Get Updates
Get notified of breaking news, exclusive insights, and must-see stories!

ସାରା ଦେଶରେ ପେଟ୍ରୋଲ ଡିଜେଲ ଦାମ କମାଇଲେ କେନ୍ଦ୍ର ସରକାର, ଜାଣନ୍ତୁ କେତେ କମିଛି ଲିଟର ପ୍ରତି ଦାମ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ସରକାର ପେଟ୍ରୋଲ ଡିଜେଲର ଦାମ କମ କରିଛନ୍ତି । ପେଟ୍ରୋଲିୟମ ମନ୍ତ୍ରଣାଳୟ ତରଫରୁ ସାରା ଦେଶରେ ପେଟ୍ରୋଲ ଓ ଡିଜେଲର ଦାମ ଲିଟର ପ୍ରତି ୨ଟଙ୍କା କମ୍ କରାଯାଇଛି । ଏହି ଦର ଶୁକ୍ରବାର ସକାଳ ୬ଟାରୁ ଲାଗୁ ହେବାକୁ ଯାଉଛି । ସୋସିଆଲ୍ ମିଡ଼ିଆ ଏକ୍ସରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଲେଖିଛନ୍ତି ଯେ, " ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୨ ଟଙ୍କା ହ୍ରାସ କରି ଦେଶର ସଫଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ପ୍ରମାଣ କରିଛନ୍ତି ଯେ ତାଙ୍କର ଲକ୍ଷ୍ୟ ସର୍ବଦା କୋଟି କୋଟି ଭାରତୀୟଙ୍କ ପରିବାରର କଲ୍ୟାଣ ଓ ସୁବିଧା ଉପରେ ରହିଛି ।

Petrol Diesel

ଏହାପୂର୍ବରୁ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରନ୍ଧନ ଗ୍ୟାସ ମୂଲ୍ୟରେ ସିଲିଣ୍ଡର ପିଛା ୧୦୦ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଥିଲେ । ମୂଲ୍ୟ ହ୍ରାସ, ପ୍ରାୟ ୩୩ କୋଟି ପରିବାର ଲାଭାନ୍ୱିତ ହୋଇଛନ୍ତି ଯାହା ପେଟ୍ରୋଲିୟମ ଗ୍ୟାସ (ଏଲ୍ପିଜି) କୁ ରନ୍ଧନ ଇନ୍ଧନ ଭାବରେ ବ୍ୟବହାର କରନ୍ତି ।

ଗୁରୁବାର କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଏକ୍ସରେ ଏକ ପୋଷ୍ଟ କରି ଏହି ସୂଚନ ଦେଇଛନ୍ତି । ଯେତେବେଳେ ବିଶ୍ୱ କଠିନ ସମୟ ଦେଇ ଗତି କରୁଥିଲା ବିକଶିତ ତଥା ବିକାଶଶୀଳ ଦେଶମାନଙ୍କରେ ପେଟ୍ରୋଲ ମୂଲ୍ୟ ୫୦-୭୨ ପ୍ରତିଶତ ବୃଦ୍ଧି ପାଇଥିଲା ସେ ସମୟରେ ମଧ୍ୟ ଭାରତ ସରକାର କିପରି ତୈଳ ଦ୍ୱାରା ନିୟନ୍ତ୍ରଣରେ ରଖିଥିଲେ ତାହା ସେ କହିଛନ୍ତି । ଆଜି ବି ଅନେକ ଦେଶ ତୁଳନାରେ ଭାରତରେ ପେଟ୍ରୋଲର ମୂଲ୍ୟ କମ୍ ଥିବା ସେ କହିଛନ୍ତି ।"

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+