ମହିଳାଙ୍କୁ ସମ୍ମାନ ପାଇଁ ପ୍ରତିଜ୍ଞା କରନ୍ତୁ ଦେଶବାସୀ : ପିଏମ ମୋଦି
ପିଏମ ମୋଦି ଲାଲକିଲ୍ଲାରୁ ଦେଶ ଓ ଜାତି ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣରେ ସେ ମହିଳା ସୁରକ୍ଷା ନେଇ କହିଛନ୍ତି ।
ନୂଆଦିଲ୍ଲୀ : ଆଜି ଦେଶ ପାଳୁଛି 76ତମ ସ୍ୱାଧୀନତା ଦିବସ । ଏହି ଅବସରରେ ଲାଲକିଲ୍ଲାରେ ପହଞ୍ଚି 9ମ ଥର ପାଇଁ ପତାକା ଉତ୍ତୋଳନ କରିଛନ୍ତି ପିଏମ ମୋଦି । ଲାଲକିଲ୍ଲାରୁ ଦେଶ ଓ ଜାତି ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣରେ ସେ ମହିଳା ସୁରକ୍ଷା ଓ ସମ୍ମାନ ନେଇ କହିଛନ୍ତି ।

ଦେଶରେ ମହିଳା ଏବେ ବି ଅସମ୍ମାନର ଶିକାର ହେଉଛନ୍ତି । ପ୍ରତ୍ୟେକ ଦିନ ଅନେକ ଅସୁବିଧାର ସାମନା କରିବା ପାଇଁ ମହିଳାଙ୍କୁ ପଡୁଛି। ତେଣୁ ପ୍ରତ୍ୟେକ ଦେଶବାସୀ ପ୍ରତିଜ୍ଞା କରିବା ଉଚିତ ଯେ ମହିଳାଙ୍କୁ ଅସମ୍ମାନ ପରିବର୍ତ୍ତେ ସମ୍ମାନ କରିବା ଉଚିତ । ଦେଶର କୌଣସି ବି ମହିଳା ଅସମ୍ମାନ ପାଇବା ଉଚିତ ନୁହେଁ। ମହିଳାଙ୍କ ଉପରେ ବଢୁଥିବା ଅତ୍ୟାଚାରକୁ ବନ୍ଦ କରିବାର ଆବଶ୍ୟକତା ରହିଛି ।
ସମସ୍ତ ଦେଶବାସୀ ଏକାଠି କାର୍ଯ୍ୟ କରିବା ଉଚିତ । ଏହାଦ୍ବାରା ଦେଶର ବିକାଶ ହୋଇପାରିବ । ଭେଦଭାବ ଆଦିକୁ ଦୂରେଇ ସମାନତା ଭାବେ ଆଗକୁ କର୍ମ କରି ଚାଲିବା ନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।












Click it and Unblock the Notifications