ଇସ୍ତଫା ଦେଲେ Paytmର ଅଧ୍ୟକ୍ଷ ବିଜୟ ଶେଖର ଶର୍ମା
Vijay Shekhar Sharma Resigned: ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ର କାର୍ଯ୍ୟାନୁଷ୍ଠାନ ପରେ ବିଜୟ ଶେଖର ଶର୍ମା ବର୍ତ୍ତମାନ ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ଚେୟାରମ୍ୟାନ୍ ପଦରୁ ଇସ୍ତଫା ଦେଇଛନ୍ତି। ଚେୟାରମ୍ୟାନ୍ ପଦ ସହ ସେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବୋର୍ଡରୁ ମଧ୍ୟ ଇସ୍ତଫା ଦେଇଛନ୍ତି।
ଆରବିଆଇର ଆକ୍ସନ ପରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ କ୍ରମାଗତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏହି କାରଣରୁ, କମ୍ପାନୀର ସେୟାର ମଧ୍ୟ କମିବାରେ ଲାଗିଛି । ଏହି ସମୟରେ ପେଟିଏମର ପ୍ରତିଷ୍ଠାତା ତଥା ସିଇଓ ବିଜୟ ଶେଖର ଶର୍ମା ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ଅଣ-କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ତଥା ବୋର୍ଡ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେହିପରି Paytmର ମୂଳ କମ୍ପାନୀ ୱାନ୍ 97 କମ୍ୟୁନିକେସନ ଲିଃ ମଧ୍ୟ Paytm ପେମେଣ୍ଟସ୍ ବ୍ୟାଙ୍କ ଲିଃ ତାର ବୋର୍ଡକୁ ପୁର୍ନଗଠନ କରିଥିବା ନେଇ ସୂଚନା ରହିଛି ।

ବର୍ତ୍ତମାନ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ ଶ୍ରୀନିବାସନ୍ ଶ୍ରୀଧର, ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଦେବେନ୍ଦ୍ରନାଥ ସରଙ୍ଗୀ, ପୂର୍ବତନ ବ୍ୟାଙ୍କ ଅଫ୍ ବରୋଦା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଶୋକ କୁମାର ଗର୍ଗ ଏବଂ ଅବସରପ୍ରାପ୍ତ ଆଇଏଏସ୍ ରଜନୀ ଶେଖରୀ ସିବାଲ ସ୍ୱାଧୀନ ନିର୍ଦ୍ଦେଶକ ଭାବରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବୋର୍ଡରେ ଅନ୍ତର୍ଭୁକ୍ତ କରାଯାଇଛି। ଆଜି OCL ପକ୍ଷରୁ ସୂଚନା ଜାରି କରାଯାଇଛି ଯେ, ବିଜୟ ଶେଖର ଶର୍ମା Paytmର ବୋର୍ଡରୁ ଇସ୍ତଫା ଦେଇଛନ୍ତି । ପିପିବିଏ ଆମକୁ ଏନେଇ ସୂଚନା ଦେଇଛନ୍ତି ଯେ ଖୁବ୍ ଶୀଘ୍ର ନୂଆ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯିବ ।












Click it and Unblock the Notifications