Jammu Kashmir Assembly election results : ନିର୍ବାଚନରେ ବିଜୟ ପରେ ଓମାର ଅବଦୁଲ୍ଲା କହିଦେଲେ ଏଭଳି କିଛି .....

ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଫଳାଫଳ ଆଜି ଘୋଷଣା କରାଯାଇଛି। ଫଳାଫଳ ପାଇଁ ଭୋଟ୍ ଗଣନା ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିଲା । ଏଠାରେ ୯୦ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଥିବା ବେଳେ ପ୍ରାୟ ୧୦ବର୍ଷ ପରେ ଜମ୍ମୁ କଶ୍ମୀରରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ନିର୍ବାଚନ ଫଳାଫଳ ବାହାରିବା ପରେ ଅର୍ଥାତ୍ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନରେ ବିଜୟ ପରେ ନ୍ୟାସନାଲ୍ କନ୍‌ଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା କହିଛନ୍ତି, ଜାମ୍ମୁ କାଶ୍ମୀର ବାସୀ ଆଶା ଓ ସମୃଦ୍ଧି ପାଇଁ ଭୋଟ୍ ଦେଇଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ଅବଦୁଲ୍ଲା କହିଛନ୍ତି, ମେଣ୍ଟ ସହଯୋଗୀଙ୍କ ସହ ବୈଠକ କରି ଆଗାମୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ଗ୍ରହଣ କରାଯିବ ।

omar abdullah

ଅନ୍ୟ ପକ୍ଷରେ ନ୍ୟାସନାଲ୍ କନ୍‌ଫରେନ୍ସ ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲା ଶ୍ରୀନଗର ଠାରେ ନୂଆ ମେଣ୍ଟ ସରକାରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ହେବେ ବୋଲି ଘୋଷଣା କରିଛନ୍ତି । ପି.ଡି.ପି. ଅଧ୍ୟକ୍ଷ ମେହେବୁବା ମୁଫ୍‌ତୀ ପରାଜୟକୁ ସ୍ୱୀକାର କରି କହିଛନ୍ତି, ଜାମ୍ମୁ କାଶ୍ମୀର ବାସୀ ଏକ ସ୍ଥିର ସରକାର ସପକ୍ଷରେ ଭୋଟ୍ ଦେଇଛନ୍ତି । ସେମାନେ ନ୍ୟାସନାଲ୍ କନ୍‌ଫରେନ୍ସ ଏବଂ କଂଗ୍ରେସ ଉପରେ ଆସ୍ଥା ପ୍ରକଟ କରିଛନ୍ତି ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+