ପାରିବାରିକ ଓ ସ୍ବାସ୍ଥ୍ୟଗତ ସମସ୍ୟା ଲୋକ ଯୋଗୁଁ ଲୋକମାନେ କରୁଛନ୍ତି ଆତ୍ମହତ୍ୟା;ଏନ୍ସିଆର୍ବି
ପାରିବାରିକ ଓ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ଦେଶରେ ଆତ୍ମହତ୍ୟା ଘଟଣା ବଢ଼ିବାରେ ଲାଗିଛି। ଏନ୍ସିଆର୍ବି (ଜାତୀୟ ଅପରାଧିକ ରେକର୍ଡ଼ସ ବ୍ୟୁରୋ) ତଥ୍ୟ ଅନୁଯାୟୀ ୨୦୨୩ରେ ଦେଶରେ ୧,୭୧,୪୧୮ ଆତ୍ମହତ୍ୟା ଘଟଣା ଦେଖିବାକୁ ମିଳିଛି। ୨୦୨୨ ତୁଳନାରେ ଆତ୍ମହତ୍ୟା ଘଟଣାରେ ୦.୩% ବୃଦ୍ଧି ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ ୨୨,୬୮୭ ଆତ୍ମହତ୍ୟା କରିଛନ୍ତି। ୧୯,୪୮୩ଟି ଆତ୍ମହତ୍ୟା ଘଟଣା ସହିତ ତାମିଲନାଡ଼ୁ ଦ୍ବିତୀୟରେ ଏବଂ ୧୫,୬୬୨ ଆତ୍ମହତ୍ୟା ସହିତ ମଧ୍ୟପ୍ରଦେଶ ତୃତୀୟରେ ରହିଛି।
କର୍ଣ୍ଣାଟକରେ ୧୩,୩୩୦ ଏବଂ ପଶ୍ଚିମବଙ୍ଗରେ ୧୨,୮୧୯ଟି ଆତ୍ମହତ୍ୟା ଘଟଣା ରହିଛି। ଏହି ୫ ରାଜ୍ୟରେ ମୋଟ ୪୯% ଆତ୍ମହତ୍ୟା ଘଟଣା ଦେଖିବାକୁ ମିଳିଛି। ପାରିବାରିକ ସମସ୍ୟା ଯୋଗୁଁ ସର୍ବାଧିକ ୩୧.୯% ଏବଂ ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ୧୯% ଆତ୍ମହତ୍ୟା ଘଟିଛି। ୨୦୨୩ରେ ୪୬,୬୪୮ ମହିଳା ଆତ୍ମହତ୍ୟା କରିଥିବାବେଳେ ୨୪,୦୪୮ ଗୃହିଣୀ ଅଛନ୍ତି।
୨୦୨୩ରେ ଓଡ଼ିଶାରେ କୃଷକ କିମ୍ବା କୃଷିକ୍ଷେତ୍ର ସହିତ ଜଡ଼ିତ ଶ୍ରମିକଙ୍କ ଗୋଟିଏ ବି ଆତ୍ମହତ୍ୟା ଘଟଣା ଦେଖିବାକୁ ମିଳିନାହିଁ। ଏନସିଆର୍ବି ତଥ୍ୟ ଅନୁଯାୟୀ ୨୦୨୩ରେ ସାରା ଦେଶରେ କୃଷିକ୍ଷେତ୍ର ସହିତ ଜଡ଼ିତ ୧୦,୭୦୦ରୁ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି। ଦେଶର ମୋଟ ଆତ୍ମହତ୍ୟାର ଏହା ୬.୩ ପ୍ରତିଶତ। ବିଭିନ୍ନ କାରଣରୁ କୃଷିକ୍ଷେତ୍ର ସହ ଜଡ଼ିତ ଲୋକ ଆତ୍ମହତ୍ୟା କରୁଥିବାବେଳେ ଏଥିରେ ମହାରାଷ୍ଟ୍ର ସର୍ବାଗ୍ରେ ରହିଛି। କିନ୍ତୁ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ହିମାଚଳପ୍ରଦେଶ, ଅରୁଣାଚଳପ୍ରଦେଶ, ଗୋଆ, ମଣିପୁର, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରା, ଚଣ୍ଡୀଗଡ଼, ଦିଲ୍ଲୀ ଓ ଲକ୍ଷାଦ୍ବୀପରେ କୌଣସି କୃଷକ କିମ୍ବା କୃଷି ଶ୍ରମିକ ଆତ୍ମହତ୍ୟା କରି ନଥିବା ଏନସିଆରବି ରିପୋର୍ଟରୁ ଜଣାଯାଇଛି।

