Get Updates
Get notified of breaking news, exclusive insights, and must-see stories!

Pension: ପେନସନ ଭୋଗୀଙ୍କ ପାଇଁ ନୂଆ ନିୟମ: ଏମିତି କରନ୍ତୁ, ନଚେତ୍ ମିଳିବନି ଟଙ୍କା

ପେନସନ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି । ଏଣିକି ପେନସନ ପାଇବା ପୂର୍ବରୁ ଆଉ ଏକ ବଡ଼ କାମ କରିବାକୁ ହେବ । ନଚେତ୍ ଟଙ୍କା ପାଇବାରୁ ବଞ୍ଚିତ ହେବେ ପେନସନଭୋଗୀ । ପେନସନ ପାଇବା ପାଇଁ ସରକାରୀ କର୍ମଚାରୀ ମାନଙ୍କୁ ଏବେ ଅନଲାଇନରେ ଏକ ଫର୍ମ ପୂରଣ କରିବାକୁ ପଡ଼ିବ । ଅନଲାଇନରେ ଇ-ଏଚଆରଏମଏସ ୨.୦ ପୋର୍ଟାଲ ଜରିଆରେ ପେନସନ ଫର୍ମ ୬-ଏ ପୂରଣ କରିବେ ସରକାରୀ କର୍ମଚାରୀ । ଏହି ନିୟମ ଚଳିତ ମାସ ଗତ ୬ ତାରିଖରୁ ଲାଗୁ ହୋଇସାରିଛି ।

କେନ୍ଦ୍ର ସରକାରୀ କାର୍ଯ୍ୟାଳୟରୁ ଅବସର ନେଉଥିବା ସମସ୍ତ କର୍ମଚାରୀଙ୍କୁ ଏଣିକି ଅନଲାଇନ୍ ଫର୍ମ ପୂରଣ କରିବାକୁ ହେବ । ଏଣିକି କାଗଜ-କଲମରେ ହୋଇଥିବା ଫର୍ମକୁ ଗ୍ରହଣ କରାଯିବ ନାହିଁ । ଏ ନେଇ ଭାରତ ସରକାରଙ୍କ ପେନସନ ଆଣ୍ଡ ପେନସନର୍ସ ୱେଲଫେୟାର ଡିପାର୍ଟମେଣ୍ଟ ତରଫରୁ ସୂଚନା ଜାରି କରାଯାଇଛି । ପୂର୍ବରୁ ପେନସନ ପାଇଁ ଆବେଦନ ଫର୍ମ କାଗଜରେ ପୂରଣ ହୋଇପାରୁଥିଲା । କିନ୍ତୁ ଏବେ କେନ୍ଦ୍ର ସରକାର ଏଥିରେ ପରିବର୍ତ୍ତନ ଆଣିଛନ୍ତି । କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଅନଲାଇନ୍ ଫର୍ମ ପୂରଣ କରିବା ବାଧ୍ୟତାମୂଳକ କରାଯାଇଛି । ସରକାରୀ ପ୍ରକ୍ରିୟା ଗୁଡ଼ିକୁ ମଧ୍ୟ ଡିଜିଟାଲ କରିବା ପାଇଁ ଏହା ଏକ ବଡ଼ ପଦକ୍ଷେପ ଏବଂ ଉଦାହରଣ ହୋଇପାରିବ ବୋଲି କୁହାଯାଉଛି ।

New rules for pensioners

ଅନଲାଇନ ପୋର୍ଟାଲ ପେନସନ ପ୍ରକ୍ରିୟାକୁ ସରଳ ଏବଂ ପ୍ରଭାବୀ କରିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି । ତେବେ ଏହି ପରିବର୍ତ୍ତନ ପରେ ପେନସନ ପ୍ରକ୍ରିୟାକୁ ସୂଚାରୁ ରୂପେ ପରିଚାଳନା କରିବାକୁ ଅଧିକାରୀ ମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯିବ । କାର୍ଯ୍ୟାଳୟ ପ୍ରମୁଖ ଏବଂ ନୋଡାଲ ଅଧିକାରୀମାନଙ୍କୁ ନୂଆ ସିଷ୍ଟମର ଉପଯୋଗ କରିବାର ଶୈଳୀକୁ ବୁଝିିବାରେ ବେଶ୍ ସହାୟତା ହେବ ଏହି ପ୍ରଶିକ୍ଷଣ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+