ଚାକିରି ସାକ୍ଷାତକାର କାରଣରୁ ଲୋକମାନେ ଇଣ୍ଟରନେଟରେ ହରାଉଛନ୍ତି ଟଙ୍କା : ଜାଣନ୍ତୁ ଏହା କିପରି ହେଉଛି

ଚାକିରି ଖୋଜି ଦେଶର ଅଧିକାଂଶ ଲୋକ ଠକାମିର ଶିକାର ହେଉଛନ୍ତି । ପ୍ରତିଦିନ ପାର୍ଟ ଟାଇମ୍ ଚାକିରି ନାମରେ ଲୋକଙ୍କୁ ଠକାମିର ସିକାର କରାଯାଉଛି । ବର୍ତ୍ତମାନ ଏକ ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି କରିଛନ୍ତି ଯେ ସେ ଏକ ସାକ୍ଷାତକାର ପାଇଁ ଏଚ୍ ଆର ତରଫରୁ ଏକ ୱେବ୍ ଲିଙ୍କ୍ ପାଇଥିଲେ , ଯେଉଁଥିରେ କ୍ଲିକ୍ କରିବା ପରେ ତାଙ୍କ ଆକାଉଣ୍ଟରୁ ୨.୫ ଲକ୍ଷ ଟଙ୍କା ଉଠାଇ ନେଇଯାଇଥିଲେ । ଆସନ୍ତୁ ଜାଣିବା ସେହି ବିଷୟ କଣ, କିପରି ତାଙ୍କ ଆକାଉଣ୍ଟରୁ ଉଭାନ ହୋଇଗଲା ଟଙ୍କା ।

ଏକ୍ସ ହ୍ୟାଣ୍ଡେଲ @crankybugatti ଥିବା ଜଣେ ଉପଭୋକ୍ତା ଦାବି କରିଛନ୍ତି ଯେ ସେ ସୋସିଆଲ୍ ସ୍ପେକ୍ଟ୍ରା ନାମକ ଆପରେ ଏକ କମ୍ପାନୀର ଏଚ୍‌ଆରଙ୍କୁ ଭେଟିଛନ୍ତି । ଏକ ମୌଳିକ ସାକ୍ଷାତକାର ମଧ୍ୟ ହୋଇଥିଲା ଯାହା ସକରାତ୍ମକ ଥିଲା । ଏହା ପରେ ଆଲାମଙ୍କୁ ଏଚ୍‌ଆର କଲ୍ ରେ ଯୋଗଦେବାକୁ କୁହାଯାଇଥିଲା ଏବଂ ଏଥିପାଇଁ ତାଙ୍କୁ ଏକ ଅନଲାଇନ୍ ମିଟିଂ ପାଇଁ ଏକ ଲିଙ୍କ୍ ମଧ୍ୟ ଦିଆଯାଇଥିଲା ।

Losing Money On The Internet

ଲିଙ୍କରେ କ୍ଲିକ୍ କରିବା ପରେ ଆଲାମଙ୍କ ସିଷ୍ଟମରେ 'କଲ୍‌' ନାମକ ଏକ ଆପ୍ ଡାଉନଲୋଡ୍ ହୋଇଥିଲା ଯେଉଁଥିରେ ମାଲୱେର୍ ମଧ୍ୟ ରହିଥିଲା । ଏହି ମାଲୱେର୍ ଆଲାମର ଡିଜିଟାଲ୍ ୱାଲେଟରୁ ଟଙ୍କା ଟଙ୍କା ଉଠାଇ ନେଇଯାଇଥିଲା । ଆଲାମଙ୍କ ୱାଲେଟରେ ସମୁଦାୟ ୩୦୦୦ ଡ଼ଲାର ଅର୍ଥାତ୍ ପ୍ରାୟ ୨.୫ ଲକ୍ଷ ରହିଥିଲା ।

ଯାହା କି ସବୁଟଙ୍କକୁ ସାଇବର ଠକ ମାନେ ନେଇଯାଇଥିଲେ । ଏହି ଘଟଣା ପରେ ଆଲାମ ଲୋକଙ୍କୁ କୌଣସି ପ୍ରକାରର ଚାକିରୀ ଅଫରର ଶିକାର ନହେବାକୁ ପରାମର୍ଶ ଦେଇଛନ୍ତି । କୌଣସି ସନ୍ଦେହଜନକ ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ । ଏହା ବ୍ୟତୀତ, ଆପଣଙ୍କର ଡିଜିଟାଲ୍ ୱାଲେଟରେ ଡବଲ ପାସୱାର୍ଡ଼ କରି ରଖିନ୍ତୁ ବୋଲି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+