କମିବ ପେଟ୍ରୋଲ ଦାମ୍, ଏହି ସରକାର ନେଲେ ବଡ଼ ନିଷ୍ପତ୍ତି
ଜଇପୁର: ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ ବିଜେପିର ଭଜନଲାଲ ସରକାର ରାଜସ୍ଥାନବାସୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ଏବେ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଆଶ୍ୱସ୍ତି ମିଳିବ । ଏଥି ସହିତ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ମଧ୍ୟ ବୃଦ୍ଧି ପାଇବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ନିଜେ ଏହି ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ, ରାଜସ୍ଥାନର ଭଜନ ଲାଲ ସରକାର କ୍ୟାବିନେଟ ବୈଠକରେ ରାଜସ୍ଥାନରେ ପେଟ୍ରୋଲ ଡିଜେଲ ଉପରେ ଭାଟ ୨ ପ୍ରତିଶତ ହ୍ରାସ କରିଛନ୍ତି । ଭାଟ ଦୁଇ ପ୍ରତିଶତ ହ୍ରାସ ହେତୁ ପେଟ୍ରୋଲ ରାଜ୍ୟରେ ୧ଟଙ୍କା ୪୦ ପଇସାରୁ ୫ଟଙ୍କା ୩୦ ପଇସା ଶସ୍ତା ହେବ । ଏଥି ସହିତ ଡିଜେଲ ୧ଟଙ୍କା ୩୪ ପଇସାରୁ ୪ଟଙ୍କା ୮୫ ପଇସା ଶସ୍ତା ହେବ । ୧୫ ମାର୍ଚ୍ଚ ଶୁକ୍ରବାର ସକାଳ ୬ରୁ ନୂତନ ହାର ଲାଗୁ ହେବ । ଏହି ଦୁଇ ପ୍ରତିଶତ ହ୍ରାସ ବାର୍ଷିକ ୧୫୦୦କୋଟି ଟଙ୍କା ରାଜ୍ୟ ସରକାରଙ୍କ ଉପରେ ପଡ଼ିବ ।

ସୂଚନାଯୋଗ୍ୟ, ବର୍ତ୍ତମାନ ରାଜସ୍ଥାନରେ ପେଟ୍ରୋଲ ଉପରେ ୩୧ପ୍ରତିଶତ ଭ୍ୟାଟ ଏବଂ ଡିଜେଲ ଉପରେ ୧୮ ପ୍ରତିଶତ ଭ୍ୟାଟ ଲାଗୁ କରାଯାଇଛି । ଏହା ବ୍ୟତୀତ ରାଜ୍ୟ କର୍ମଚାରୀଙ୍କ ଡିଏ ୪% ବୃଦ୍ଧି କରାଯାଇଛି । ରାଜସ୍ଥାନର ୮ ଲକ୍ଷ ସରକାରୀ କର୍ମଚାରୀ ଡିଏ ବୃଦ୍ଧିରେ ଉପକୃତ ହେବେ । ୪.୪୦ ଲକ୍ଷ ପେନସନଭୋଗୀ ମଧ୍ୟ ବର୍ଦ୍ଧିତ ଡିଏର ଲାଭ ପାଇବେ ।
ଏହା ଅନେକ ଥର ଦେଖାଯାଇଛି ଯେ ଯେତେବେଳେ ବି କେନ୍ଦ୍ର ସରକାର ଡିଏରେ ବୃଦ୍ଧି ଘୋଷଣା କରନ୍ତି, କିଛି ସମୟ ମଧ୍ୟରେ ରାଜସ୍ଥାନର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରାଯାଏ । ଏଥି ସହିତ, ପୂର୍ବରୁ ରାଜସ୍ଥାନରେ, ବିଧାନସଭା ନିର୍ବାଚନ ପାଇଁ ଆଚରଣ ବିଧି ସମୟରେ, ଅକ୍ଟୋବର ୩୧ ରେ ଡିଏକୁ ଚାରି ପ୍ରତିଶତ ବୃଦ୍ଧି କରାଯାଇଥିଲା । ଏଥି ସହିତ, ବର୍ତ୍ତମାନ ପ୍ରାୟ ଚାରିମାସ ପରେ, ଲୋକସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନର କର୍ମଚାରୀମାନେ ପୁନର୍ବାର ଏହି ଉପହାର ପାଇବାକୁ ଯାଉଛନ୍ତି ।












Click it and Unblock the Notifications