Get Updates
Get notified of breaking news, exclusive insights, and must-see stories!

EPFO: ପିଏଫ୍ ଖାତାଧାରୀଙ୍କ ପାଇଁ ଆସିଛି ବଡ଼ ଖବର

ପିଏଫ୍ ଖାତାଧାରୀଙ୍କ ପାଇଁ ଆସିଛି ବଡ଼ ଖବର । ଆସନ୍ତା ବର୍ଷ ଆରମ୍ଭରୁ ସିଧାସଳଖ ଏଟିଏମରୁ ନିଜ ପିଏଫ୍ ଟଙ୍କା ଉଠାଇ ପାରିବେ ଇପିଏଫ୍ଓ ଗ୍ରାହକ। ଶ୍ରମ ମନ୍ତ୍ରଣାଳୟ ଦେଶର କର୍ମଚାରୀଙ୍କୁ ଉନ୍ନତ ସେବା ପ୍ରଦାନ କରିବା ପାଇଁ ଏହାର ଆଇଟି ବ୍ୟବସ୍ଥାରେ ଉନ୍ନତିକରଣ କରୁଛି। ଏନେଇ ଶ୍ରମ ସଚିବ ସୁମିତା ଦାୱରା ବୁଧବାର ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି।

ଶ୍ରମ ସଚିବ କହିଛନ୍ତି ଯେ, ଆମେ ସଦସ୍ୟମାନଙ୍କ ଦ୍ୱାରା ଦାଖଲ କରାଯାଇଥିବା ଦାବି ଗୁଡ଼ିକୁ ଶୀଘ୍ର ସମାଧାନ କରୁଛୁ। କର୍ମଚାରୀମାନଙ୍କ ସହଜ ଜୀବନଧାରଣରେ ଉନ୍ନତି ଆଣିବା ପାଇଁ ପ୍ରକ୍ରିୟାକୁ ସରଳ କରୁଛୁ। ଖୁବଶୀଘ୍ର ଜଣେ ଦାବିଦାର, ହିତାଧିକାରୀ କିମ୍ବା ବୀମାଭୁକ୍ତ ବ୍ୟକ୍ତି ସିଧାସଳଖ ଏଟିଏମ୍ ମାଧ୍ୟମରେ ସେମାନଙ୍କ କ୍ଲେମ ରାଶି ସହଜରେ ପାଇପାରିବେ। ଏହାଦ୍ୱାରା ମାନବ ହସ୍ତକ୍ଷେପ କମ ହେବା ସହିତ ପ୍ରକ୍ରିୟା ମଧ୍ୟ ସହଜ ହେବ।

PF money

ଶ୍ରମ ସଚିବ ଆହୁରି କହିଛନ୍ତି ଯେ ବ୍ୟବସ୍ଥାଗୁଡ଼ିକୁ କ୍ରମାଗତ ଭାବେ ଉନ୍ନତ କରାଯାଉଛି। ପ୍ରତି ୨ରୁ ୩ ମାସରେ ଆପଣ ଏଥିରେ ଉଲ୍ଲେଖନୀୟ ଉନ୍ନତି ଲକ୍ଷ୍ୟ କରିବେ। ମୋର ବିଶ୍ୱାସ ଯେ ଜାନୁଆରୀ ୨୦୨୫ରୁ ଏକ ବଡ଼ ପରିବର୍ତ୍ତନ ଆସିବ। ଆମର ଲକ୍ଷ୍ୟ ହେଉଛି ଇପିଏଫଓର ଆଇଟି ଭିତ୍ତିଭୂମିକୁ ବ୍ୟାଙ୍କିଂ ବ୍ୟବସ୍ଥା ସ୍ତରକୁ ଆଣିବା। କର୍ମଚାରୀମାନଙ୍କ ପାଇଁ ସାମାଜିକ ସୁରକ୍ଷା ଓ ସୁବିଧା ବିଷୟରେ ଶ୍ରମ ସଚିବ ଯଥେଷ୍ଟ ଅଗ୍ରଗତି ସୂଚାଇଥିଲେ ବି ଏସବୁ ସୁବିଧାର କାର୍ଯ୍ୟକାରିତା ତାରିଖ ସ୍ପଷ୍ଟ କରିନଥିଲେ। ପ୍ରକାଶ ଥାଉ, ଇପିଏଫଓ ଅର୍ଥାତ କର୍ମଚାରୀ ଭବିଷ୍ଯନିଧି ପାଣ୍ଠି ସଂଗଠନରେ ଦେଶରେ ପ୍ରାୟ ୭୦ ନିୟୁତ ସକ୍ରିୟ ଯୋଗଦାନକାରୀ ଅଛନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+