Get Updates
Get notified of breaking news, exclusive insights, and must-see stories!

ଖାଇକୁ ଖସିଲା ତୀର୍ଥଯାତ୍ରୀ ବସ୍, 25 ମୃତ

ଦୁଇ ଶହ ମିଟର ଖାଇକୁ ଖସିଲା ଯାତ୍ରୀବାହୀ ବସ। ଘଟଣାସ୍ଥଳରେ 25 ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି । ମଧ୍ୟପ୍ରଦେଶରୁ 28 ଜଣ ଯାତ୍ରୀଙ୍କୁ ନେଇ ଉତ୍ତରାଖଣ୍ଡ ଅଭିମୁଖେ ଯାତ୍ରା କରିଥିଲା ବସ । ହେଲେ ଯମୁନୋତ୍ରୀ ହାଇୱେ ନିକଟରେ ଭାରସାମ୍ୟ ହରାଇ ଖାଇକୁ ଖସି ପଡିଥିଲା

ଡେରାଡୁନ: ଦୁଇ ଶହ ମିଟର ଖାଇକୁ ଖସିଲା ଯାତ୍ରୀବାହୀ ବସ। ଘଟଣାସ୍ଥଳରେ 25 ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି । ମଧ୍ୟପ୍ରଦେଶରୁ 28 ଜଣ ଯାତ୍ରୀଙ୍କୁ ନେଇ ଉତ୍ତରାଖଣ୍ଡ ଅଭିମୁଖେ ଯାତ୍ରା କରିଥିଲା ବସ । ହେଲେ ହଠାତ । ଯମୁନୋତ୍ରୀ ହାଇୱେ ନିକଟରେ ଭାରସାମ୍ୟ ହରାଇ ଖାଇକୁ ଖସି ପଡିଥିଲା ।

accident

ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାସ୍ଥଳରୁ 25 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ଏବଂ ଏସଡିଆରଏଫ ଟିମ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରଥମେ 25 ମୃତଦେହ ଉଦ୍ଧାର ପରେ 3 ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ଉତ୍ତରାଖଣ୍ଡର ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି ।

ଏହି ମର୍ମନ୍ତୁଦ ଦୁର୍ଘଟଣା ନେଇ ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ଓ ଆହତଙ୍କ ପରିବାରକୁ 50 ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି , ଏନେଇ ସେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିବା ପ୍ରକାଶ କରିଛନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+