ବିଧବା, ବୃଦ୍ଧ ଏବଂ ଦିବ୍ୟାଙ୍ଗଙ୍କ ପେନସନ ବୃଦ୍ଧି, ଏବେ ପ୍ରତି ମାସରେ ମିଳିବ ଏତିକି ଟଙ୍କା , ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ନୀତୀଶ ସରକାରଙ୍କ ବଡ଼ ଘୋଷଣା । ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସାମାଜିକ ସୁରକ୍ଷା ପେନସନ ଯୋଜନା ରାଶିକୁ ବଢାଇ ଦିଆଯାଇଛି । ବୟସ୍କ, ବିଧବା ଏବଂ ଦିବ୍ୟାଙ୍ଗଙ୍କୁ ମାସିକ ପେନସନ ଭାବେ ୪୦୦ ଟଙ୍କାରୁ ବଢାଇ ୧୧୦୦ ଟଙ୍କା କରିଦିଆଯାଇଛି ।

nitish kumar

ନୀତୀଶ କୁମାର X ପୋଷ୍ଟରେ ଲେଖିଛନ୍ତି, ମୁଁ ଘୋଷଣା କରି ଖୁସି ହେଉଛି ଯେ, ସାମାଜିକ ସୁରକ୍ଷା ପେନସନ ଯୋଜନା ଅଧିନରେ ସମସ୍ତ ବୃଦ୍ଧଜନ, ଦିବ୍ୟାଙ୍ଗ ଏବଂ ବିଧବା ମହିଳାଙ୍କୁ ଏବେ ପ୍ରତି ମସରେ ୪୦୦ ଟଙ୍କା ବଦଳରେ ୧୧୦୦ ଟଙ୍କା ପେନସନ ମିଳିବ । ସମସ୍ତ ଲାଭାର୍ଥୀ ଜୁଲାଇ ମାସରୁ ବର୍ଦ୍ଧିତ ପେନସନ ପାଇବେ । ସମସ୍ତ ପେନସନଧାରୀଙ୍କ ଖାତାକୁ ମାସର ୧୦ ତାରିଖରେ ପଇସା ପଠାଯିବ । ଏହାଦ୍ବାରା ୧ କୋଟି ୯ ଲକ୍ଷ ଲୋକ ଉପକୃତ ହେବେ ।

ସେ ଆହୁରି ଲେଖିଛନ୍ତି, ବୃଦ୍ଧଜନ ସମାଜ ପାଇଁ ଅମୂଲ୍ୟ ଅଂଶ । ସେମାନଙ୍କ ସମ୍ମାନ ଓ ସୁରକ୍ଷିତ ଜୀବତକୁ ସୁନିଶ୍ଚିତ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା । ରାଜ୍ୟ ସରକାର ଏହି ଦିଗରେ ଲଗାତାର ପ୍ରୟାସ କରୁଛନ୍ତି ଏବଂ ଅଂଶଗ୍ରହଣ କରୁଛନ୍ତି ।

ସୂଚନାଯୋଗ୍ୟ, ଚଳିତବର୍ଷ ଶେଷ ଆଡକୁ ହେବ ବିହାର ବିଧାନସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ ବିପକ୍ଷ ଦଳ ବଡ ବଡ କଥା କହୁଥିବା ବେଳେ ଏନଡିଏ ମଧ୍ୟ ସମସ୍ତ ଚେଷ୍ଟା ଜାରି ରଖିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+