ସାଇବର ଠକ କବଳରେ ଯୁବପିଢି, ଲୋନ ଆପରୁ ଦୁଇ ହଜାର ଋଣ ଆଣି ଗଣିଲେ 15 ଲକ୍ଷ
ବର୍ତ୍ତମାନ ଅନଲାଇନ ଲୋନ ଆପକୁ ନେଇ ହେଉଛି ଚର୍ଚ୍ଚା । ଲୋନ ଆପରୁ ଟଙ୍କା ନେଇ ଅନେକ ଅସୁବିଧାରେ ପଡୁଥିବା ଦେଖାଯାଇଛି । ତେବେ କର୍ଣ୍ଣାଟକର ଚିକାବାଲପୁର ଜିଲ୍ଲାର ଚିନ୍ତାମଣି ସହରର ଆଜମତ ଉଲ୍ଲା ଏହି ସାଇବର ଠକାମିର ଶିକାର ହୋଇଛନ୍ତି ।
ବେଙ୍ଗାଲୁରୁ: ବର୍ତ୍ତମାନ ଅନଲାଇନ ଲୋନ ଆପକୁ ନେଇ ହେଉଛି ଚର୍ଚ୍ଚା । ଲୋନ ଆପରୁ ଟଙ୍କା ନେଇ ଅନେକ ଅସୁବିଧାରେ ପଡୁଥିବା ଦେଖାଯାଇଛି । ଏଭଳି ଅନେକ ଖବର ଆସୁଥିବା ଆପଣ ଦେଖିଥିବେ । ତେବେ କର୍ଣ୍ଣାଟକର ଚିକାବାଲପୁର ଜିଲ୍ଲାର ଚିନ୍ତାମଣି ସହରର ଆଜମତ ଉଲ୍ଲା ଏହି ସାଇବର ଠକାମିର ଶିକାର ହୋଇଛନ୍ତି । ଲୋନ ଆପରୁ 2 ହଜାର ଟଙ୍କା ଋଣ ନେଇ ଏବେ ସେ ଠକଙ୍କୁ 15 ଲକ୍ଷ ଟଙ୍କା ଗଣିଛନ୍ତି ।

ଆଜମତ ଚିନ୍ତାମଣି ସହରର ଟିପୁନଗରରେ ରୁହନ୍ତି । ସେ ଏକ କମ୍ପାନୀରେ ସୁପରଭାଇଜର ଭାବେ କାର୍ଯ୍ୟ କରନ୍ତି । ଅର୍ଥର ଆବଶ୍ୟକତା ହେତୁ ଜଣେ ବନ୍ଧୁଙ୍କ ପରାମର୍ଶରେ ସେ ମ୍ୟାଜିକ ଲୋନ୍ ଆପ୍ ରୁ ଦୁଇ ହଜାର ଟଙ୍କା ଋଣ ନେଇଥିଲେ । ଏହା ପରେ ସୁଧ ହିସାବରେ ପ୍ରଥମେ 3ହଜାର 5ଶହ ଟଙ୍କା ଦେଇଥିଲେ । ଲୋନ ନେବା ସମୟରେ ଆଜମତ ଆପରେ ନିଜର ଆଧାରକାର୍ଡ ଓ ପାନକାର୍ଡ ନମ୍ବର ଦେଇଥିଲେ । ଫଳରେ ଠକମାନେ ଏହାକୁ ବ୍ୟବହାର କରି 20ରୁ ଅଧିକ ଲୋନ ଆପରେ ଲକ୍ଷାଧିକ ଟଙ୍କା ଠକେଇ କରିଥିଲେ ।
ଏହାପରେ ଆଜମତଙ୍କୁ ଲୋନ ଆପ ଚଳାଉଥିବା ସାଇବର ଠକ କଲ କରି ଆହୁରି ଟଙ୍କା ଦେବାକୁ ବାଧ୍ୟ କରିଥିଲେ । ଯଦି ଟଙ୍କା ନଦେବ ତାହେଲେ ତାଙ୍କ ଫଟୋ ଲଗାଇ ଅନ୍ୟ ଜଣେ ମହିଳାଙ୍କ ନ୍ୟୁଡ୍ ଭିଡିଓ ପରିବାର ଏବଂ ବନ୍ଧୁ ମାନଙ୍କ ପାଖକୁ ପଠାଇଦେବେ ବୋଲି ଧମକ ଦେଇଥିଲେ । ଏଥିରେ ଯୁବକ ଜଣଙ୍କ ଭୟଭୀତ ହୋଇ ଏସବିଆଇ ବ୍ୟାଙ୍କ ଆକାଉଣ୍ଟରୁ 14,43,799 ଟଙ୍କା ସହିତ, ବନ୍ଧୁମାନଙ୍କ ନିକଟରୁ ଧାରକରଜ କରି 15,56,731 ଲକ୍ଷ ଟଙ୍କା ଦେଇଥିଲେ । କିନ୍ତୁ ଠକଙ୍କର ଅତ୍ୟାଚାର କମିବା ପରିବର୍ତ୍ତେ ବଢି ଚାଲିଥିଲା । ଏହାପରେ ବାଧ୍ୟ ହୋଇ ଆଜମତ ଚିନ୍ତାମଣି ନଗର ପୋଲିସ ଷ୍ଟେସନରେ ଏନେଇ ଅଭିଯୋଗ କରିଛନ୍ତି । ପୋଲିସ ବର୍ତ୍ତମାନ ତଦନ୍ତ ଆରମ୍ଭ କରିଛି ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ପୁଣି ଖସିଲା ସୁନା-ରୂପା ରେଟ୍ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା..... -
ଇରାନ ଉପରେ ଟ୍ରମ୍ପଙ୍କ ବଡ଼ ଦାବି, କହିଦେଲେ କିଛି ଏମିତି....... -
୧ ଏପ୍ରିଲରୁ ଆୟକର ନିୟମରେ ହେବ ବଡ଼ ପରିବର୍ତ୍ତନ, ଆୟକର ବିଭାଗ ଆପଣଙ୍କର ସୋସିଆଲ ମିଡିଆ..... -
ଶୁଭମନ ଗିଲ୍ ସର୍ବଶ୍ରେଷ୍ଠ ଅନ୍ତରାଷ୍ଟ୍ରୀୟ କ୍ରିକେଟର -
ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୨ ମୃତ -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ଏଥର ପ୍ରଚଣ୍ଡ ହେବ ଗୁଷ୍ମ ପ୍ରବାହ, ୪୦ ଛୁଇଁବ ପାରଦ -
ଗହଣା କିଣିବା ପୂର୍ବରୁ ପକାନ୍ତୁ ନଜର, ଜାଣିରଖନ୍ତୁ ଆଜିର ଦାମ୍










Click it and Unblock the Notifications