Get Updates
Get notified of breaking news, exclusive insights, and must-see stories!

3 Idiotsର ଫୁନ୍‌ସୁକ୍ ୱାଙ୍ଗଡୁ ଏବେ ଲଦାକରେ କରୁଛନ୍ତି ଆମରଣ ଅନଶନ, ଜାଣନ୍ତୁ କାହିଁକି ?

ଲଦାଖରେ ଏବେ ମାଇନସ ୪୦ ଡିଗ୍ରୀରେ ଆମରଣ ଅନଶନ କରୁଛନ୍ତି । ଦଳୁଥିବା ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏବେ ବିପଦ ମୁହାଁ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ । ଏଣୁ ଲଦାଖକୁ ବଞ୍ଚାଇବା ପାଇଁ ମାଇନସ ୪୦ ଡିଗ୍ରୀରେ ନିଜ ଜୀବନକୁ ବାଜିରେ ଲଗାଇ ଦେଇଛନ୍ତି ସୋନମ୍ ୱାଙ୍ଗଚୁକ୍ ।

Phunsuk Wangdu

Sonam Wangchuk News: ଚର୍ଚ୍ଚାରେ 3 Idiotsର ମୁଖ୍ୟ ଚରିତ୍ର ଫୁନସୁକ୍ ୱାଙ୍ଗଡୁ ବା ସୋନମ୍ ୱାଙ୍ଗଚୁକ୍ । ସେ ଜଣେ ଇଞ୍ଜିନିୟର ତଥା ଉଦ୍ଭାବକ । ସେ ଲଦାଖରେ ଏବେ ମାଇନସ ୪୦ ଡିଗ୍ରୀରେ ଆମରଣ ଅନଶନ କରୁଛନ୍ତି । ଦଳୁଥିବା ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏବେ ବିପଦ ମୁହାଁ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ । ଏଣୁ ଲଦାଖକୁ ବଞ୍ଚାଇବା ପାଇଁ ମାଇନସ ୪୦ ଡିଗ୍ରୀରେ ନିଜ ଜୀବନକୁ ବାଜିରେ ଲଗାଇ ଦେଇଛନ୍ତି ସୋନମ୍ ୱାଙ୍ଗଚୁକ୍ ।

1966 ମସିହାରେ ଜନ୍ମିତ ସୋନମ ୱାଙ୍ଗଚୁକ ଜଣେ ମେକାନିକାଲ ଇଞ୍ଜିନିୟର ତଥା ହିମାଳୟ ଇନଷ୍ଟିଚ୍ୟୁଟ ଅଫ ଅଲ୍ଟରନେଟିଭ୍, ଲଦାଖ (HIAL) ର ନିର୍ଦ୍ଦେଶକ । ସେ 2018 ମସିହାରେ ମାଗାସେସ ପୁରସ୍କାର ପାଇଥିଲେ। ୱାଙ୍ଗଚୁକଙ୍କ ବ୍ୟକ୍ତିତ୍ୱକୁ ନେଇ 2009 ନିର୍ମିତ ଚଳଚ୍ଚିତ୍ର '3 Idiots'ରେ ଆମୀର ଖାନ ଫୁନସୁଖ ୱାଙ୍ଗଡୁ ଭାବେ ଏକ କାଳ୍ପନିକ ଚରିତ୍ରରେ ଅଭିନୟ କରିଥିଲେ ।

ତାଙ୍କର ଅଭିନବ ବିଦ୍ୟାଳୟ, ଷ୍ଟୁଡେଣ୍ଟସ୍ ଏଜୁକେସନାଲ୍ ଆଣ୍ଡ ସାଂସ୍କୃତିକ ମୁଭମେଣ୍ଟ ଅଫ୍ ଲଦାଖ (SECMOL) ପ୍ରତିଷ୍ଠା ପାଇଁ ସେ ବେସ୍ ଜଣାଶୁଣା । ଯାହାର କ୍ୟାମ୍ପସ ସୌର ଶକ୍ତି ଦ୍ବାର ଚାଲିଥାଏ ଏବଂ ରୋଷେଇ, ଆଲୋକ କିମ୍ବା ଉତ୍ତାପ ପାଇଁ କୌଣସି ଜୀବାଶ୍ମ ଇନ୍ଧନ ବ୍ୟବହାର କରାଯାଏ ନାହିଁ ।

