ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୧୨ ବିଜେତା ପବନଦୀପ ରାଜନ୍ ଗୁରୁତର ଆହତ

ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୧୨ର ବିଜେତା ତଥା କଣ୍ଠଶିଳ୍ପୀ ପବନଦୀପ ରାଜନ୍ ସୋମବାର ଆମରୋହାରେ ଭୟାବହ କାର ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତିି କରାଯାଇଛି।

ସୋସିଆଲ ମିଡିଆରେ କଣ୍ଠଶିଳ୍ପୀଙ୍କ ଏକ ଘୁରି ବୁଲୁଛି। ଯେଉଁଥିରେ ସେ ଗୁରୁତର ଅବସ୍ଥାରେ ଥିବା ବେଳେ ଡାକ୍ତରମାନେ ତାଙ୍କର ଚିକିତ୍ସା କରୁଥିବା ଦେଖିବାକୁ ମିଳୁଛି।

Pawandeep Rajan

ସୋମବାର ପବନଦୀପ ବିଳମ୍ବିତ ରାତିରେ ଉତ୍ତରାଖଣ୍ଡ ଚମ୍ପାବତରୁ ବାହାରି ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। ରାତି ପାଖାପାଖି ୩ଟା ସମୟ ହେବ ପବନଦୀପ ରାଜନଙ୍କ କାର ଚାଳକଙ୍କ ଆଖି ଲାଗି ଯାଇଥିଲା। ଫଳରେ କାରଟି ଭାରସାମ୍ୟ ହରାଇ ଦେଇଥିଲା।

ଏହି ଦୁର୍ଘଟଣାରେ ପବନଦୀପଙ୍କ ବାମ ଗୋଡ ଏବଂ ଡାହାଣ ହାତରେ ଗଭୀର ଭାବେ ଆଘାତ ଲାଗିଛି । ପବନଦୀପ ରାଜନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି । ସେ ବସିଥିବା କାରଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଛି । ପବନଦୀପଙ୍କ ଦୁର୍ଘଟଣାଗ୍ରସ୍ତ କାରର ଫଟୋ ବି ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି ।

ପବନଦୀପ ଦୁର୍ଘଟଣାର ଶିକାର ହେବା ଖବର ପାଇବାପରେ ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଚିନ୍ତିତ ହୋଇପଡ଼ଛନ୍ତି ଏବଂ ତାଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+