ବିହାର ବିଧାନସଭା ନିର୍ବାଚନ ଲଢ଼ିବେନି ପୱନ ସିଂହ, ଏକ୍ସରେ ଦେଲେ ସୂଚନା

ଭୋଜପୁରୀ ସୁପରଷ୍ଟାର ପବନ ସିଂହ ବିହାର ବିଧାନସଭା ନିର୍ବାଚନ ଲଢ଼ିବା ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, "ମୁଁ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ କୌଣସି ଦଳରେ ଯୋଗ ଦେଇନାହିଁ ଏବଂ ମୋର ନିର୍ବାଚନ ଲଢ଼ିବାର କୌଣସି ଇଚ୍ଛା ନାହିଁ।" ସେ ନିଜକୁ ଦଳର ଜଣେ ପ୍ରକୃତ ସୈନିକ ଭାବରେ ବର୍ଣ୍ଣନା କରିଛନ୍ତି।

Pawan Singh

ଏକ ଏକ୍ସ-ପୋଷ୍ଟରେ ପବନ ସିଂହ ଲେଖିଛନ୍ତି, "ମୁଁ, ପବନ ସିଂହ, ମୋର ଭୋଜପୁରୀ ସମ୍ପ୍ରଦାୟକୁ କହିବାକୁ ଚାହୁଁଛି ଯେ, ମୁଁ ବିହାର ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ କୌଣସି ଦଳରେ ଯୋଗ ଦେଇନାହିଁ, କିମ୍ବା ମୁଁ ବିଧାନସଭା ନିର୍ବାଚନ ଲଢ଼ିବାକୁ ଚାହୁଁନାହିଁ। ମୁଁ ଦଳର ଜଣେ ପ୍ରକୃତ ସୈନିକ ଅଟେ ଏବଂ ରହିବି।"ଏଭଳି ପୋଷ୍ଟ କରି ଭୋଜପୁରୀ ସୁପରଷ୍ଟାର ପବନ ସିଂହ ଏବେ ବିହାର ବିଧାନସଭା ନିର୍ବାଚନ ଲଢ଼ିବା ବିଷୟରେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ବରିଷ୍ଠ ବିଜେପି ନେତାଙ୍କ ସହ ତାଙ୍କର ସାକ୍ଷାତ ପରେ, ପବନ ସିଂହ ଏଥର ନିର୍ବାଚନ ଲଢ଼ିପାରନ୍ତି ବୋଲି ଜୋରଦାର ଚର୍ଚ୍ଚା ହୋଇଥିଲା।

ଅନ୍ୟପକ୍ଷରେ, ପତ୍ନୀ ଜ୍ୟୋତି ସିଂହଙ୍କ ସହିତ ପବନ ସିଂହଙ୍କ ଚାଲିଥିବା ବିବାଦ ଆହୁରି ଗଭୀର ହେବାରେ ଲାଗିଛି। ସେମାନଙ୍କର ବ୍ୟକ୍ତିଗତ ବିବାଦ କିଛି ମାସ ହେଲାଣି ଚର୍ଚ୍ଚାରେ ରହିଛି। ପତ୍ନୀ ଜ୍ୟୋତି, ଏବେ ପବନଙ୍କ ଉପରେ ଅନେକ ଗମ୍ଭୀର ଆରୋପ ଲଗାଇଛନ୍ତି। ପବନ ତାଙ୍କର ଗର୍ଭପାତ କରାଇଥିବା ସହ ତାଙ୍କ ସହ କଥା ହେଉନଥିବା ଅଭିଯୋଗ କରିଥିଲେ ଜ୍ୟୋତି। ଏହା ସହ ପବନ ନିର୍ବାଚନ ଲଢ଼ିଲେ ଜ୍ୟୋତି ତା‌ଙ୍କ ବିପକ୍ଷରେ ଲଢ଼ିବେ ବୋଲି କହିଥିଲେ ଜ୍ୟୋତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+