ସେ ଲଦାଖୀ ଶିଶୁ ଏବଂ ଯୁବକମାନଙ୍କୁ ସମର୍ଥନ କରିବା ଏବଂ ଏହି ସିଷ୍ଟମକୁ ବିଫଳତା ବୋଲି କହିଥିବା ଛାତ୍ରମାନଙ୍କୁ ତାଲିମ ଦେବା ଲକ୍ଷ୍ୟରେ ସେ 1988 ରେ SECMOL ସ୍ଥାପନ କରିଥିଲେ। 1994 ରେ, ୱାଙ୍ଗଚୁକ୍ ସରକାରୀ ବିଦ୍ୟାଳୟ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଅପରେସନ୍ ନ୍ୟୁ ହୋପ୍ ଆରମ୍ଭ କରିଥିଲେ । ଲଦାଖ ଶୀତରେ ଏକ ତାପମାତ୍ରା ବଜାୟ ରଖିବା ପାଇଁ ସେ କାଦୁଅରେ ନିର୍ମିତ ସ୍ୱଳ୍ପ ମୂଲ୍ୟର ସୌର ଉତ୍ତପ୍ତ କୋଠାଗୁଡ଼ିକର ପରିକଳ୍ପନାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ବରଫ ସ୍ତୁପା ପର୍ବତ ଅଞ୍ଚଳ ସମ୍ମୁଖୀନ ହେଉଥିବା ଜଳ ସଙ୍କଟର ସମାଧାନ ଦିଗରେ ଆଉ ଏକ ଅଗ୍ରଗାମୀ ଉଦ୍ଭାବନ ସେ କରିଛନ୍ତି ।

2021 ମସିହାରେ, ସେ ଏକ ପରିବେଶ ଅନୁକୂଳ ସୌର ଉତ୍ତପ୍ତ ତମ୍ବୁ ମଧ୍ୟ ନିର୍ମାଣ କରିଥିଲେ ଯାହାକୁ ସେନା କର୍ମଚାରୀମାନେ ଲଦାଖ ଅଞ୍ଚଳରେ ସିଆଚେନ୍ ଏବଂ ଗାଲୱାନ୍ ଉପତ୍ୟକା ପରି ଅତ୍ୟଧିକ ଥଣ୍ଡା ସ୍ଥାନରେ ବ୍ୟବହାର କରନ୍ତି ।

ସେ କାହିଁକି ଲଦାଖରେ ଆମରଣ ଅନଶନ କରୁଛନ୍ତି ?

ଜାନୁଆରୀ 23 ରେ, ୱାଙ୍ଗଚୁକ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ SOS ପଠାଇ ଥିଲେ । "all is not well ଇନ୍ ଲଦାଖ " । ତେଣୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଥିଲେ । ଆଉ ନିଜ ଭିଡିଓ ବାର୍ତ୍ତାରେ ସୋନମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କରି ଲଦାଖର ସ୍ଥିତି ସମ୍ପର୍କରେ ଚିନ୍ତା ବ୍ୟକ୍ତ କରିଛନ୍ତି । କାହିଁକିନା ଅଧ୍ୟୟନରୁ ଜଣାପଡ଼ିଛି ଯେ, ଲଦାଖ ଅଞ୍ଚଳରେ ଥିବା ଦୁଇ ତୃତୀୟାଂଶ ଗ୍ଲାସିୟର ଏବେ ବିଲୁପ୍ତ ହେବାକୁ ବସିଲାଣି । ଏଣୁ ଏହା ଆଗକୁ ଲଦାଖର ଜନଜାତିଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି କହିଛନ୍ତି ସୋନମ୍ ।

କେବଳ ବିଗୁଡିଥିବା ଜଳବାୟୁ ପରିବର୍ତ୍ତନରୁ ଲଦାଖକୁ ବଞ୍ଚାଇବା ପାଇଁ ନୁହେଁ । ସମ୍ବିଧାନର ଧାରା ୩୭୦ ଉଠିବା ପରେ ଲଦାଖକୁ ସ୍ୱତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳ ମାନ୍ୟତା ମିଳିଛି । ହେଲେ ଏଠାରେ ଏବେ ବି ସମ୍ବିଧାନଗତ ସୁରକ୍ଷା ପ୍ରଦାନ କରାଯାଇନଥିବା କ୍ଷୋଭର ସହ କହିଛନ୍ତି ସୋନମ୍ ୱାଙ୍ଗଚୁକ୍ । ଏମିତି କି ଅନେକ ସଂସ୍ଥା ଲଦାଖର ଯୁବକ ଯୁବତୀଙ୍କ ନିଯୁକ୍ତିର ସଂରକ୍ଷଣ ଲାଗି ଆଗେଇ ଆସିଲେଣି । ତେଣୁ ଲଦାଖ ବଞ୍ଚାଓ ନାରା ଦେଇ ସୋନମ୍ ୱାଙ୍ଗଚୁକ୍ ଏହି ଅନଶନ ଆରମ୍ଭ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+