ମହାରାଷ୍ଟ୍ରର ସର୍ବାଧିକ ୩୮.୫ ପ୍ରତିଶତ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଦ୍ବିତୀୟରେ ୨୨.୫ ପ୍ରତିଶତ ସହିତ କର୍ଣ୍ଣାଟକ ରହିଛି ଆତ୍ମହତ୍ୟା କରିଥିବା ୧୦,୭୮୬ ଜଣଙ୍କ ମଧ୍ୟରୁ ୪,୬୯୦ ଜଣ କୃଷକ ହୋଇଥିବାବେଳେ ୬,୦୯୬ କୃଷି ଶ୍ରମିକ। ଆତ୍ମହତ୍ୟା କରିଥିବା କୃଷକଙ୍କ ମଧ୍ୟରୁ ୪,୫୫୩ ଜଣ ପୁରୁଷ ଓ ୧୩୭ ଜଣ ମହିଳା।
କୃଷି ଶ୍ରମିକଙ୍କ ମଧ୍ୟରୁ ୫,୪୩୩ ଜଣ ପୁରୁଷ ହୋଇଥିବାବେଳେ ୬୩୩ ମହିଳା ଅଛନ୍ତି। ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ମଧ୍ୟପ୍ରଦେଶ ଓ ତାମିଲନାଡ଼ୁରୁ ସର୍ବାଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି। ୨୦୨୩ରେ ଆତ୍ମହତ୍ୟା କରିଥିବା ୬୬.୨ ପ୍ରତିଶତ ଲୋକଙ୍କ ଆୟ ୧ ଲକ୍ଷରୁ କମ୍ ବୋଲି ଜଣାପଡ଼ିଛି। ୨୮.୩ ପ୍ରତିଶତଙ୍କ ଆୟ ଏକ ଲକ୍ଷରୁ ଅଧିକ ଓ ୫ ଲକ୍ଷରୁ କମ୍ ବୋଲି ଜଣାପଡ଼ିଛି।
ଆତ୍ମହତ୍ୟା କରିଥିବା ବେରୋଜଗାରଙ୍କ ମଧ୍ୟରେ ୧୫.୪ ପ୍ରତିଶତ କେରଳରୁ, ୧୪.୫ ପ୍ରତିଶତ ମହାରାଷ୍ଟ୍ର, ୧୧.୨ ପ୍ରତିଶତ ତାମିଲନାଡ଼ୁ, ୯.୧ ପ୍ରତିଶତ ଉତ୍ତର ପ୍ରଦେଶରୁ ରହିଛନ୍ତି। ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶରୁ ବ୍ୟବସାୟ କ୍ଷେତ୍ର ସହିତ ଜଡ଼ିତ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି।
-
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
୨୧ ଯାଏଁ କୁଆପଥର ବର୍ଷା ସମ୍ଭାବନା, ଆଜି ପାଇଁ ଆଲର୍ଟ ଜାରି -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଶୀଘ୍ର କରନ୍ତୁ ଏହି କାମ -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Odisha Weather: ସତର୍କ କଲା ପାଣିପାଗ ବିଭାଗ, ଆହୁରି ୫ଦିନ ଘଡ଼ଘଡ଼ି ସହ ବର୍ଷା -
ବାରୁଣି ସ୍ନାନ ଅବସରରେ ବୈତରଣୀ କୂଳରେ ହଜାର ହଜାର ଭକ୍ତଙ୍କ ସମାଗମ












Click it and Unblock the Notifications