For Quick Alerts
Turn On Notification  
For Daily Alerts
Oneindia App Download

୨ ବର୍ଷର ରେକର୍ଡ ଭାଙ୍ଗିଲା ତେଲ ଦର, ପେଟ୍ରୋଲ ୨୮ ପଇସା ଓ ଡିଜେଲ ୩୦ ପଇସା ବୃଦ୍ଧି

ପେଟ୍ରୋଲ ଲିଟର ପ୍ରତି ୨୮ ପଇସା ଡିଜେଲ ଲିଟର ପ୍ରତି ୩୦ ପଇସା ବଢିଛି ।

|

ନୂଆଦିଲ୍ଲୀ: ଲଗାତାର ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ରବିବାର ପେଟ୍ରୋଲ ଲିଟର ପ୍ରତି ୨୮ ପଇସା ଡିଜେଲ ଲିଟର ପ୍ରତି ୩୦ ପଇସା ବଢିଛି । ଏହି ବର୍ଦ୍ଧିତ ମୁଲ୍ୟ ପରେ ମୁମ୍ବାଇରେ ପେଟ୍ରୋଲ ଲିଟର ପ୍ରତି ୯୦ ଟଙ୍କା ହୋଇଛି । ଡିଜେଲ୍‌ ଦର ୮୦ ଟଙ୍କା ପ୍ରତି ଲିଟର ହୋଇଛି ।

Petrol Price

କରୋନା କାଳରେ ପେଟ୍ରୋଲ ଓ ଡିଜେଲ ଦର ଲୋକଙ୍କ ଚିନ୍ତା ଆହୁରି ବଢ଼ାଇ ଦେଇଛି । ପ୍ରାୟ ୨ ବର୍ଷ ଭିତରେ ସର୍ବୋଚ୍ଚ ସ୍ତରରେ ପଂହଚିଛି ପେଟ୍ରୋଲ ଦର । ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୮୪ ଟଙ୍କା ଟପିଥିବାବେଳେ ଡିଜେଲ ୮୦ ଟଙ୍କା ଅତିକ୍ରମ କରିଛି । ଯାହା ଗ୍ରାହକଙ୍କ ସମସ୍ୟା ବଢ଼ାଇ ଦେଇଛି ।

ଶନିବାର ଅପେକ୍ଷା ରବିବାର ଡିଜେଲ ଦର ୩୧ ପଇସା ବଢିଛି । ସେହିପରି ପେଟ୍ରୋଲ ମଧ୍ୟ ୨୯ ପଇସା ବଢିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧିର କାରଣରୁ ତେଲ ଦର ବୃଦ୍ଧି ପାଉଥିବା କୁହାଯାଉଥିବା ବେଳେ ଗ୍ରାହକଙ୍କ ସମସ୍ୟା ବଢ଼ି ଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Petrol Price up 28 Paise and Diesel 29 Paise
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X