Budget Session 2023: ଭାରତ ବଜେଟ୍ ଉପରେ ବିଶ୍ୱର ନଜର
ଚଳିତ ବର୍ଷର ବଜେଟରେ ଲୋକଙ୍କ ଆଶା ପୂରଣ ହେବ । ଭାରତ ସାଧାରଣ ନାଗରିକଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା ପାଇଁ ପୁରା ଚେଷ୍ଟା କରାଯିବ :ପ୍ରଧାନମନ୍ତ୍ରୀ

Budget 2023: ବଜେଟ୍ ଅଧିବେଶନରେ ଯୋଗଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦ ଗୃହରେ ଗଣମାଧ୍ୟମକୁ ସମ୍ବୋଧନ କରିବାବେଳେ କହିଛନ୍ତି ଯେ, କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ଏହି ବଜେଟ୍ ଉପରେ ନଜର ରଖିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ରାଷ୍ଟ୍ରପତିଙ୍କ ଅଭିଭାଷଣ ଦେଶ ପାଇଁ ଗୌରବର ମୁହୂର୍ତ୍ତ । ଆଜି ନାରୀଙ୍କୁ ସମ୍ମାନ ଓ ଆଦିବାସୀଙ୍କୁ ସମ୍ମାନ କରିବାର ଦିନ । ରାଷ୍ଟ୍ରପତି ଭାବେ ଆଜି ପ୍ରଥମ ଥର ଅଭିଭାଷଣ ରଖିବେ ଦୌପଦୀ ମୁର୍ମୁ । ବଜେଟରେ ଲୋକଙ୍କ ଆଶା ପୂରଣ ହେବ । ଦେଶର ବଜେଟ୍ ଉପରେ ରହିଛି ପୁରା ବିଶ୍ୱର ନଜର ।
Taking the thought of 'India first, citizen first' we will take this Budget session of Parliament forward. I am hopeful that the opposition leaders will present their views before the Parliament: PM Modi at Parliament pic.twitter.com/mqyzpshx5W
— ANI (@ANI) January 31, 2023
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଦୂର ଜଙ୍ଗଲରେ ବାସ କରୁଥିବା ଆମର ମହାନ ଆଦିବାସୀ ପରମ୍ପରାକୁ ସମ୍ମାନ ଦେବା ପାଇଁ ଏହା ଏକ ସୁଯୋଗ । ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଜଣେ ମହିଳା ଯିଏ ଆସନ୍ତାକାଲି ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି, 'ଭାରତ ପ୍ରଥମ, ନାଗରିକ ପ୍ରଥମ' ଚିନ୍ତାଧାରା ସହିତ ସଂସଦର ଏହି ବଜେଟ୍ ଅଧିବେଶନକୁ ଆମେ ଆଗକୁ ବଢାଇବୁ । ଆଶା କରୁଛି ବିରୋଧୀ ଦଳର ନେତାମାନେ ମଧ୍ୟ ସଂସଦରେ ନିଜର ମତ ରଖିବେ । ଚଳିତ ବର୍ଷର ବଜେଟକୁ ବିରୋଧି ବିରୋଧ ମଧ୍ୟ କରିବେ, ହେଲେ ଏହି ବଜେଟକୁ ଭଲ ଭାବରେ ବୁଝିବା ପରେ ହିଁ ବିରୋଧି ନିଜ ମତ ରଖିବେ ବୋଲି ମୁଁ ଆଶା କରୁଛି' ।
ସେହିପରି ବିଶ୍ୱ ଅର୍ଥନୈତିକ ସ୍ଥିତିର ଅସ୍ଥିରତା ମଧ୍ୟରେ ଭାରତର ସାଧାରଣ ନାଗରିକଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା ପାଇଁ ପୁରା ଚେଷ୍ଟା କରାଯିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମସ୍ତ ଆଶା ପୂରଣ କରିବା ପାଇଁ ଚେଷ୍ଟା କରିବେ ।












Click it and Unblock the Notifications