For Quick Alerts
Turn On Notification  
For Daily Alerts
Oneindia App Download

ସେନ୍ଚୁରି ମାରିଲା ପେଟ୍ରୋଲ ଦର

ଦେଶର କେତେତ ସ୍ଥାନରେ ପେଟ୍ରୋଲ ଦର ଛୁଇଁଲା 100 ଟଙ୍କା । ବୁଧବାର ରାଜସ୍ଥାନରେ ପେଟ୍ରୋଲ ଲିଟର ପ୍ରତି 100 ଟଙ୍କା ଅତିକ୍ରମ କରିଛି । ଏହା ଦେଶରେ ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ଦର ରେକର୍ଡ ହୋଇଛି ।

|

ନୂଆଦିଲ୍ଲୀ : ଦେଶର କେତେତ ସ୍ଥାନରେ ପେଟ୍ରୋଲ ଦର ଛୁଇଁଲା 100 ଟଙ୍କା । ବୁଧବାର ରାଜସ୍ଥାନରେ ପେଟ୍ରୋଲ ଲିଟର ପ୍ରତି 100 ଟଙ୍କା ଅତିକ୍ରମ କରିଛି । ଏହା ଦେଶରେ ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ଦର ରେକର୍ଡ ହୋଇଛି । ଗତ 9 ଦିନ ଧରି ଲଗାତାର ଭାବେ ଭାରତରେ ପେଟ୍ରୋଲ ଦର ବୃଦ୍ଧି ପାଇଛି ।

ରାଷ୍ଟ୍ରାୟତ୍ତ ଇନ୍ଧନ ଖୁଚୁରା ବ୍ୟବସାୟୀଙ୍କ ମୂଲ୍ୟ ବିଜ୍ଞପ୍ତି ଅନୁଯାୟୀ ପେଟ୍ରୋଲ ଲିଟର ପିଛା 25 ପଇସା ଏବଂ ଡିଜେଲ 25 ପଇସା ବୃଦ୍ଧି କରାଯାଇଛି । ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟର ବୃଦ୍ଧି ଖୁଚୁରା ହାରରେ ବୃଦ୍ଧି ହେବା ସହ ଭାଟ୍ ଏବଂ ମାଲ ପରିବହନ କର ବୃଦ୍ଧି ପରେ ଦର ବୃଦ୍ଧି ହୋଇଛି ।

petrol

ଅଧିକ ଭ୍ୟାଟ୍ ଆଦାୟ କରୁଥିବା ରାଜ୍ୟଗୁଡିକରେ ବୃଦ୍ଧି ହାର ଅଧିକ ରହିଛି । ଦେଶରେ ଇନ୍ଧନ ଉପରେ ସର୍ବାଧିକ ଭ୍ୟାଟ୍ ଆଦାୟ କରୁଥିବା ରାଜସ୍ଥାନରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସର୍ବାଧିକ ଥିଲା । ରାଜ୍ୟର ଶ୍ରୀଗଙ୍ଗନଗର ସହରରେ ପେଟ୍ରୋଲ 100 ଟଙ୍କା 13 ପଇସା କୁ ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା 92 ଟଙ୍କା 13 ପଇସାକୁ ବୃଦ୍ଧି ହୋଇଛି ।

ଗତ ମାସ ଶେଷରେ ରାଜସ୍ଥାନ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ 2 ପ୍ରତିଶତ ହ୍ରାସ କରିବା ସତ୍ତ୍ୱେ ଦରରେ ବୃଦ୍ଧି ହେଉଛି । ପେଟ୍ରୋଲ ଲିଟର ଉପରେ ଭ୍ୟାଟ୍ 36 ପ୍ରତିଶତ ଅର୍ଥାତ୍ ଟ. 1.50 ଥିବା ସତ୍ତ୍ୱେ ଦେଶରେ ସର୍ବାଧିକ ପେଟ୍ରୋଲ ଦର ରହିଛି । ଡିଜେଲ ଲିଟର ଉପରେ ରାଜ୍ୟ 26 ପ୍ରତିଶତ ରୋଡ ସେସ ପାଇଁ ଟ 1.75 ଆଦାୟ କରୁଛି ।

ଶ୍ରୀଗଙ୍ଗନଗରରେ ବ୍ରାଣ୍ଡେଡ୍ ପେଟ୍ରୋଲର ମୂଲ୍ୟ ଲିଟର ପ୍ରତି 102 ଟଙ୍କା 91 ପଇସା ଏବଂ ସମାନ ଗ୍ରେଡ୍ ଡିଜେଲ ଲିଟର ପ୍ରତି 92ଟଙ୍କା 13ପଇସା ରହିଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Petrol Rate Cross 100 Rupees in Rajasthan
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X