ନ୍ୟାୟପ୍ରଦାନ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ଆୟକର ଆପିଲେଟ୍ ଟ୍ରିବ୍ୟୁନାଲର ପ୍ରଶଂସା କଲେ ପ୍ରଧାନ ବିଚାରପତି
ନ୍ୟାୟପ୍ରଦାନ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ପ୍ରଧାନ ବିଚାରପତି ଜଷ୍ଟିସ ବି.ଆର୍ ଗଭାଇ ଆୟକର ଆପିଲେଟ୍ ଟ୍ରିବ୍ୟୁନାଲର ପ୍ରଶଂସା କରିଛନ୍ତି । ଏହାର ସଂରଚନା ଏବଂ ପ୍ରକ୍ରିୟାଗତ ବିକାଶ ଉପରେ ଧ୍ୟାନ ଦେବାଲାଗି ପ୍ରଧାନ ବିଚାରପତି କହିଛନ୍ତି । ଆୟକର ଆପିଲେଟ୍ ଟ୍ରିବ୍ୟୁନାଲ ଏହାର ଭୂମିକା ଓ ଆହ୍ୱାନ ସମ୍ପର୍କିତ ଏକ ଆଲୋଚନାଚକ୍ରକୁ ସମ୍ବୋଧିତ କରି ଜଷ୍ଟିସ ଗଭାଇ କହିଛନ୍ତି ଗତ ୫ବର୍ଷ ମଧ୍ୟରେ ବିଚାରାଧୀନ ମାମଲାସଂଖ୍ୟା ୮୫ହଜାରରୁ ୨୪ହଜାରକୁ ହ୍ରାସ ପାଇଛି ।

ସେ କହିଛନ୍ତି ଯେତେବେଳେ ନ୍ୟାୟାଳୟ ଏବଂ ଟ୍ରିବ୍ୟୁନାଲ ପୂର୍ବାନୁମାନଯୋଗ୍ୟ ନିଷ୍ପତ୍ତି ପ୍ରଦାନ କରନ୍ତି, ସେତେବେଳେ ଆଇନ୍ ଉପଯୁକ୍ତ ଢ଼ାଞ୍ଚାରେ ବିକଶିତ ହୁଏ ଓ ତାହା ନାଗରିକମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ପାଳନ କରିବାକୁ ସକ୍ଷମ କରିଥାଏ । ଜଷ୍ଟିସ ଗଭାଇ କହିଛନ୍ତି ଅସଂଗତ କିମ୍ବା ବିରୋଧାଭାସୀ ରାୟ ଆଇନ୍ଗତ ବ୍ୟବସ୍ଥାକୁ ଦୁର୍ବଳ କରିବାର ସମ୍ଭାବନା ରହିଛି ।
ଆୟକର ଆପିଲେଟ୍ ଟ୍ରିବ୍ୟୁନାଲରେ ଆହୁରି ୬ଲକ୍ଷ ୮୫ କୋଟି ଟଙ୍କା ସମ୍ବନ୍ଧୀୟ ବିବାଦଗୁଡ଼ିକ ବିଚାରାଧୀନ ରହିଥିବା ସେ କହିଛନ୍ତି । ଏହି ଅବସରରେ କେନ୍ଦ୍ର ଆଇନ୍ ଏବଂ ନ୍ୟାୟମୂର୍ତ୍ତି ଅର୍ଜୁନରାମ ମେଘୱାଲ କହିଛନ୍ତି କେନ୍ଦ୍ର ସରକାର ଆୟକର ଆପିଲେଟ୍ ଟ୍ରିବ୍ୟୁନାଲର ଭୂମିକାକୁ ସୁଦୃଢ଼ କରିବା ଲାଗି ଏବଂ ନ୍ୟାୟ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ପ୍ରଭାବଶାଳୀ ଏବଂ ଲୋକାଭିମୁଖୀ କରିବା ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି ।












Click it and Unblock the Notifications