ଅଭିନେତା ପୱନ ସିଂ କଲେ ବଡ ଘୋଷଣା, କହିଲେ ଏହି ଆସନରୁ ଲଢ଼ିବି

ପାଟନା: ଭୋଜପୁରୀ ଗାୟକ ପୱନ ସିଂ ଲୋକସଭା ନିର୍ବାଚନ ଲଢିବେ । ସେ ବିହାରର କାରାକାଟ ଲୋକସଭା ଆସନରୁ ପ୍ରାର୍ଥୀ ହେବେ । ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ କି କେଉଁ ଦଳ ଟିକେଟରୁ ନିର୍ବାଚନ ଲଢିବେ ତାହା ସ୍ପଷ୍ଟ କରିନାହାଁନ୍ତି । ହେଲେ କାରାକାଟ ଲୋକସଭା ଆସନରୁ ନିର୍ବାଚନ ଲଢିବା ନେଇ ସେ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି । ତେବେ ପୱନ କୌଣସି ଦଳରୁ ନିର୍ବାଚନ ଲଢ଼ିବେ ନାହିଁ । ସେ କରାକାଟ୍ ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବେ ।

ଏହି ଆସନରେ ଉପେନ୍ଦ୍ର କୁଶୱାଙ୍କୁ ଏନ୍‌ଡିଏ ଟିକେଟ୍ ଦେଇଛି । ରାଜାରାମ ସିଂ ସିପିଆଇ (ଏମ୍‌ଏଲ୍‌) ପକ୍ଷରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସୋସିଆଲ ମିଡିଆ ସାଇଟ୍ 'ଏକ୍ସ'ରେ ପ୍ରତିଦ୍ୱନ୍ଦ୍ୱିତା ବିଷୟରେ ସୂଚନା ଦେଇ ପୱନ କହିଛନ୍ତି, ସେ କରାକାଟ୍ ଆସନରୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ।

ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, 'ମାତା ଗୁରୁତ୍ତରା ଭୂମିରୁ' ଅର୍ଥାତ୍ ମା' ଏହି ଭୂମିଠାରୁ ଭାରୀ ଏବଂ ମୁଁ ମୋର ମାଙ୍କୁ ପ୍ରତିଶ୍ରୁତି ଦେଇଥିଲି ଯେ, ମୁଁ ଏଥର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବି । ମୁଁ ନିଷ୍ପତ୍ତି ନେଇଛି, ବିହାରର କରାକାଟ୍‌ରୁ ୨୦୨୪ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବି । ଜୟ ମାତା ଦୀ ।

pawan singh

ସୂଚନା ଥାଉ କି ଯେ ଲୋକସଭା ନିର୍ବାଚନ ଘୋଷଣା ପୂର୍ବରୁ ପୱନ ସିଂ ବିଜେପିରେ ଯୋଗ ଦେଇଥିଲେ । ବିଜେପି ପୱନ ସିଂଙ୍କୁ ବିହାରରୁ ପ୍ରାର୍ଥୀ କରିବ ବୋଲି ଆଲୋଚନା କରାଯାଇଥିଲା, କିନ୍ତୁ ଆସାନସୋଲରୁ ପୱନ ସିଂଙ୍କ ପ୍ରାର୍ଥୀ ଘୋଷଣା ପରେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଥିଲା । ତେବେ ଏହା ପରେ ସେ ଏହି ଆସନରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ ଓ ଦଳୀୟ ଟିକେଟ ଫେରାଇଦେଇଥିଲେ ।

ଏହାକୁ ନେଇ ଟିଏମସି ନେତା ବାବୁଲ ସୁପ୍ରିଓ ଲଗାତାର ଭାବରେ ପୱନ ସିଂଙ୍କୁ ଟାର୍ଗେଟ କରୁଥିଲେ । ବିଶ୍ୱାସ କରାଯାଉଥିଲା ଯେ ପୱନ ସିଂଙ୍କ ମନ ବଦଳିଛି ଏବଂ ସେ ଆସାନସୋଲରୁ ନିର୍ବାଚନ ଲଢ଼ିବେ, କିନ୍ତୁ ବିଜେପି ନିଜର ପ୍ରାର୍ଥୀ ବଦଳାଇବା ପରେ ବର୍ତ୍ତମାନ ପୱନ ସିଂ ବିହାରରୁ ଲଢ଼ିବେ ବୋଲି ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+