'ମଣିପୁର ହିଂସାରେ ବିସ୍ଥାପିତ ଲୋକ ବି ଦେଇପାରିବେ ଭୋଟ୍‌'

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନରେ ମଣିପୁରରେ ଜାତି ଆଣ ହିଂସା ହେତୁ ବିସ୍ଥାପିତ ଲୋକେ କିଭଳି ମତଦାନ କରିବେ , ସେଥିଲାଗି ନର୍ବାଚନ ଆୟୋଗ ନଜରରେ ରଖିଛି । ଏଥିପାଇଁ ବିଭିନ୍ନ ରିଲିଫ କ୍ୟାମ୍ପରେ ମତଦାନ କେନ୍ଦ୍ର ଗଠନ କରାଯିବ ଏ ସମ୍ପର୍କରେ ନିର୍ବାଚନ ଆୟୋଗ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଆଉ ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି ।

ନିର୍ବାଚନ କମିଶନରଙ୍କ ଦ୍ୱାରା ଜାରି ନିର୍ଦ୍ଦେଶାବଳୀରେ କୁହାଯାଇଛି, ଗତ ବର୍ଷ ମେ ୨ରୁ ଗବଦ୍ଭସକ୍ଟ୍ରଙ୍କକ୍ସ ରେ ଚାଲିଥିବା ଜାତି ଆଣ ହିଂସା ସମୟରେ ରାଜ୍ୟର ଅନେକ ଲୋକ ନିଜ ମିଟାମାଟିରୁ ବିତାଡ଼ିତ ହୋଇଥିଲେ । ବର୍ତ୍ତମାନ ସେମାନେ ରିଲିଫ କ୍ୟାମ୍ପରେ ରହୁଛନ୍ତି । ବିସ୍ଥାପିତ ଭୋଟରମାନେ ବର୍ତ୍ତମାନ ଭି ସେହି ସ୍ଥାନରେ ନାମ ପଞ୍ଜିକରଣ ରହିଛି ଯେଉଁଠାରେ ହିଂସାର ପୂର୍ବରୁ ରହୁଥିଲେ ।

eci
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ପରେ ନିର୍ବାଚନ ଆୟୋଗ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ଦେଇଛନ୍ତି । ହିଂସା ସମୟରେ ବିସ୍ଥାପିତ ହୋଇଥିବା ଲୋକମାନେ ସମ୍ପୃକ୍ତ ବିଧାନସଭା ତଥା ଲୋକସଭା ନିର୍ବାଚନମଣ୍ଡଳୀରେ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବେ । ଏହି ସ୍ୱତନ୍ତ୍ର ମତଦାନ କେନ୍ଦ୍ରରେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ପାଇଁ ଅଲଗା ଇଭିଏମ ବ୍ୟବହାର କରି କରାଯିବ ।

ସ୍ୱତନ୍ତ୍ର କେନ୍ଦ୍ରଗୁଡିକରେ ଭୋଟ୍ ଗଣନା ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା କରାଯିବ । ଗତ ବର୍ଷ ମେ ୩ ତାରିଖରୁ ମଣିପୁରରେ ଚାଲିଥିବା ହିଂସା ଯୋଗୁଁ ପ୍ରାୟ ୫୦,୦୦୦ ଲୋକ ସେମାନଙ୍କ ଘରୁ ବିସ୍ଥାପିତ ହୋଇଥିଲେ । ସେମାନଙ୍କୁ ରିଲିଫ କ୍ୟାମ୍ପରେ ରଖାଯାଇଛି । ଏହି ହିଂସାରେ ଏପର୍ଯ୍ୟନ୍ତ ୨୧୯ ଜଣଙ୍କର ମୃତ୍ୟୁ ହୋଇଛି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+