ସାଂସଦଙ୍କ ଫୋନ୍-ହ୍ୱାଟସ୍ ଆପ୍ ହେଲା ହ୍ୟାକ୍, ଏକ୍ସରେ ଲେଖିଲେ ମୋତେ.....
ମୁମ୍ବାଇ: ଲୋକସଭା ସାଂସଦ ସୁପ୍ରିୟା ସୁଲେଙ୍କ ଫୋନ୍ ଏବଂ ହ୍ୱାଟସ୍ ଆପ୍ ହ୍ୟାକ୍ ହୋଇଛି। ସାଇବର ସେଲକୁ ଏହି ବିଷୟରେ ସୂଚନା ଦିଆଯାଇଛି। ପୁଲିସ୍ ଥାନାରେ ମଧ୍ୟ ଅଭିଯୋଗ କରାଯାଇଛି। ପୁଲିସ୍ ଏବଂ ସାଇବର ସେଲ ତାଙ୍କ ଫୋନ ରିକଭରି କରିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି। ଯେଉଁ ବ୍ୟକ୍ତି ଫୋନ୍-ହ୍ୱାଟସ୍ ଆପ୍ ହ୍ୟାକ୍ କରିଛନ୍ତି, ତାଙ୍କୁ ଖୋଜାଯାଉଛି।
ପୋଲିସ ଏହି ମାମଲାରେ ଏଫ୍ଆଇଆର୍ ପଞ୍ଜିକରଣ ମଧ୍ୟ କରିଛି। ସୂଚନାଯୋଗ୍ୟ, ସୁପ୍ରିୟା ସୁଲେ ମହାରାଷ୍ଟ୍ରର ବାରମତି ଲୋକସଭା ନିର୍ବାଚନମଣ୍ଡଳୀର ସାଂସଦ। ସେ ଏନସିପି ନେତା ଶରଦ ପାୱାରଙ୍କ ଝିଅ। ରବିବାର ସକାଳେ ତାଙ୍କ ଫୋନ୍ ହଠାତ୍ ଆପେ ଆପେ କାମ କରିବା ଆରମ୍ଭ କରିଥିଲା। ପରେ ଜଣାପଡିଥିଲା ଯେ ତାଙ୍କ ଫୋନ୍ ଏବଂ ହ୍ୱାଟସ୍ ଆପ୍ ହ୍ୟାକ୍ ହୋଇଛି। ହ୍ୱାଟସ୍ ଆପ୍ ମାଧ୍ୟମରେ କିଛି ବାର୍ତ୍ତା ମଧ୍ୟ ପଠାଯାଇଛି। ସୁରକ୍ଷା ଦୃଷ୍ଟିରୁ ସେ ନିଜ ଫୋନ୍ ବନ୍ଦ କରି ସିମ୍ କାର୍ଡ କାଢ଼ି ଦେଇଥିଲେ।

ସେ ସଙ୍ଗେ ସଙ୍ଗେ ତାଙ୍କ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ ଲେଖିଥିଲେ । ତାଙ୍କ ପାଖକୁ ଫୋନ୍ ନ କରିବାକୁ ଲୋକଙ୍କୁ ସଚେତନ କରିଥିଲେ। ତାଙ୍କୁ ଫୋନ୍ କରିବା କିମ୍ବା ମେସେଜ ନ କରିବାକୁ ସେ ଅନୁରୋଧ କରିଥିଲେ। ସହାୟତା ପାଇଁ ସେ ପୁଲିସ୍ ସହ ଯୋଗାଯୋଗ କରିଛନ୍ତି।












Click it and Unblock the Notifications