Get Updates
Get notified of breaking news, exclusive insights, and must-see stories!

ଟ୍ରମ୍ପଙ୍କ ସହ ଭିତରେ ମସ୍କଙ୍କ ବଡ଼ ଘୋଷଣା,ଗଡିବେ ରାଜନୈତିକ ଦଳ! ନୂଆ ଦଳ ଘୋଷଣାକୁ ମିଳିଲା ୮୦% ସମର୍ଥନ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଟେସଲା ସିଇଓ ଏଲନ ମସ୍କଙ୍କ ମଧ୍ୟରେ ଦେଖା ଦେଇଥିବା ବିବାଦ ଆହୁରି ଘନେଇବାରେ ଲାଗିଛି । ମସ୍କ ଟିକସ ବିଲ୍‍ ଉପରେ ଅସନ୍ତୋଷ ପ୍ରକାଶ କରିବା ପରେ ଟ୍ରମ୍ପ ସୋସିଆଲ ମିଡ଼ିଆରେ ମସ୍କଙ୍କ ମନୋଭାବ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ପରେ ଟ୍ରମ୍ପ ଏଲନ ମସ୍କଙ୍କ ଲାଗି ହ୍ୱାଇଟ୍‍ ହାଉସ୍‍ ବନ୍ଦ କରିଥିଲେ । ଏବେ ଏହାରି ମଧ୍ୟରେ ଆମେରିକାରେ ନୂତନ ଦଳର ଆବଶ୍ୟକତା ରହିଥିବା ବଡ଼ ମନ୍ତବ୍ୟ ଦେଇଛନ୍ତି । ଯାହାକି ସାରା ବିଶ୍ୱର ଧ୍ୟାନ ଆକର୍ଷିତ କରିଛି । ତେବେ ମସ୍କ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟ ଏକ୍ସରେ ସର୍ଭେ କରିଛନ୍ତି । ଯେଉଁ ପୋଲରେ ତାଙ୍କ ନୂତନ ରାଜନୈତିକ ଦଳ ଘୋଷଣାକୁ ୮୦% ଜନତା ସମର୍ଥନ କରିଛନ୍ତି ।

ଏଲନ୍ ମସ୍କ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ ଏକ୍ସରେ ପଚାରିଥିଲେ, ଆମେରିକାରେ ଏକ ନୂତନ ରାଜନୈତିକ ଦଳ ତିଆରି ହେବା ଉଚିତ କି ? ଯେଉଁ ପୋଲରେ ଲକ୍ଷାଧିକ ଲୋକ ଭାଗ ନେଇଛନ୍ତି । ମସ୍କ ଏହାର ଫଳାଫଳ ଘୋଷଣା କରିଛନ୍ତି । ତାଙ୍କର ନୂଆ ରାଜନୈତିକ ଦଳ ଘୋଷଣାକୁ ୮୦ ପ୍ରତିଶତ ସମର୍ଥନ ମିଳିଛି ।

elon musjk

ମସ୍କ ଲେଖିଛନ୍ତି, "ଜନତା ତାଙ୍କର ନିଷ୍ପତ୍ତି ଶୁଣାଇ ସାରିଛନ୍ତି । ଆମେରିକାରେ ଏକ ନୂତନ ଆବଶ୍ୟକତା ରହିଛି । ଯିଏ ୮୦% ଲୋକଙ୍କ ପ୍ରତିନିଧିତ୍ୱ କରିବ ଏବଂ ଠିକ୍ ୮୦% ଲୋକ ଏହାର ସମର୍ଥନ କରିଛନ୍ତି । ଏହାହିଁ ଭାଗ୍ୟ" । ଏହା ସହିତ ଏକ ପୋଷ୍ଟରେ ରାଜନୈତିକ ଦଳର ନାମ ଘୋଷଣା କରି ଦେଇଛନ୍ତି, ଯାହାର ନାମ ରଖିଛନ୍ତି 'ଦ ଆମେରିକା ପାର୍ଟି' । ମସ୍କ ଲେଖିଛନ୍ତି ଯେ ତାଙ୍କ ବିନା ଟ୍ରମ୍ପ ନିର୍ବାଚନ ହାରି ଯାଇଥାଆନ୍ତେ । ଏହା ପରେ ବି ଏମିତି ଧୋକା ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+