ଖାଉଟିଙ୍କ ବ୍ୟବହାର ପାଇଁ ଦେଶରେ ଭରପୁର ଶକ୍ତି ମହଜୁଦ ଅଛି;ପେଟ୍ରୋଲିୟମ୍ ମନ୍ତ୍ରୀ
ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ଆଜି କହିଛନ୍ତି, ଭାରତରେ ଖାଉଟୀମାନଙ୍କ ବ୍ୟବାହର ପାଇଁ ଶକ୍ତିର ଅଭାବ ନାହିଁ । ଦେଶରେ ଶକ୍ତି ମହଜୁଦ ରହିଛି । ତେଣୁ ଏଥିନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ପୁରୀ ସୁନିଶ୍ଚିତ କରିଛନ୍ତି ।

ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ବିଭିନ୍ନ ଉତ୍ସ ଏବଂ ପଥ ଦେଇ ଭାରତକୁ ଶକ୍ତି ଆମଦାନୀ ଜାରି ରହିଛି । ସେ କହିଛନ୍ତି, ଘରୋଇ ହିତାଧୁକାରୀମାନଙ୍କ ନିମନ୍ତେ କେନ୍ଦ୍ର ସରକାର ସି.ଏନ୍.ଜି. ଏବଂ ପି.ଏନ୍.ଜି.ର ଶତପ୍ରତିଶତ ଯୋଗାଣକୁ ସୁନିଶ୍ଚିତ କରିବା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ସେହିପରି ଅନ୍ୟାନ୍ୟ ଶିଳ୍ପଗୁଡ଼ିକ ଶକ୍ତି ଯୋଗାଣର ୭୦ରୁ ୮୦. ପ୍ରତିଶତ ପାଇପାରିବେ । ଦେଶର ଘରୋଇ ହିତାଧୁକାରୀମାନଙ୍କୁ ନିରନ୍ତର ଏବଂ ସୁଲଭ ଦରରେ ଶକ୍ତି ଯୋଗାଣ ସୁନିଶ୍ଚିତ କରିବା ଲାଗି ସରକାର ପ୍ରତିଶ୍ରୁତିବଦ୍ଧ ଥିବା ସେ କହିଛନ୍ତି ।












Click it and Unblock the Notifications