ରାୁହୁଲ ଗାନ୍ଧିଙ୍କଠୁ ଅଧିକ ଲୋକ ପ୍ରିୟ ପିଏମ ମୋଦି, ମୋଦିଙ୍କୁ ପ୍ରଶଂସା କରିବା କାର୍ତ୍ତି ଚିଦାମ୍ବରମଙ୍କୁ ପଡ଼ିଛି ମହଙ୍ଗା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବା କାର୍ତ୍ତି ଚିଦାମ୍ବରମଙ୍କ ପାଇଁ ମହଙ୍ଗା ପଡିଛି । କାରଣ ବର୍ତ୍ତମାନ କଂଗ୍ରେସ ତାଙ୍କୁ ଏକ ନୋଟିସ ପଠାଇଛି ଏବଂ ୧୦ ଦିନ ମଧ୍ୟରେ ନିଜର ପ୍ରତିକ୍ରିୟା ଦାଖଲ କରିବାକୁ କହିଛି । କାର୍ତ୍ତି ଚିଦାମ୍ବରମ ହେଉଛନ୍ତି ପି ଚିଦାମ୍ବରମଙ୍କ ପୁତ୍ର । ସେ ପୂର୍ବ ୟୁପିଏ ସରକାରରେ କେନ୍ଦ୍ର ମନ୍ତ୍ରୀ ଥିଲେ । କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମ ଏକ ସାକ୍ଷାତକାରରେ କହିଥିଲେ ରାହୁଲ ଗାନ୍ଧୀଙ୍କ ଅପେକ୍ଷା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧିକ ଲୋକପ୍ରିୟ ।
ଏହି ବିବୃତ୍ତି ଚିଦାମ୍ବରମଙ୍କ ପାଇଁ ଏକ ସମସ୍ୟା ପାଲଟିଛି । ରାହୁଲ ଗଙ୍କ ଅପେକ୍ଷା ପ୍ରଧାନମନ୍ତ୍ରୀ ମୋଦି ଅଧିକ ଲୋକପ୍ରିୟ ବୋଲି କହି ତାମିଲନାଡୁ କଂଗ୍ରେସ ଅନୁଶାସନ କମିଟି ମୁଖ୍ୟ କେ.ଆର. ରାମାସାମୀ ଏକ କାରଣ ଦର୍ଶାଇ ନୋଟିସ ପଠାଇ ଏହାର ଉତ୍ତର ଦେବାକୁ କହିଛନ୍ତି । ତାଙ୍କ ସାକ୍ଷାତକାରରେ ସେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ଉପରେ ମଧ୍ୟ ଆତ୍ମବିଶ୍ୱାସ ପ୍ରକାଶ କରିଥିଲେ । ଏହା ହେଉଛି ଏକ ପ୍ରସଙ୍ଗ ଯେଉଁଥିରେ କଂଗ୍ରେସ ନିର୍ବାଚନ ଆୟୋଗଙ୍କ ସହ ବିବାଦରେ ରହିଛି ।

ବିଶ୍ୱସେନୀୟତାକୁ ନେଇ ଚିନ୍ତା ଦର୍ଶାଇ କଂଗ୍ରେସ ଇଭିଏମ ବ୍ୟବହାରକୁ ସକ୍ରିୟ ବିରୋଧ କରୁଛି । ଦଳର ବରିଷ୍ଠ ନେତା ଜୟରାମ ରମେଶ ପୁନର୍ବାର ନିର୍ବାଚନ ଆୟୋଗଙ୍କୁ ଏକ ଚିଠି ଲେଖି ଏହି ପ୍ରସଙ୍ଗ ଉଠାଇଛନ୍ତି । କାର୍ତ୍ତି ଚିଦାମ୍ବରମଙ୍କ ନିକଟ ସୂତ୍ରରୁ ପ୍ରକାଶ ଯେ କୌଣସି ସାଂସଦଙ୍କୁ ନୋଟିସ ଜାରି କରିବାର କେବଳ ଅଲ ଇଣ୍ଡିଆ କଂଗ୍ରେସ କମିଟିର ଅଧିକାର ରହିଛି । ତେବେ ତାମିଲନାଡୁ କଂଗ୍ରେସ ଏଭଳି ପଦକ୍ଷେପ ନେଇଛି । ଶୋ କାର ନୋଟିସ ବିଷୟରେ ଅନେକ ପ୍ରକାରର କଳ୍ପନାଜଳ୍ପନା କରାଯାଉଛି ।
ଏମିତି ବି ଚର୍ଚ୍ଚା ହେଉଛି ତାମିଲନାଡୁ କଂଗ୍ରେସ ମୁଖ୍ୟ ଭାବରେ କାର୍ତ୍ତି ଚିଦାମ୍ବରମଙ୍କ ସମ୍ଭାବ୍ୟ ପ୍ରାର୍ଥୀତାକୁ ରଣନୀତିଗତ ଭାବରେ ଅବରୋଧ କରିବା ପାଇଁ ଏହି କାରଣ ଦର୍ଶାଅ ନୋଟିସ୍ ହୋଇପାରେ । ତେବେ ଲୋକସଭା ନିର୍ବାଚନ ପୂର୍ବରୁ ଦଳର ରାଜ୍ୟ ନେତୃତ୍ୱ ଜଣେ ବରିଷ୍ଠ ନେତାଙ୍କ ନିକଟକୁ ପଠାଯାଇଥିବା ନୋଟିସ ପରେ ତାମିଲନାଡୁ କଂଗ୍ରେସରେ ସବୁ କିଛି ଠିକ୍ ଚାଲୁନଥିବା ଆଲୋଚନା ଆରମ୍ଭ ହୋଇଛି । ତାମିଲନାଡୁରେ ୩୯ ଟି ଲୋକସଭା ଆସନ ଅଛି । ଯେଉଁଠାରେ ଡିଏମକେ ସହିତ କଂଗ୍ରେସ ସରକାରରେ ଅଛି ।












Click it and Unblock the Notifications