Get Updates
Get notified of breaking news, exclusive insights, and must-see stories!

ପିସି ଜର୍ଜଙ୍କ ପାର୍ଟି ବିଜେପିରେ ହେଲା ବିଲୟ, ଜାଣନ୍ତୁ ଏହା ପଛର କାରଣ କଣ?

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନକୁ ଆଉ ମାତ୍ର କେଇଟା ମାସ ବାକି ରହିଛି । ଆସନ୍ତା ନିର୍ବାଚନ ପାଇଁ ଦେଶର ସବୁ ରାଜନୈତିକ ଦଳ ଗୁଡ଼ିକ ନିଜର ରଣନୀତି ପ୍ରସ୍ତୁତ କରି ସାରିଛନନ୍ତି । ଦେଶରେ ଗୋଟିଏ ପଟେ ବିରୋଧୀ ଦଳ 'ଇଣ୍ଡିଆ' ନିଜର ସହଯୋଗୀମାନଙ୍କ ସହ ଆସନ ବୁଝାମଣା ନେଇ ମାନଓ ମନ୍ଥନ କରୁଛି । ଅନ୍ୟପଟେ ବିଜେପି ଅବକି ବାର୍ '୪୦୦' ପାର୍ ନାରା ଦେଇ ନିର୍ବାଚନ ବିଗୁଲ ବଜାଇଛି । ଏହି ସମୟରେ ଦକ୍ଷିଣ ରାଜନୀତିରେ ହଲଚଲ ମଧ୍ୟ ତୀବ୍ର ହୋଇଛି ।

କିଛି ଦିନ ପୂର୍ବରୁ ଡିଏମକେ ଏବଂ କଂଗ୍ରେସ ମଧ୍ୟରେ ଆସନ ବୁଝମଣା ନେଇ ନେଇ ଆଲୋଚନା ହୋଇଥିଲା । କେରଳ ଜନପକ୍ଷମ (ସିକୁର୍ଲା) ଦଳ ବୁଧବାର ଭାଜପାରେ ବିଲୟ ଘଟିଛି । ବୁଧବାର ଜାନୁୟାରୀ ୩୧ , ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ପିସି ଜର୍ଜଙ୍କ ଦଳ କେରଳ ଜନପକ୍ଷମ (ସିକୁଲାର) ଶେଷରେ ଭାଜପା ସହିତ ମିଶିଛି । ଦୀର୍ଘ ଦିନ ଧରି କେରଳ ବିଧାନସଭାରେ ପୁଞ୍ଜର ଆସନରୁ ପ୍ରତିନିଧିତ୍ୱ କରୁଥିବା ଜର୍ଜ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବହୁତ ପ୍ରଶଂସା କରିଥିଲେ ।

PC George Merges His Party With BJP

ଏହି ସମୟରେ ସେ ପ୍ରଶଂସା କରି କହିଛନ୍ତି, ଦେଶର ବିକାଶ ପାଇଁ ସବୁବେଳେ କାର୍ଯ୍ୟ କରୁଥିବା ଭାରତକୁ ଏପରି ପ୍ରଧାନମନ୍ତ୍ରୀ କେବେ ମିଳିନାହିଁ । ମୋ ଦଳର କର୍ମୀଙ୍କ ମଧ୍ୟରେ ସମାନ ମତ ରହିଛି ଯେ ପିଏମ ମୋଦୀଙ୍କୁ ସମର୍ଥନ କରାଯିବା ଉଚିତ । ପିସି ଜର୍ଜ ତାଙ୍କ ପୁଅ ଶୌନ ଏବଂ ଅନ୍ୟ କେରଳ ଜନପକ୍ଷମ (ସିକୁଲାର) ନେତାଙ୍କ ସହ ଭାଜପା ନେତା ପ୍ରକାଶ ଜାଭଡେକର ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଭାଜପାରେ ଯୋଗ ଦେଇଥିଲେ ।

କେରଳ ଜନପକ୍ଷମ (ସିକୁଲାର) ପାର୍ଟି ଗଠନ କରିବା ପୂର୍ବରୁ ପିସି ଜର୍ଜ କେରଳ କଂଗ୍ରେସ, କେରଳ କଂଗ୍ରେସ (ଜୋସେଫ), କେରଳ କଂଗ୍ରେସ (ମଣି), କେରଳ କଂଗ୍ରେସ (ସିକୁଲାର ) ଦଳର ଅଂଶବିଶେଷ ରହିଛନ୍ତି । ସେ ତାଙ୍କ ପାର୍ଟୀ କେରଳ ଜନପକ୍ଷମ (ସିକୁଲାର) ୨୦୧୭ ରେ ପ୍ରତିଷ୍ଠା କରିଥିଲେ ।

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସାରା ଦେଶରେ ରାଜନ କ୍ଟ୍ରକ୍ଟକ୍ଷସଗ୍ଧସମବକ୍ଷ ତିକ ଅସ୍ଥିରତା ବୃଦ୍ଧି ପାଇଛି । ବିଜେପିର ନେତୃତ୍ୱରେ ଏନଡିଏ ପୁଣିଥରେ ବିହାରରେ କ୍ଷମତାକୁ ଆସିଛି । ଏଠାରେ ଦୀର୍ଘ ଦିନର ରାଜନ କ୍ଟ୍ରକ୍ଟକ୍ଷସଗ୍ଧସମବକ୍ଷ ତିକ ଅସ୍ଥିରତା ପରେ ଜେଡିୟୁ ଏନଡିଏରେ ଯୋଗ ଦେଇଥିଲା ଏବଂ ଭାରତ ମିଳିତ ମଞ୍ଚରୁ ଅଲଗା ହୋଇଥିଲା । ନିର୍ବାଚନ ପୂର୍ବରୁ ଏହା ଦେଶର ରାଜନୀତିରେ ଏକ ବଡ ପରିବର୍ତ୍ତନ ଭାବରେ ଦେଖାଯାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+