ଏହି ବ୍ଲଡଗ୍ରୁପର ଲୋକଙ୍କୁ କୋଭିଡ୍ ହେବାର ଅଧିକ ଆଶଙ୍କା

ଭୁବନେଶ୍ୱରରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ନେଇ ସାରା ରାଜ୍ୟରେ ଆତଙ୍କ ଖେଳିଯାଇଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ସତର୍କ ସୂଚନା ଜାରି କରିଛି ।

ତେବେ ନିକଟରେ ଏକ ସାମ୍ପ୍ରତିକ ଅନୁସନ୍ଧାନରେ ଜଣାପଡିଛି ଯେ, A, B ଏବଂ Rh+ ରକ୍ତ ଗ୍ରୁପ ଥିବା ବ୍ୟକ୍ତିମାନେ କୋଭିଡ-୧୯ ସଂକ୍ରମଣ ହେବାର ଅଧିକ ଆଶଙ୍କା ଥାଏ। ଯେତେବେଳେ O, AB ଏବଂ Rh- ରକ୍ତ ଗ୍ରୁପ ଥିବା ବ୍ୟକ୍ତିଙ୍କ ସଂକ୍ରମଣ ହେବାର ଆଶଙ୍କା କମ ଥାଏ। ଜର୍ନାଲ 'Frontiers in Cellular and Infection Microbiology'ରେ ପ୍ରକାଶିତ ତଥ୍ୟ ଏବେ ସମସ୍ତଙ୍କୁ ତାଜୁବ କରିଦେଇଛି ।

ଗବେଷଣା ଅନୁସାରେ, A, B ଏବଂ Rh+ ରକ୍ତ ଗ୍ରୁପ ଥିବା ବ୍ୟକ୍ତିଙ୍କ ମଧ୍ୟରେ କୋଭିଡ-୧୯ ସଂକ୍ରମଣର ସମ୍ଭାବନା ଅଧିକ ରହିଛି। ଅନ୍ୟପଟେ O, AB ଏବଂ Rh- ରକ୍ତ ଗ୍ରୁପ ଥିବା ବ୍ୟକ୍ତିଙ୍କୁ ସଂକ୍ରମଣ କମ ଥାଏ।

People with this blood group are more likely to get COVID

O ରକ୍ତ ଗ୍ରୁପକୁ ଏକ ପ୍ରାକୃତିକ ସୁରକ୍ଷା କାରକ ଭାବେ ବିବେଚନା କରାଯାଇଛି । ଅଧ୍ୟୟନରେ ଦେଖାଯାଇଛି ଯେ, B ରକ୍ତ ଗ୍ରୁପ ଥିବା ପୁରୁଷ ରୋଗୀମାନେ ମହିଳାଙ୍କ ତୁଳନାରେ ଅଧିକ ସଂକ୍ରମଣର ଥା'ନ୍ତି । ସେହିପରି, ୬୦ ବର୍ଷରୁ କମ ବୟସର AB ରକ୍ତ ଗ୍ରୁପ ଥିବା ବ୍ୟକ୍ତିଙ୍କ ମଧ୍ୟରେ ସଂକ୍ରମଣର ଆଶଙ୍କା ଅଧିକ ।

କିଛି ଅନ୍ୟ ଅଧ୍ୟୟନ, ଯେପରିକି ଯୁକ୍ତରାଷ୍ଟ୍ରରେ କରାଯାଇଥିବା ଗବେଷଣା, ଦାବି କରିଛି ଯେ ରକ୍ତ ଗ୍ରୁପ ଓ କୋଭିଡ-୧୯ ସଂକ୍ରମଣ ମଧ୍ୟରେ କୌଣସି ସିଧାସଳଖ ସମ୍ପର୍କ ନାହିଁ। ଏହି ଅଧ୍ୟୟନ ଅନୁସାରେ, A, B, AB କିମ୍ବା O ରକ୍ତ ଗ୍ରୁପ ସଂକ୍ରମଣ ବା ଗୁରୁତରତା ସହ ଜଡିତ ନୁହେଁ। ତେଣୁ, ଏହି ବିଷୟରେ ଅଧିକ ଗବେଷଣା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଅନୁସନ୍ଧାନରୁ ଜଣାପଡିଛି ଯେ ରକ୍ତ ଗ୍ରୁପରେ ଥିବା ର୍ନିଦ୍ଦିଷ୍ଟ ଆଣ୍ଟିଜେନ ଭୁତାଣୁର ସଂକ୍ରମଣ କ୍ଷମତାକୁ ପ୍ରଭାବିତ କରିପାରେ । ଉଦାହରଣ ସ୍ବରୂପ, O ରକ୍ତ ଗ୍ରୁପ ଥିବା ବ୍ୟକ୍ତିଙ୍କରେ ସଂକ୍ରମଣର ଆଶଙ୍କା କମ ଥାଏ କାରଣ ଏହାର ଆଣ୍ଟିଜେନ ଗଠନ ଭୁତାଣୁକୁ ଶରୀରରେ ପ୍ରବେଶ କରିବାରେ ବାଧା ସୃଷ୍ଟି କରିପାରେ । କିନ୍ତୁ, ଏହା ସମ୍ପୂର୍ଣ୍ଣ ସୁରକ୍ଷା ଦେଇନଥାଏ ବୋଲି ଗବେଷକମାନେ ଚେତାବନୀ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+