଗାଲୁରୁରେ ଅନୁଷ୍ଠିତ ଆଇ.ଆଇ.ଟି., ମାଡ୍ରାସର ସଙ୍ଗମ୨୦୨୫ ଗ୍ଲୋବାଲ୍‍ ଇନୋଭେସନ ଏବଂ ଆଲୁମିନି ସମ୍ମିଳନୀରେ ଯୋଗଦେଇ ଶ୍ରୀ ଗୋୟଲ୍‍ ଏହା କହିଛନ୍ତି । ସରକାରଙ୍କ ଭବିଷ୍ୟତବାଦୀ ନୀତିଗୁଡ଼ିକ ଭାରତକୁ ବିଶ୍ୱର ପଞ୍ଚମ ବୃହତ୍‍ ଅର୍ଥନୀତି ଭାବରେ ସ୍ଥାନିତ କରିଥିବାବେଳେ ୨୦୨୮ ସୁଦ୍ଧା ଦେଶ ତୃତୀୟ ବୃହତ୍‍ ଅର୍ଥନୀତିରେ ପରିଣତ ହେବ ବୋଲି ସେ କହିଛନ୍ତି ।

Piyush Goyal

ସେ କହିଛନ୍ତି, ଭାରତ ବର୍ତ୍ତମାନ ବିଶ୍ୱସ୍ତରରେ ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଅନ୍ୟତମ । ସରକାରଙ୍କ ନୀତି ଏବଂ କାର୍ଯ୍ୟକ୍ରମଗୁଡ଼ିକ ପ୍ରଯୁକ୍ତିବିଦ୍ୟା, କୃତ୍ରିମ ବୁଦ୍ଧିମତ୍ତା ତଥା ଅନ୍ୟାନ୍ୟ କ୍ଷେତ୍ରରେ ନେତୃତ୍ୱ ନେଉଛି ବୋଲି ସେ କହିଛନ୍ତି । ପୂର୍ବ ବଜେଟ୍‍ରେ ସରକାର ବିମ୍‍ଟେକ୍‍ ଇକୋ ସିଷ୍ଟମ୍‍ ବିକଶିତ କରିବାପାଇଁ ୧୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ । ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କରିବାପାଇଁ ଏବେ ସରକାର ଅତିରିକ୍ତ ୧୦ ହଜାର କୋଟି ଟଙ୍କା ମଞ୍ଜୁର କରିଛନନ୍ତି ବୋଲି ଶ୍ରୀ ଗୋୟଲ କହିଛନ୍ତି । ଗତ କ୍ୟାବିନେଟ୍‍ ବୈଠକରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପାଇଁ ସରକାର ୧
ଲକ୍ଷ କୋଟି ଟଙ୍କା ମଞ୍ଜୁର କରିଥିଲେ । ପ୍ରଯୁକ୍ତିବିଦ୍ୟା ନବସୃଜନକୁ ଅଧିକ ପ୍ରୋତ୍ସାହିତ କରିବାପାଇଁ ଆସନ୍ତା ୫୦ ବର୍ଷ ମଧ୍ୟରେ ଏ ଦିଗରେ ସରକାର ବିନା ସୁଧରେ ଋଣ ପ୍ରଦାନ କରିବାକୁ ଯୋଜନା ରଖିଛନ୍ତି ବୋଲି ଶିଳ୍ପମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+