ଆଜି ସନ୍ଧ୍ୟା ଆକାଶରେ ଦିଶିବ 'ଗୋଲାପୀ ଜହ୍ନ'; କିପରି ଓ କେଉଁଠି ଦେଖିବେ ?

ଆଜି ସ୍କାଏୱାଚର୍‌ ଆକାଶରେ ଏକ ଅଦ୍ଭୃତ ଦୃଶ୍ୟ ଦେଖିବାକୁ ଯାଉଛନ୍ତି । କାରଣ ଆଜି ସନ୍ଧ୍ୟା ଆକାଶରେ ସମସ୍ତଙ୍କ ମନ ମୋହିବା ଲାଗି ଜହ୍ନ ଗୋଲାପୀ ରଙ୍ଗରେ ଚମକିବାକୁ ଯାଉଛି । ଏହା ଏକ ପୂର୍ଣ୍ଣ ଚନ୍ଦ୍ର ହେବାକୁ ଥିବାବେଳେ ଦେଖଣାହାରୀମାନେ ଏହି ମନୋଲୋଭା ଦୃଶ୍ୟକୁ ନିଜ ଘର, ଛାତ, ବାଲକୋନିରୁ ଦେଖିପାରିବେ ।

ଚଳିତ ବର୍ଷ ପୃଥିବୀରୁ ଦୃଶ୍ୟମାନ ହେଉଥିବା ସମସ୍ତ ପୂର୍ଣ୍ଣ ଚନ୍ଦ୍ର ମଧ୍ୟରୁ ଏହା ସବୁଠୁ ଛୋଟ ହେବାକୁ ଥିବାବେଳେ ଏହାକୁ 'ମାଇକ୍ରୋ ମୁନ୍‌' ବୋଲି ମଧ୍ୟ କୁହାଯାଉଛି । ମାଇକ୍ରୋ ମୁନ୍‌ ସ୍ବାଭାବିକ ପୂର୍ଣ୍ଣ ଚନ୍ଦ୍ରଠାରୁ ଆକାରରେ ଛୋଟ ଦିଶିଥାଏ ।

Pink Janh

ଗୋଲାପୀ ଜହ୍ନକୁ କେତେବେଳେ ଦେଖିବେ ?

ସ୍ପେଶ୍‌ଡଟ୍‌ର ସୂଚନା ଅନୁଯାୟୀ ପିଙ୍କ ମାଇକ୍ରୋ ମୁନ୍‌ ଏପ୍ରିଲ 12 ରାତି ପ୍ରାୟ 8.22ଟା ପରେ ଆକାଶରେ ଦୃଶ୍ୟମାନ ହେବ । ଆସନ୍ତାକାଲି (ରବିବାର) ଭୋର 5ଟାଠାରୁ ଗୋଲାପୀ ଜହ୍ନ ସାମାନ୍ୟ ଅଧିକ ଉଜ୍ଜ୍ବଳ ଦିଶିବ । ଭାରତରେ ଗୋଲାପୀ ଜହ୍ନ 'ଚୈତ୍ର ପୂର୍ଣ୍ଣିମା' ଦିନ ଦୃଶ୍ୟମାନ ହୋଇଥାଏ, ଯାହାକି ଏକ ପ୍ରମୁଖ ସାଂସ୍କୃତିକ ଓ ଧାର୍ମିକ ପର୍ବ ହୋଇଥାଏ । ଭାରତରେ ପୂର୍ଣ୍ଣିମା ସମୟ 12 ଏପ୍ରିଲ ଭୋର 3.21ରୁ ଆରମ୍ଭ ହୋଇ ଏପ୍ରିଲ 13 ଭୋର 5.51ଟା ପର୍ଯ୍ୟନ୍ତ ରହିଛି ।

କାହିଁକି ଏହାକୁ ଗୋଲାପୀ ଜହ୍ନ କୁହାଯାଏ ?

ପ୍ରତିବର୍ଷ ଏପ୍ରିଲରେ ପଡୁଥିବା ପୂର୍ଣ୍ଣିମା ଦିନ ଗୋଲାପୀ ଜହ୍ନ ଆକାଶରେ ଦୃଶ୍ୟମାନ ହୋଇଥାଏ । ଏହି ସମୟରେ ଜହ୍ନ ଗୋଲାକାର ହୋଇଥାଏ । ତେବେ ବାସ୍ତବରେ ଜହ୍ନର ରଙ୍ଗ ଗୋଲାପୀ ରଙ୍ଗର ଦିଶିନଥାଏ, ଏହା ସୁବର୍ଣ୍ଣ ବା ଅଧିକ ଚମକପୂର୍ଣ୍ଣ ଦିଶିଥାଏ । ବାସ୍ତବରେ ଆମେରିକୀୟମାନେ ଏହାକୁ 'ଗୋଲାପୀ ଜହ୍ନ' ନାମରେ ନାମିତ କରିଥିଲେ ଯାହାକି ବସନ୍ତ ଋତୁରେ ଫୁଟୁଥିବା ଫୁଲ ଯେପରିକି ମସ୍‌ ପିଙ୍କ୍‌ (Moss Pink) ଓ ଫ୍ଲକ୍ସ (Phlox)ର ରଙ୍ଗକୁ ପ୍ରତିଫଳିତ କରିଥାଏ । ଗୋଲାପୀ ଚନ୍ଦ୍ର ଇଷ୍ଟର ରବିବାରର ତାରିଖକୁ ମଧ୍ୟ ନିର୍ଣ୍ଣୟ କରିବାରେ ଏକ ଭୂମିକା ଗ୍ରହଣ କରିଥାଏ । ଏହି ବର୍ଷ ଇଷ୍ଟର୍ ଏପ୍ରିଲ୍ 20 ତାରିଖରେ ପଡୁଥିବାବେଳେ ଗତ ବର୍ଷ ତୁଳନାରେ ପ୍ରାୟ ଏକ ମାସ ପରେ ପଡୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+